ଫୋନିର ତାଣ୍ଡବ ପରେ ସବୁଠି ହାହାକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନିର ତାଣ୍ଡବ ପରେ ସବୁଠି ହାହାକାର । ୪ ଦିନ ପରେ ବି ବିପନ୍ନଙ୍କ ପାଖରେ ପହଞ୍ଚି ପାରିନି ସହାୟତା।  ରିଲିଫ୍ ଓ ଥଇଥାନକୁ ନେଇ ବଢୁଛି ଅସନ୍ତୋଷ । ଅନେକ ସ୍ଥାନରେ ଆନ୍ଦୋଳନକୁ  ଓହ୍ଲାଇଛନ୍ତି ସାଧାରଣ ଲୋକ। ଏସବୁ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିବା ବେଳେ ଜଳଯୋଗାଣ, ରିଲିଫ୍ ଓ ବିଦ୍ୟୁତ ସେବା ସ୍ୱାଭାବିକ୍‌ କରିବାକୁ ଜୋରସୋରରେ ଉଦ୍ୟମ ଚାଲିଥିବା ସରକାର କହିଛନ୍ତି। ଜଗତସିଂହପୁର, ଜଟଣୀ, ଭୁବନେଶ୍ୱର ସବୁଠି ରାସ୍ତାରୋକ। ଚାଲିଛି ଆନ୍ଦୋଳନ। […]

jho

jho

Tapas Behera
  • Published: Tuesday, 07 May 2019
  • Updated: 07 May 2019, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନିର ତାଣ୍ଡବ ପରେ ସବୁଠି ହାହାକାର । ୪ ଦିନ ପରେ ବି ବିପନ୍ନଙ୍କ ପାଖରେ ପହଞ୍ଚି ପାରିନି ସହାୟତା।  ରିଲିଫ୍ ଓ ଥଇଥାନକୁ ନେଇ ବଢୁଛି ଅସନ୍ତୋଷ । ଅନେକ ସ୍ଥାନରେ ଆନ୍ଦୋଳନକୁ  ଓହ୍ଲାଇଛନ୍ତି ସାଧାରଣ ଲୋକ। ଏସବୁ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିବା ବେଳେ ଜଳଯୋଗାଣ, ରିଲିଫ୍ ଓ ବିଦ୍ୟୁତ ସେବା ସ୍ୱାଭାବିକ୍‌ କରିବାକୁ ଜୋରସୋରରେ ଉଦ୍ୟମ ଚାଲିଥିବା ସରକାର କହିଛନ୍ତି।

ଜଗତସିଂହପୁର, ଜଟଣୀ, ଭୁବନେଶ୍ୱର ସବୁଠି ରାସ୍ତାରୋକ। ଚାଲିଛି ଆନ୍ଦୋଳନ। ବାତ୍ୟାର ୪ ଦିନ ପରେ ବି ବିପନ୍ନଙ୍କୁ ସହାୟତା ମିଳିନଥିବାରୁ ବଢୁଛି ଅସନ୍ତୋଷ। ବାତ୍ୟା ପରେ କେବଳ ଗୋଟିଏ ଦିନ ରନ୍ଧା ଖାଦ୍ୟ ଦିଆଯାଇଥିଲା। ତା’ପରେ ଆଉ କୌଣସି ସାହାଯ୍ୟ ମିଳିନଥିବା ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଛନ୍ତି ବିପନ୍ନ। ଜଗତସିଂହପୁର ରଘୁନାଥପୁର ବ୍ଲକ ଜୟଶୋଳ ଓ ତରିକୁନ୍ଦ ଅଞ୍ଚଳ ଲୋକେ କନ୍ଦରପୁର-ମାଛଗାଁ ରାସ୍ତାର ଧନିପୁରଠାରେ ରାସ୍ତା ଅବରୋଧ କରିଥିଲେ। ସେପଟେ ଜଳ ଯୋଗାଣ ସାଙ୍ଗକୁ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ରାଜଧାନୀରେ ଆନ୍ଦୋଳନ କରାଯାଇଛି।

ଚନ୍ଦ୍ରଶେଖରପୁରସ୍ଥିତ ବିଡିଏ କଲୋନୀ ଓ ହାଉସିଂବୋର୍ଡ ଅଂଚଳରେ ଶତାଧିକ ବିପନ୍ନ ଆଜି ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଉପରେ ଗଛ ପକାଇ ଅବରୋଧ କରିଥିଲେ । ପାଣି ଓ ରିଲିଫ୍ ଦାବିରେ ଖୋର୍ଦ୍ଧା-ଜଟଣୀ ରାସ୍ତାକୁ ବନ୍ଦ କରିଥିଲେ ସ୍ଥାନୀୟ ଲୋକ।ବାତ୍ୟାରେ ୧୪ ଜିଲ୍ଲାର ୧୬ ହଜାରରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଛି । ପ୍ରଭାବିତ ହୋଇଛନ୍ତି  ୧କୋଟି ୪୦ ଲକ୍ଷ ଲୋକ। ତେଣୁ ସରକାରଙ୍କ ଆଗରେ ଏବେ ପୁର୍ନରୁଦ୍ଧାର କାର୍ଯ୍ୟ ଚାଲେଞ୍ଜ ହୋଇଛି ।

ଏସବୁ ଭିତରେ ରିଲିଫ୍, ବିଜୁଳି ଓ ପାନୀୟ ଜଳ ପାଇଁ ଡହଳ ବିକଳ ଲୋକେ । ତେବେ ସରକାରଙ୍କ ଦାବି ହେଲା ଭୁବନେଶ୍ୱରରେ ୬୦ ପ୍ରତିଶତ ଓ ପୁରୀରେ ୭୦ ପ୍ରତିଶତ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ଆଉ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରିଲିଫ୍ ବି ଲୋକଙ୍କ ପାଖରେ ପହଞ୍ଚିଛି । ସବୁ ଜିଲ୍ଲାପାଳମାନଙ୍କୁ ମଧ୍ୟ ରିଲିଫ୍ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos