ନବାନ୍ନ ଲାଗି ପରେ ଏକାଠି ବସି ନୂଆଁ ଖାଇଲେ ପରିବାର ସଦସ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣପର୍ବ ନୂଆଁଖାଇକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର। ନିର୍ଦ୍ଧାରିତ ଲଗ୍ନ ଅର୍ଥାତ୍ ସକାଳ ୧୦ଟା ୫ ମିନିଟ୍‌ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି ହୋଇଥିଲା । ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମାଆ ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବଦେବୀଙ୍କୁ ମଧ୍ୟ ନବାନ୍ନ ଅର୍ପଣ କରାଯାଇଥିଲା। ଏହାପରେ ଘରେ ଘରେ ଲୋକମାନେ ସେମାନଙ୍କ ଇଷ୍ଟ […]

sambalpur

sambalpur

Jyoshna Pradhan
  • Published: Tuesday, 03 September 2019
  • Updated: 03 September 2019, 02:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣପର୍ବ ନୂଆଁଖାଇକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର। ନିର୍ଦ୍ଧାରିତ ଲଗ୍ନ ଅର୍ଥାତ୍ ସକାଳ ୧୦ଟା ୫ ମିନିଟ୍‌ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି ହୋଇଥିଲା । ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମାଆ ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବଦେବୀଙ୍କୁ ମଧ୍ୟ ନବାନ୍ନ ଅର୍ପଣ କରାଯାଇଥିଲା। ଏହାପରେ ଘରେ ଘରେ ଲୋକମାନେ ସେମାନଙ୍କ ଇଷ୍ଟ ଦେବଦେବୀଙ୍କୁ ମଧ୍ୟ ନବାନ୍ନ ଲାଗି କରି ନୂଆଁ ଖାଇଥିଲେ।

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ପ୍ରତିଟି ଘରେ ଘରେ ଉତ୍ସବର ମାହୋଲ। ପିଠା ପଣାରେ ମହକୁଛି ପରିବେଶ। ପରିବାର ସଦସ୍ୟମାନେ ଏକାଠି ବସି ନୂଆଁ ଖାଉଛନ୍ତି। ଏହାପରେ ଜୁହାର ଭେଟ୍ କାର୍ଯ୍ୟକ୍ରମ ଅର୍ଥାତ୍ ପରିବାରର ବଡ଼ମାନଙ୍କୁ ପ୍ରଣାମ କରି କନିଷ୍ଠମାନେ ଆଶୀର୍ବାଦ ନେଉଛନ୍ତି।

ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀ ଏବଂ ସୋନପୁରର ସୁରେଶ୍ୱରୀଙ୍କ ପୀଠରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାହ୍ନ ଲାଗି ହୋଇଛି। ଏଥିସହ ସୁନ୍ଦରଗଡ଼ ଓ ବରଗଡ଼ ଆଦି ଜିଲ୍ଲାବାସୀ ମଧ୍ୟ ବେଶ୍ ଉଲ୍ଲାସର ସହ ନୂଆଁଖାଇ ପାଳନ କରୁଛନ୍ତି। ପରମ୍ପରା ଅନୁସାରେ ସୁନ୍ଦରଗଡ଼ରେ ମା’ ସମଲେଇଙ୍କ ପାଖରେ ବି ପୂର୍ବ ନିର୍ଦ୍ଧାରିତ ଲଗ୍ନ ସକାଳ ୮ଟା ୫୦ରେ ନବାନ୍ନ ଲାଗି ହୋଇଥିଲା॥ ନୂଆ ଚାଉଳରେ ପ୍ରସ୍ତୁତ କ୍ଷୀରି ଓ ପିଠା ମାଆଙ୍କ ପାଖରେ ଲାଗି ହୋଇଥିଲା। ସ୍ଥାନୀୟ ରାଜମାତା ପଦ୍ମିନୀ ଶେଖରଦେଓ ଏବଂ ରାଜା ସମରେନ୍ଦ୍ର ଶେଖରଦେଓଙ୍କ ଉପସ୍ଥିତିରେ ମାଆଙ୍କୁ ନବାନ୍ନ ଲାଗି ହୋଇଛି। ଏହାପରେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାବାସୀ ନୂଆଁଖାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story