ବିଶାଖାପାଟଣାରେ ବିଶ୍ୱକର୍ମା ପୂଜା ପାଳିରେ ପ୍ରବାସୀ ଓଡ଼ିଆ

ବିଶାଖାପାଟଣା (ଓଡ଼ିଶା ରିପୋର୍ଟର): ବିଶାଖାପାଟଣାର ସିନ୍ଧିଆ ନିକଟସ୍ଥ ତୁଳସୀପୁର ମଣ୍ଡପରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ହିନ୍ଦୁସ୍ତାନ ସିପୟାଡ଼ର କାର୍ଯ୍ୟରତ କର୍ମଚାରୀ ଓ ଓଡ଼ିଆ ମହାରଣା ପରିବାର ପକ୍ଷରୁ ଏହି ପୂଜା ପାଳିତ ହୋଇଛି। ଏଥିରେ ପ୍ରାୟ ୪୦୦ ମହାରଣା ପରିବାରଙ୍କ ସମେତ ସହର ଅନେକ ଲୋକ ଯୋଗ ଦେଇଥିଲେ।

ବିଶ୍ୱକର୍ମାଙ୍କ ପୂଜା ସରିବା ପରେ ଠାକୁରଙ୍କୁ ସାହି ଭ୍ରମଣ କରାଯାଇଥିଲା। ଏହାପରେ ସମସ୍ତେ ପ୍ରସାଦ ସେବନ କରିଥିଲେ। ୨୦୦୬ ମସିହାରୁ ଶରତ ଚନ୍ଦ୍ର ମହାରଣାଙ୍କ ଉଦ୍ୟମରେ ବିଶାଖାପାଟଣାରେ ଏହି ପୂଜା ପାଳିତ ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।