ପାଟଣାଗଡ଼ (ବଂଶୀଧର ସେଠ୍): ପାଟଣାଗଡ଼ ମେଡିକାଲରୁ ଚୋରି ହୋଇଥିବା ଶିଶୁପୁତ୍ରର ପତ୍ତା ମିଳିଲା। ପୁଲିସ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଚୋରିରେ ସଂପୃକ୍ତ ଥିବା ମହିଳାଙ୍କ ସମେତ ଅନ୍ୟ ଜଣଙ୍କୁ ପୁଲିସ ଗିରଫ କରିଛି।
ଗତ ୬ ତାରିଖରେ ପାଟଣାଗଡ଼ ମେଡିକାଲରୁ ତେଲେନପାଲି ଗାଁର ଜୟନ୍ତୀ ତାଣ୍ଡିଙ୍କ ନବଜାତ ଶିଶୁପୁତ୍ର ଚୋରି ହୋଇଥିଲା। ଜଣେ ଅଚିହ୍ନା ମହିଳା ମେଡିକାଲକୁ ଆସି ଜୟନ୍ତୀଙ୍କୁ ସଂପର୍କୀୟ ବୋଲି ପରିଚୟ ଦେଇଥିଲେ। ପରେ ଧରିବା ବାହାନାରେ ନବଜାତ ପୁତ୍ରକୁ ଧରି ଚମ୍ପଟ ମାରିଥିଲେ। ପୁଲିସ ଘଟଣାର ସିସିଟିଭି ଫୁଟେଜ୍, ବାଇକ୍ ନମ୍ବରକୁ ଆଧାର କରି ଖୋଲତାଡ଼ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।