ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ବର୍ଷରେ ସାଙ୍ଗସାଥୀଙ୍କୁ ଉପହାର ଦେବା ସମୟରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କମ୍ କରିବା ନିମନ୍ତେ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛି ବିଏମ୍ସି। ତେଣୁ ଏହି ନୂଆବର୍ଷରେ ନିଜ ପ୍ରିୟ ପରିଜନଙ୍କୁ ଗଛ, ବହି ଓ ସ୍ଥାନୀୟ ହସ୍ତକଳା ଓ ହସ୍ତଶିଳ୍ପ ଶିଳ୍ପର ସାମଗ୍ରୀ ଉପହାର ଦେବାକୁ ଆହ୍ୱାନ ଦେଇଛି ବିଏମ୍ସି। ଏହା ଦ୍ୱାରା ଉପହାରକୁ ପ୍ଲାଷ୍ଟିକ ସାମଗ୍ରୀରେ ପ୍ୟାକ୍ କରିବାକୁ ପଡ଼ିବ ନାହିଁ । ଫଳରେ ପ୍ଲାଷ୍ଟିକ ଆବର୍ଜନା ହ୍ରାସ ପାଇବ ବୋଲି କହିଛି ବିଏମ୍ସି।
ଆସନ୍ତା ନୂଆ ବର୍ଷରୁ ଏହି ନୂଆ ଅଭ୍ୟାସ କରି ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସଫା ସୁତୁରା ଓ ସବୁଜ ରଖିବା ଆମ ସମସ୍ତଙ୍କ ସାମଗ୍ରିକ ଦାୟିତ୍ୱ ବୋଲି ବିଏମ୍ସି କହିଛି । ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଭୂମିକା ବଳରେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ବିଏମ୍ସି କମିଶନର୍ ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଚାଷୀଙ୍କ ଫସଲ କ୍ଷୟକ୍ଷତି ପାଇଁ ପ୍ରଶାସନିକ କଳକୁ ଦୋଷ ଦେଲେ ନବୀନ, ରାଜନୀତି ବି କଲେ
ବର୍ଷା ନେଇ ଚାଷୀଙ୍କୁ ଆଗୁଆ ସଚେତନ କରାଯାଇନଥିଲା ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ନବୀନ। ‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ଦାବି ପ୍ରସଙ୍ଗ ଉଠାଇ ବି କଲେ ରାଜନୀତି।
Politics
ନୂଆବର୍ଷରେ ବିଜେପି-କଂଗ୍ରେସକୁ ମିଳିବେ ନୂଆ ମୁଖିଆ! ନବୀନ ବାଛିପାରନ୍ତି ନୂଆ ସେନାପତି
ବିଜେପିର ସାଂଗଠନିକ ପର୍ବ ଶେଷ ପର୍ଯ୍ୟାୟରେ। ସେପଟେ ପିସିସି ସଭାପତି ପାଇଁ ଦିଲ୍ଲୀ ହାଇକମାଣ୍ଡଙ୍କ ନିଷ୍ପତ୍ତି ଅପେକ୍ଷାରେ କଂଗ୍ରେସ। ନୂଆ କ୍ରାଇସିସ୍ ମ୍ୟାନେଜରଙ୍କୁ ଦାୟିତ୍ୱ ଦେଇପାରନ୍ତି ନବୀନ।
Miscellaneous
ପ୍ରବାସୀ ଭାରତୀୟ ଦେଖିବେ ଓଡ଼ିଶା କଳା ଓ ସଂସ୍କୃତିର ଝଲକ
ଭୁବନେଶ୍ୱର ଜନତା ମୈଦାନରେ ମଇଦାନରେ ୮ରୁ ୧୦ ଯାଏଁ ଚାଲିବ ପ୍ରବାସୀ ଭାରତୀୟ ଦିବସ। ଏହି ମେଗା ସମ୍ମିଳନୀରେ ୭୦ରୁ ଅଧିକ ଦେଶରୁ ପ୍ରାୟ ୭ ହଜାର ଭରତୀୟ ବଂଶୋଦ୍ଭବ ଓ ପ୍ରବାସୀ ଭାରତୀୟ ଯୋଗଦେବେ।
Accident
ଅଟୋ-ବାଇକ୍ ପିଟାପିଟି; ଜଣେ ମୃତ, ୫ ମେଡ଼ିକାଲ୍ରେ
ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ଗାଁର ଅଭିମନ୍ୟୁ ମାଝୀଙ୍କ ପରିବାର ଲୋକ ଏକ ଅଟୋରେ ନବରଙ୍ଗପୁର କୋର୍ଟକୁ ଯାଇଥିଲେ। କୋର୍ଟରେ କାମ ସାରିବା ପରେ ସେହି ଅଟୋରେ ସେମାନେ ନିଜ ଗାଁକୁ ଫେରୁଥିଲେ।
Accident
ଗୋଟେ ପରେ ଗୋଟେ ୩ଟି ଗଛରେ ପିଟିହେଲା ଦ୍ରୁତଗାମୀ କାର୍
ଦୁର୍ଘଟଣା ନେଇ ସ୍ଥାନୀୟ ଲୋକ ଲହୁଣିପଡ଼ା ଥାନାକୁ ଖବର ଦେଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ସହ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। କାର ଭିତରେ ଫସିଥିବା ଦେବାଶିଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ।