ଚିନ୍ତା ବଢ଼ାଇଲେ ଷ୍ଟାଫ୍‌ ନର୍ସ, କୋଭିଡ୍‌ ହସ୍ପିଟାଲ୍‌ ଆଗରେ ବିକ୍ଷୋଭ

ରାଉରକେଲା (ପବନ ତିୱାରୀ): ମହାମାରୀ କରୋନାର ଉଗ୍ର ରୂପ ଦେଖି ସରକାର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ। ଏଥିପାଇଁ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ। ଏପରିକି ସେମାନଙ୍କ ମନୋବଳ ନଭାଙ୍ଗିବା ପାଇଁ ଜନସାଧାରଣଙ୍କୁ ଅପିଲ୍‌ କରିଥିଲେ ରାଜ୍ୟ ସରକାର। ହେଲେ ଆଜି ସେହି କୋଭିଡ୍‌ ଯୋଦ୍ଧା ଅବହେଳିତ ହେଲା ପରି ମନେ ହେଉଛି। କାରଣ ସରକାର ଘୋଷଣା କରିଥିବା ପ୍ୟାକେଜ ସେମାନଙ୍କୁ ମିଳୁନଥିବା ନର୍ସମାନେ ଅଭିଯୋଗ କରିଛନ୍ତି। […]

covid

covid

Manoranjan Sial
  • Published: Sunday, 11 October 2020
  • Updated: 11 October 2020, 08:27 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ମହାମାରୀ କରୋନାର ଉଗ୍ର ରୂପ ଦେଖି ସରକାର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ। ଏଥିପାଇଁ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ। ଏପରିକି ସେମାନଙ୍କ ମନୋବଳ ନଭାଙ୍ଗିବା ପାଇଁ ଜନସାଧାରଣଙ୍କୁ ଅପିଲ୍‌ କରିଥିଲେ ରାଜ୍ୟ ସରକାର। ହେଲେ ଆଜି ସେହି କୋଭିଡ୍‌ ଯୋଦ୍ଧା ଅବହେଳିତ ହେଲା ପରି ମନେ ହେଉଛି। କାରଣ ସରକାର ଘୋଷଣା କରିଥିବା ପ୍ୟାକେଜ ସେମାନଙ୍କୁ ମିଳୁନଥିବା ନର୍ସମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ରାଉରକେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଦାବିରେ ନର୍ସମାନେ କୋଭିଡ୍‌ ହସ୍ପିଟାଲ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶକ କରୁଛନ୍ତି।

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଉରକେଲାରେ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ୍‌ ପ୍ରତିଷ୍ଠା କରାଯାଇଥିଲା। ସେଠାରେ ରୋଗୀ ଚିକିତ୍ସା କରୁଥିବା ବେଳେ ଜଣେ ଷ୍ଟାଫ୍‌ ନର୍ସ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସେଠାରେ ଚିକିତ୍ସା ଚାଲିଥିଲା। ମାତ୍ର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ଏହି ଖବର ପ୍ରକାଶ ପାଇବା ପରେ ରାଉରକେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଅସନ୍ତୋଷ ପ୍ରକାଶ ପାଇଥିଲା। ୪୦ରୁ ଅଧିକ ନର୍ସ ମେଡିକାଲ୍‌ରେ ଆଗରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ମୁତାବକ, କୋଭିଡ୍‌ ଯୋଦ୍ଧା ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କ ପାଇଁ ବୀମା କରାଯାଇ ନାହିଁ। ୭ ମାସରୁ ଅଧିକ ସମୟ ଧରି କୋଭିଡ୍‌ ହସ୍ପିଟାଲ୍‌ରେ କାର୍ଯ୍ୟ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ପ୍ରମାଣପତ୍ର ମିଳିନି। ସେହିପରି ପ୍ରତିଦିନ ୧୦୦୦ ଟଙ୍କା ଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ କୋଭିଡ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମାସକୁ ମାତ୍ର ୭୦୦୦ ଟଙ୍କା ଦେଉଥିବା ଷ୍ଟାଫ୍‌ ନର୍ସମାନେ ଅଭିଯୋଗ କରିଛନ୍ତି।

କୋଭିଡ୍‌ ହସ୍ପିଟାଲ୍‌ ଆଗରେ ବିକ୍ଷୋଭ ନେଇ ଖବର ପାଇ ରାଉରକେଲା ଏଡିଏମ୍‌ ଅବୋଲି ସୁନୀଲ୍ ନରୱଣେ ଘଟଣାସ୍ଥଳରେ ପହଞ୍ଚି ଷ୍ଟାଫ୍‌ ନର୍ସଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ନର୍ସମାନେ ସେମାନଙ୍କ ଦାବିରେ ଅଡି ବସିଥିଲେ। ବୁଝାସୁଝା ପରେ ନର୍ସ ମେଡିକାଲ୍‌ ମେଡିକାଲ ମୁଖ୍ୟ ଫାଟକ ଛାଡ଼ି ବାରଣ୍ଡାରେ ଧାରଣାରେ ବସିଛନ୍ତି। ନର୍ସଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story