ନୀଳଗିରି: ସ୍କୁଲ୍ ଛାତ୍ରୀଙ୍କୁ ଟଣାଓଟରା ଅଭିଯୋଗରେ ଅଯୋଧ୍ୟାରେ ଉତ୍ତେଜନା

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଅଯୋଧ୍ୟାର ମାରିଚି ବିଦ୍ୟାନିକେତନର ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ମାଆ ଚଣ୍ଡୀ ହୋଟେଲର ମାଲିକ ଡମ୍ବୁର ନାୟକ ଓ ତା’ର ଭଣଜା ବାଇକ୍‌ରେ ଧକ୍କା ଦେବା ଓ ଟଣାଓଟରା କରିବାକୁ ନେଇ ଆଜି କଲେଜ ଛକରେ ଉତ୍ତେଜନା ଦେଖାଯାଇଥିଲା। ଅଭିଯୁକ୍ତକୁ ଗିରଫ ଦାବିରେ ଶତାଧିକ ପୁରୁଷ ଓ ମହିଳା ହୋଟେଲରେ ପଶି ଭଙ୍ଗାରୁଜା କରିବା ସହିତ ଅଯୋଧ୍ୟା ଫାଣ୍ଡି ଘେରାଉ କରିଥିଲେ। ନୀଳଗିରି ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି […]

nilagiri

nilagiri

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 05:45 PM IST

Sports

Latest News

nilagiriନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଅଯୋଧ୍ୟାର ମାରିଚି ବିଦ୍ୟାନିକେତନର ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ମାଆ ଚଣ୍ଡୀ ହୋଟେଲର ମାଲିକ ଡମ୍ବୁର ନାୟକ ଓ ତା’ର ଭଣଜା ବାଇକ୍‌ରେ ଧକ୍କା ଦେବା ଓ ଟଣାଓଟରା କରିବାକୁ ନେଇ ଆଜି କଲେଜ ଛକରେ ଉତ୍ତେଜନା ଦେଖାଯାଇଥିଲା। ଅଭିଯୁକ୍ତକୁ ଗିରଫ ଦାବିରେ ଶତାଧିକ ପୁରୁଷ ଓ ମହିଳା ହୋଟେଲରେ ପଶି ଭଙ୍ଗାରୁଜା କରିବା ସହିତ ଅଯୋଧ୍ୟା ଫାଣ୍ଡି ଘେରାଉ କରିଥିଲେ। ନୀଳଗିରି ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି  ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଅଯୋଧ୍ୟା ଫାଣ୍ଡି ଅଧିକାରୀ ଅଭିଯୁକ୍ତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି।

ଅଭିଯୋଗ ଅନୁଯାୟୀ, ଆଜି ସକାଳେ ଛାତ୍ରୀ ଜଣଙ୍କ କ୍ଲାସ୍ ସାରି ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ କଲେଜ ଛକରେ ମାଆ ଚଣ୍ଡୀ ହୋଟେଲ୍ ମାଲିକ ଡମ୍ବୁର ନାୟକ ଓ ତା’ ଭଣଜା ତାଙ୍କୁ ବାଇକ୍‌ରେ ଧକ୍କା ଦେଇଥିଲେ। ଛାତ୍ରୀ ଜଣଙ୍କ ପଡ଼ିଯିବା ପରେ ସେମାନେ ତାଙ୍କୁ ଟଣାଓଟରା କରିଥିଲେ। ତେବେ କିଛି ସ୍ଥାନୀୟ ଲୋକ ସେମାନଙ୍କୁ ବାଧା ଦେବା ପରେ ଛାତ୍ରୀ ଜଣଙ୍କ ଘରକୁ ଆସି ଘଟଣା ସଂପର୍କରେ ତାଙ୍କ ବାପାଙ୍କୁ ଜଣାଇଥିଲେ। ତାଙ୍କ ବାପ ଗାଁର କିଛି ଲୋକଙ୍କ ସହିତ ଯାଇ ଘଟଣା ସମ୍ପର୍କରେ ହୋଟେଲ୍ ମାଲିକକୁ ପଚାରିବାରୁ ସେ ତାଙ୍କୁ ଗାଳିଗୁଳଜ କରିବା ସହ କଟୁରୀରେ ଆକ୍ରମଣ କରିଥିଲା। ଫଳରେ ତାଙ୍କର ଡାହାଣ ହାତର ଏକ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହା ପରେ ଗାଁର ଶତାଧିକ ପୁରୁଷ ଓ ମହିଳା ହୋଟେଲ୍‌ରେ ପଶି ଭଙ୍ଗାରୁଜା କରିଥିଲେ ଓ ତା’ସହିତ ହୋଟେଲ ମାଲିକକୁ ଗିରଫ ଦାବିରେ ଅଯୋଧ୍ୟା ଫାଣ୍ଡି ଘେରାଉ କରିଥିଲେ।

ଝିଅର ମାମୁଁ ସୁଶାନ୍ତ ନାୟକ  କହିଛନ୍ତି,“ଆଜି ମୋ ଭାଣିଜୀ ସ୍କୁଲରୁ  ଫେରୁଥିବା ବେଳେ ଡମ୍ବୁର ପ୍ରଧାନ ତା’ର ଭଣଜା ତା’ଆଗରେ ବାଇକ୍‌ରେ ପଇଁତରା ମାରିଥିଲେ ଓ ପରେ  ତାକୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ତାକୁ ଟଣାଓଟରା କରିଥିଲା। ସ୍ଥାନୀୟ ଲୋକ ପହଞ୍ଚି ମୋ ଭାଣିଜିକୁ ଉଦ୍ଧାର କରିଥିଲେ। ଡମ୍ବୁର ନାୟକ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେ ଦାବି କରୁଛୁ।”

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି,“ଅଯୋଧ୍ୟାର ଏକ ଜଙ୍ଗଲ ଜାଗାରେ ଡମ୍ବୁର ନାୟକ ହୋଟେଲ୍ କରିଛି। ସେଠି ମଦ ବିକୁଛି। ଝିଅଙ୍କୁ ଆଣି ଅନୈତିକ କାର୍ଯ୍ୟ ବି ଚଳାଇଛି। ଏହି ବିଷୟରେ ଆମେ ସ୍ଥାନୀୟ ତହସିଲଦାର ଓ ବନ ବିଭାଗକୁ ଲିଖିତ ଭାବେ ଅଭିଯୋଗ କରିଥିଲୁ। କିନ୍ତୁ ଏପର୍ଯ୍ୟନ୍ତ ତା’ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos