ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାୟୁସେନାର AN-32 ବିମାନ ସହିତ ଜଣେ ଓଡ଼ିଆ ଅଫିସର ନିଖୋଜ ହୋଇଯାଇଛନ୍ତି। ସେହି ଓଡ଼ିଆ ଅଫିସର ଜଣକ ହେଲେ ଗଞ୍ଜାମ ଜିଲ୍ଲାର ସୁନିତ ମହାନ୍ତି। ଫ୍ଲାଇଟ୍ ଲେପ୍ଟନାଣ୍ଟ ସୁନିତ ମହାନ୍ତି AN-32 ବିମାନରେ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ବଲିଆପଲ୍ଲୀରେ ବୋଲି ଜଣାପଡ଼ିଛି।
ଆସାମ ଜୋରହାଟ୍ରେ ସେ କାର୍ଯ୍ୟରତ ଥିଲେ। ଘଟଣା ପରଠୁ AN-32 କିମ୍ବା ସୁନିତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି। ଗତ ତିନି ତାରିଖରେ AN-32 ବିମାନ ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା। ଅରୁଣାଚଳର ମେନଚୁକା ଏୟାର ଫିଲ୍ଡରେ ଅବତରଣ କରିବା ପୂର୍ବରୁ ଏହା ନିଖୋଜ ହୋଇଯାଇଥିଲା। ବିମାନକୁ ଖୋଜିବା ପାଇଁ ବାୟୁସେନା ସମେତ ସ୍ଥଳ ସେନା ଅପରେସନ ଜାରି ରଖିଛନ୍ତି। ସାଟେଲାଇଟର ମଧ୍ୟ ସାହାଯ୍ୟ ନିଆଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।