ଭୁବନେଶ୍ୱରରୁ ୧୫୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ: ଚିନ୍ତା ବଢ଼ାଇଲା ତ୍ରିନାଥ ବସ୍ତି ଓ ଆଇଗିଣିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆଜି ୧୫୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୧ ଲୋକାଲ କଣ୍ଟାଣ୍ଟ କେସ୍‌। ତେବେ ଚିନ୍ତା ବଢ଼ାଇଛି ନୟାପଲ୍ଲୀ ତ୍ରିନାଥ ବସ୍ତି ଓ ଆଇଗଣିଆ ଆଳୁ ଗୋଦାମ। ତ୍ରିନାଥ ବସ୍ତିରୁ ୪୪ ଆଇଗିଣିଆ ଆଳୁଗଦିରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ୪୧ ଲୋକାଲ୍‌ କେସ୍‌ ଭିତରୁ ଓଲଡ୍‌ ଟାଉନ୍‌ରୁ ୩, ମୈତ୍ରି ବିହାରରୁ […]

bmc

bmc

Manoranjan Sial
  • Published: Monday, 27 July 2020
  • Updated: 27 July 2020, 06:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆଜି ୧୫୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୧ ଲୋକାଲ କଣ୍ଟାଣ୍ଟ କେସ୍‌। ତେବେ ଚିନ୍ତା ବଢ଼ାଇଛି ନୟାପଲ୍ଲୀ ତ୍ରିନାଥ ବସ୍ତି ଓ ଆଇଗଣିଆ ଆଳୁ ଗୋଦାମ। ତ୍ରିନାଥ ବସ୍ତିରୁ ୪୪ ଆଇଗିଣିଆ ଆଳୁଗଦିରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

୪୧ ଲୋକାଲ୍‌ କେସ୍‌ ଭିତରୁ ଓଲଡ୍‌ ଟାଉନ୍‌ରୁ ୩, ମୈତ୍ରି ବିହାରରୁ ଜଣେ, ୟୁନିଟ୍‌-୧ ଜଣେ, ନହରକଣ୍ଟାରୁ ଜଣେ, ଶୈଳଶ୍ରୀ ବିହାରରୁ ଜଣେ, ବରମୁଣ୍ଡା ଏଚ୍‌ବି କଲୋନୀରୁ ୨ ଜଣ, ଗୌତମ ନଗରରୁ ଜଣେ, ଓଲଡ୍‌ ଟାଉନ୍‌ ମହତାମ ରୋଡ୍‌ରୁ ଜଣେ, ଆଇଗଣିଆରୁ ଜଣେ, ସେଣ୍ଟ୍ରାଲ୍‌ ହସ୍ପିଟାଲ୍‌ର ୩ କର୍ମଚାରୀ, ଳକ୍ଷ୍ମୀସାଗର କ୍ୱେୟାର୍‌ ଫିସେରୀଲେନ୍‌ରେ ରହୁଥିବା ୨ ରେଲୱେ କର୍ମଚାରୀ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛି। ସେହିପରି ନ୍ୟୁ ଫରେଷ୍ଟପାର୍କରୁ ୨ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ, କପିଳପ୍ରସାଦରୁ ଜଣେ, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ଜଣେ, ମଞ୍ଚେଶ୍ୱର ଦଶରାଜ ବସ୍ତିରୁ ଜଣେ, ଆଚାର୍ଯ୍ୟ ବିହାରରୁ ଜଣେ, ଗଙ୍ଗନଗରରୁ ଜଣେ, ସହିଦ୍‌ ନଗରରୁ ଜଣେ, ଡୁମ୍‌ଡୁମା ଏଚ୍‌ବି କଲୋନୀରୁ ଜଣେ, ସୂର୍ଯ୍ୟନଗରରୁ ଜଣେ, ଆଇଗଣିଆ ରାଜୀବ ନଗରରୁ ଜଣେ, ପୋଖରୀପୁଟ୍‌ରୁ ଜଣେ, ପଟିଆ ବାସୁଦେବ ପ୍ଲାଜାରୁ ଜଣେ, କଳିଙ୍ଗନଗରରୁ ଜଣେ, ପାଇକରାପୁରରୁ ଜଣେ, ରସୁଲଗଡ଼ ଭକ୍ତ ମଧୁସୂଦନ ନଗରରୁ ଜଣେ, ପଳାଶୁଣୀ ସତ୍ୟ ବିହାରରୁ ଜଣେ, ଘାଟିକିଆରୁ ଜଣେ ଲେଖାଁଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

https://twitter.com/bmcbbsr/status/1287698964876148736?s=20

ସେହିପରି ଭରତପୁରରୁ ଜଣେ, ନୟାପଲ୍ଲୀ ଏକାମ୍ର ପାର୍କ ନିକଟରୁ ଜଣେ, ପାତ୍ରପଡ଼ାରୁ ଜଣେ, କଳିଙ୍ଗ ବିହାରରୁ ଜଣେ, ସମ୍ପୂର୍ଣ୍ଣ ବିହାରରୁ ଜଣେ, ଏକ ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜ ଗେଷ୍ଟ ହାଉସ୍‌ର ଜଣେ କର୍ମଚାରୀ, ଭିମ ଟାଙ୍ଗିରୁ ଜଣେ, ପ୍ରାଇଭେଟ୍‌ ମେଡିକାଲ୍‌ରୁ ୩ ଜଣ କର୍ମଚାରୀ, ସୈନିକ ସ୍କୁଲ ନିକଟସ୍ଥ ଆଦିମାତା କଲୋନୀରୁ ୨ ଜଣ, ୟୁନିଟ୍‌-୧ରୁ ୪ ଜଣ ଓ ଭରତପୁରରୁ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ସମସ୍ତେ ଲୋକାଲ୍‌ କେସ୍‌।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୧୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୧୨୫ ଜଣ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos