ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଚଳାଇଥିବା ଛିନ୍ତାଇ ଗ୍ୟାଙ୍ଗର ଫର୍ଦ୍ଦାଫାସ ହୋଇଛି। ତିନୋଟି ଗ୍ୟାଙ୍ଗର ୯ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୩୫ଟି ଲୁଟ୍ ମୋବାଇଲ ସମେତ ତିନୋଟି ବାଇକ ଜବତ କରିଛି।
ଜଟଣୀ ପୁଲିସ, ବରଗଡ ପୁଲିସର ସ୍ପେଶାଲ ସ୍କାର୍ଡ ଏମାନଙ୍କୁ ଗିରଫ କରିଛନ୍ତି। ଖଣ୍ଡଗିରି, ପାତ୍ରପଡା, ଜଟଣୀ ସମେତ ସହରର ଏକାଧିକ ଥାନା ଅଂଚଳରେ ଏମାନେ କୋକୁଆ ଭୟ ସୃଷ୍ଟି କରିଥିଲେ। ମହିଳାଙ୍କୁ ଟାର୍ଗେଟ କରିବା ସହ ଚଳନ୍ତା ବାଇକ ଉପରକୁ ଅତର୍କିତ ଆକ୍ରମଣ କରି ଲୁଟ ଉଦ୍ୟମ କରୁଥିଲେ।
ହକି ଓ୍ୱାଲର୍ଡ କପ୍କୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଏମିତି ସ୍ପେଶାଲ ଡ୍ରାଇଭ କରାଯାଇଛି। ସପ୍ତାହ ମଧ୍ୟରେ ପୁଲିସ ୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୭୩ ମୋବାଇଲ ଜବତ କରିଛି। ଏବେବି ଆହୁରି ଅଧିକ ଗ୍ୟାଙ୍ଗ ସହର ଭିତରେ ଅପରେଟ୍ କରୁଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨ ମାସ ଧରି ଚଳାଇଥିଲେ ଲୁଟ, ୬ ଲୁଟେରାଙ୍କୁ ଧରିଲା ପୁଲିସ
ବାଲେଶ୍ୱର ଏସ୍ପି ରାଜ ପ୍ରସାଦ କହିଛନ୍ତି ଯେ ପୁଲିସ୍ ସ୍ୱତନ୍ତ୍ର ଅପରେସନ ଜରିଆରେ ୬ ଜଣ ଭଦ୍ରକରୁ ଗିରଫ କରିଛି।
Crime
ଗୁଳିମାଡ଼ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ
ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିଲା। ୬ଟି ଟ୍ରଲର ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରି ୮ ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ।
Crime
ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ୬ ଦିନ ହେଲା ମିଳୁନି ପତ୍ତା
ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର।
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?