କେବଳ 'କାଳିଆ' କାହିଁକି, ସବୁ ଯୋଜନାରୁ ଅଯୋଗ୍ୟ ଚିହ୍ନଟ କର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ପାଇଁ ବିଜେଡି ସରକାର ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁବିଧା ଦେଇଛନ୍ତି। ଏବେ ‘କାଳିଆ’ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଅନ୍ୟ ସବୁ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ କେବେସୁଦ୍ଧା ଚିହ୍ନଟ କରାଯିବ ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା […]

samir-mohanty

samir-mohanty

Manoranjan Sial
  • Published: Thursday, 08 August 2019
  • Updated: 08 August 2019, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ପାଇଁ ବିଜେଡି ସରକାର ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁବିଧା ଦେଇଛନ୍ତି। ଏବେ ‘କାଳିଆ’ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଅନ୍ୟ ସବୁ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ କେବେସୁଦ୍ଧା ଚିହ୍ନଟ କରାଯିବ ବୋଲି ବିଜେପି ପ୍ରଶ୍ନ କରିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିର୍ବାଚନରେ ଜନମତକୁ ପ୍ରଭାବିତ କରିବା ପାଇଁ ଓ ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ ବିଜେଡି ସରକାର କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କାଘର, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିଥିଲେ। ଏହି ପ୍ରସଙ୍ଗକୁ ବିଜେପି ଅନେକଥର ଗଣମାଧ୍ୟମ ସମ୍ମୁଖରେ ଉଠାଇ ସାରିଛି। ଏବେ ରାଜ୍ୟ ସରକାର 'କାଳିଆ' ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ତେବେ ସ୍ୱଚ୍ଛତା କେବଳ ଏହି 'କାଳିଆ' ଯୋଜନା ପାଇଁ ଲାଗୁ ହେବ, ନା ଅନ୍ୟ ଯୋଜନାଗୁଡ଼ିକରୁ ବି ଅଯୋଗ୍ୟ ହିତାଧିକାରୀଙ୍କୁ ସରକାର ବାଦ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'କାଳିଆ' ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ ୧୦ହଜାର ଟଙ୍କା ଦେବାର ବ୍ୟବସ୍ଥା କରି ଭୋଟ କିଣିବା ପାଇଁ ଯୋଜନା କରିଥିଲେ। ଏଥିରେ ସରକାର ଚାଷୀ ଓ ଅଣଚାଷୀ, ଦଳୀୟ କର୍ମୀମାନଙ୍କୁ ଅବିଚାରିତ ଭାବେ ସାମିଲ କରିଥିଲୋ 'କାଳିଆ' ଯୋଜନା ଆରମ୍ଭର ୮ ମାସ ପରେ ସେଥିରେ ବହୁ ଅଯୋଗ୍ୟ ହିତାଧିକାରୀ ପଶିଯାଇଛନ୍ତି ବୋଲି ସରକାରଙ୍କର ଚେତା ପଶିଛି। ଅନ୍ୟ ଯୋଜନାଗୁଡ଼ିକରେ ମଧ୍ୟ ବହୁ ଅଯୋଗ୍ୟ ଲୋକ ଫାଇଦା ନେଇଛନ୍ତି। ବିଜୁ ପକ୍କାଘର ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ କେବଳ ରାଜନୀତିକ ବିଚାରରେ ଦିଆଯାଇଛି। ଏହି କାରଣରୁ ବିଜୁ ପକ୍କାଘର ସମ୍ପର୍କରେ ଅତ୍ୟନ୍ତ ମିଥ୍ୟା ତଥ୍ୟ ମୁଖ୍ୟମନ୍ତ୍ରୀ ନିଜେ ଦେଇଛନ୍ତି। ଏବେ ମୁଖା ଖୋଲିଯିବା ପରେ ପିଏମ୍ ଆବାସ ଯୋଜନା ପାଇଁ ରାଜ୍ୟ ସରକାର ଅର୍ଥ ମାଗୁଛନ୍ତି।

'କାଳିଆ' ଯୋଜନାରେ ଯେଭଳି ଅଯୋଗ୍ୟ ହିତାଧିକାରୀଙ୍କଠୁ ଟଙ୍କା ଫେରାଇ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି, ଠିକ ସେହିଁଭଳି ଅନ୍ୟ ଯୋଜନାଗୁଡ଼ିକର ଫାଇଦା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ କ୍ଷେତ୍ରରେ କରିବାକୁ ବିଜେପି ଦାବି କରିଛି। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବେ ବୋଲି ସରକାର ଘୋଷଣା କରିଥିଲେ। ଯୋଜନା ଅନୁସାରେ ପ୍ରତିବର୍ଷ ପ୍ରତ୍ୟେକ ପରିବାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ କଭରେଜ୍ ପାଇବେ। ରାଜ୍ୟରେ କେଉଁ ୭୦ ଲକ୍ଷ ପରିବାରକୁ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦେଲେ, ସେମାନଙ୍କର ତାଲିକା ସାର୍ବଜନୀନ ହେବା ନିହାତି ଜରୁରୀ।

ମୋଦି ସରକାର 'ଆୟୁଷ୍ମାନ ଭାରତ' ଯୋଜନା ଆରମ୍ଭ କଲେ। ଏହାକୁ କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା'ର ଦ୍ୱାହି ଦେଇ ନବୀନ ସରକାର ଓଡ଼ିଶାରେ ଏହା ଲାଗୁ କରାଇ ଦେଲେ ନାହିଁ। ସେହିପରି ନିଜସ୍ୱ ଖାଦ୍ୟ ଯୋଜନାରେ କେତେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ଓ କେଉଁମାନଙ୍କୁ ଦିଆଯାଉଛି, ତାକୁ ମଧ୍ୟ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ ବୋଲି ବିଜେପି ଦାବି କରିଛି। ସରକାରୀ ଯୋଜନାଗୁଡ଼ିକରେ ସ୍ୱଚ୍ଛତା ନିଶ୍ଚିତ କରିବାକୁ ନବୀନ ସରକାର ସାହସ ଦେଖାଇବେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story