ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାର କୁଖ୍ୟାତ ଅପରାଧୀ ତଥା ଜମି ମାଫିଆ ଶ୍ରୀକାନ୍ତ କୁମ୍ଭାର ଓରଫ ଟିମ୍ନ ବିରୋଧରେ ଏନ୍ଏସ୍ଏ ଲାଗୁ ହୋଇଛି। ଟିମନ୍ ନାଁରେ ବାରମ୍ୱାର ଅପରାଧିକ ମାମଲା ଆସୁଥିବାରୁ ଏସ୍ପିଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।
ଗତକିଛି ବର୍ଷ ହେଲା ଟିମନ୍ ନାଁରେ ହତ୍ୟା, ମାରପିଟ୍, ଦାଦାବଟି ଆଦାୟ, ବେଆଇନ୍ ଜମି କାରବାର ବିଭିନ୍ନ ଅପରାଧିକ ମାମଲା ରହିଛି। ଏହି ମାମଲା ଗୁଡ଼ିକ ବଲାଙ୍ଗିର ଟାଉନ୍ ଓ ସଦର ଥାନାରେ ରହିଛି। ପୁଲିସ ତାଙ୍କୁ ବାରମ୍ୱାର ଗିରଫ କରୁଥିଲେ ମଧ୍ୟ ସେ ଜାମିନ୍ରେ ଆସି ପୂର୍ବ ପରି ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିଲେ।
ଟିମନ ନାଁରେ ବାରମ୍ୱାର ଗୁରୁତର ଅଭିଯୋଗ ଆସିବାରୁ ଏନ୍ଏସ୍ଏ ଲଗାଇବାକୁ ବଲାଙ୍ଗିର ଏସ୍ପି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଏସ୍ପି କେ.ଶିବା ସୁବ୍ରମଣୀଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଆଜି ଟିମ୍ନ କୁମ୍ଭାର ବିରୋଧରେ ଏନ୍ଏସ୍ଏ ଲାଗୁ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବର୍ଷା ପରେ ଦାଉ ସାଧୁଛନ୍ତି ହାତୀ, ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି
ଜମିରେ ପଶି ଚାଷୀର ବର୍ଷକର ପରିଶ୍ରମ ଉଜାଡି ଦେଉଛନ୍ତି ହାତୀ ପଲ। ସେପଟେ ମନ୍ତ୍ରୀ କହୁଛନ୍ତି ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ବନୀକରଣ କରାଯାଉଛି।
Crime
ଚା' ଖଟିରେ ଦାଦନ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଦୋସ୍ତି! ଡିଲ୍ ଚାଲିଥିବା ଅଭିଯୋଗ
ଭିଟାମାଟି ଛାଡ଼ି ଦାଦନ ଯାଉଥିଲେ ଅନେକ ଶ୍ରମିକ। ପାଖରେ ଥିବା ଚା ଦୋକାନରେ ଦାଦନ ସର୍ଦ୍ଦାର ସହ ଖଟି ଜମାଇଥିଲେ ପାଟଣାଗଡ଼ ଥାନାଧିକାରୀ। ଲୋକେ କହୁଛନ୍ତି ଚାଲିଥିଲା ଡିଲ୍।
Miscellaneous
ପୌର ପ୍ରଶାସକ ବଦଳିଲେ, ୧୭ ପୌରସଂସ୍ଥାରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ଦେବାଶୀଷ ସିଂଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇ ସେହି ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
Weather
ଖସୁଛି ପାରଦ, ବଢୁଛି ଶୀତ; କଲବଲ କରିବ ଘନ କୁହୁଡି!
ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହୋଇପାରେ।
Politics
ଚାଷୀଙ୍କ ଫସଲ କ୍ଷୟକ୍ଷତି ପାଇଁ ପ୍ରଶାସନିକ କଳକୁ ଦୋଷ ଦେଲେ ନବୀନ, ରାଜନୀତି ବି କଲେ
ବର୍ଷା ନେଇ ଚାଷୀଙ୍କୁ ଆଗୁଆ ସଚେତନ କରାଯାଇନଥିଲା ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ନବୀନ। ‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ଦାବି ପ୍ରସଙ୍ଗ ଉଠାଇ ବି କଲେ ରାଜନୀତି।