ନୀହାରିକା ହତ୍ୟା ମାମଲା: ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ରାଜା

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ନୀହାରିକା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଅଞ୍ଚଳ। ରାଜାକୁ ଗତକାଲି ଆଳିପିଙ୍ଗଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି। ଗତ ୨୩ ତାରିଖରେ ବିରିଡି ଥାନା ପୁଲିସ୍‌ ଅଧିକ ପଚରାଉଚରା ପାଇଁ ରାଜାକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ରାଜା ଏକା ହିଁ ନୀହାରିକାକୁ ମାରିଥିବା ଓ ପରେ ଏକ ଅଖାରେ ମୃତଦେହ  ପୂରାଇ ନିଜ […]

jail

jail

Jyoshna Pradhan
  • Published: Thursday, 26 September 2019
  • Updated: 26 September 2019, 02:11 PM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ନୀହାରିକା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଅଞ୍ଚଳ। ରାଜାକୁ ଗତକାଲି ଆଳିପିଙ୍ଗଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି।

ଗତ ୨୩ ତାରିଖରେ ବିରିଡି ଥାନା ପୁଲିସ୍‌ ଅଧିକ ପଚରାଉଚରା ପାଇଁ ରାଜାକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ରାଜା ଏକା ହିଁ ନୀହାରିକାକୁ ମାରିଥିବା ଓ ପରେ ଏକ ଅଖାରେ ମୃତଦେହ  ପୂରାଇ ନିଜ ବାଇକ୍‌ରେ ଆଣି ବିଲୁଆଖାଇ ନଦୀରେ ପକାଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିବା  ଏସ୍‌ପି ଆର ପ୍ରକାଶ ସୂଚନା ଦେଇଛନ୍ତି।

ନୀହାରିକାକୁ କିପରି ମାରିଲା ସେ ସମ୍ପର୍କରେ ଯଦିଓ ରାଜା ସ୍ପଷ୍ଟ ଭାବେ କିଛି କହି ନାହିଁ ତେବେ ତଣ୍ଟି ଚିପି ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ନୀହାରିକାର ଚରିତ୍ରକୁ ସନ୍ଦେହ ଓ  ଅନ୍ୟତ୍ର ବିବାହ ପ୍ରସ୍ତାବ ପଡ଼ିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି କାରଣରୁ ହିଁ ରାଜା ନୀହାରିକାକୁ ମାରିଥିବା ଏସ୍‌ପି ସୂଚନା ଦେଇଥିଲେ । ତେବେ ଡିଏନଏ ଓ ଭିସାରା ରିପୋର୍ଟ ଆସିବା ପରେ ରାଜକୁ ଆଉଥରେ ରିମାଣ୍ଡରେ ନିଆ ଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୮ ତାରିଖରୁ ନିଖୋଜ ଥିଲେ ନର୍ସ ନୀହାରିକା ପାତ୍ର। ସିସିଟିଭି ଫୁଟେଜ୍ ଅନୁସାରେ କଟକରେ ଚାକିରି କରୁଥିବା କ୍ଲିନିକ୍‌ରୁ ପ୍ରେମିକ ରାଜା ସହ କୁଆଡ଼େ ଯାଇ ଆଉ ଫେରି ନଥିଲେ। ଏହାର ୯ ଦିନ ପରେ ବିଲୁଆଖାଇ ନଦୀ ପଠାରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ତାଙ୍କ ଗଳିତ ମୃତଦେହ ମିଳିଥିଲା ।

ଗତ ୨୦ ତାରିଖରେ ରାଜା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାପରେ ପୁଲିସ୍‌ ତାକୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଜେରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos