ପ୍ରାଣଘାତୀ ରୋଗ କବଳରେ ଓଡ଼ିଶାର ଛୋଟ ଛୋଟ ପିଲା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଗକୁ ହୁ ହୁ ହୋଇ ବଢ଼ିପାରେ ହୃଦ୍‌ଘାତର ହାର। ହୃଦ୍‌ରୋଗର ଶିକାର ହୋଇପାରନ୍ତି ଛୋଟଛୋଟ ପିଲା।  ସ୍ୱଳ୍ପ ବୟସରୁ କବଳିତ କରିପାରେ, ତଥାକଥିତ ବୟସ୍କଙ୍କ ବ୍ୟାଧି।  ଏଭଳି ତଥ୍ୟ କମ୍ପ୍ରିହେନ୍ସିଭ୍ ନ୍ୟାସ୍ନାଲ୍ ନ୍ୟୁଟ୍ରିସନ୍ ସର୍ଭେରୁ ସାମ୍ନାକୁ ଆସିଛି। ଯାହା ଶିଶୁ ଓ କିଶୋରଙ୍କ ହୃଦରୋଗ ପ୍ରବଣତା କ୍ଷେତ୍ରରେ ଆମ ରାଜ୍ୟ ଦେଶରେ ଟପ୍ ଟେନ୍ ତାଲିକାରେ ରହିଛି। ଏବେ ମେଦ ବହୁଳତା, ଉଚ୍ଚ ରକ୍ତଚାପ ଓ କ୍ଷତିକାରକ କୋଲେଷ୍ଟେରଲ୍ କବଳରେ ଓଡ଼ିଶାର ବହୁ […]

heart

heart

Jyoshna Pradhan
  • Published: Friday, 11 October 2019
  • Updated: 11 October 2019, 02:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଗକୁ ହୁ ହୁ ହୋଇ ବଢ଼ିପାରେ ହୃଦ୍‌ଘାତର ହାର। ହୃଦ୍‌ରୋଗର ଶିକାର ହୋଇପାରନ୍ତି ଛୋଟଛୋଟ ପିଲା।  ସ୍ୱଳ୍ପ ବୟସରୁ କବଳିତ କରିପାରେ, ତଥାକଥିତ ବୟସ୍କଙ୍କ ବ୍ୟାଧି।  ଏଭଳି ତଥ୍ୟ କମ୍ପ୍ରିହେନ୍ସିଭ୍ ନ୍ୟାସ୍ନାଲ୍ ନ୍ୟୁଟ୍ରିସନ୍ ସର୍ଭେରୁ ସାମ୍ନାକୁ ଆସିଛି। ଯାହା ଶିଶୁ ଓ କିଶୋରଙ୍କ ହୃଦରୋଗ ପ୍ରବଣତା କ୍ଷେତ୍ରରେ ଆମ ରାଜ୍ୟ ଦେଶରେ ଟପ୍ ଟେନ୍ ତାଲିକାରେ ରହିଛି।

ଏବେ ମେଦ ବହୁଳତା, ଉଚ୍ଚ ରକ୍ତଚାପ ଓ କ୍ଷତିକାରକ କୋଲେଷ୍ଟେରଲ୍ କବଳରେ ଓଡ଼ିଶାର ବହୁ ଶିଶୁ ଓ କିଶୋର।  ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ଏ କ୍ଷେତ୍ରରେ ଟପ୍ ଟେନ୍‌ରେ ଥିବା ବିସ୍ତୃତ ଜାତୀୟ ପୋଷଣ ସର୍ବେକ୍ଷଣ ବା CNNS ରିପୋର୍ଟ କହୁଛି। ୨୦୧୬ରୁ ୧୮ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ହୋଇଥିବା ଏଭଳି ସର୍ଭେ ରିପୋର୍ଟରୁ ଅନେକ ଚାଞ୍ଚଲ୍ୟକର ତଥା ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଓଡ଼ିଶାର ୧୦ରୁ ୧୯ ବର୍ଷୀୟ କିଶୋର କିଶୋରୀଙ୍କ ମଧ୍ୟରୁ ୫.୪ ପ୍ରତିଶତ ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି।  ଏକ୍ଷେତ୍ରରେ ଓଡ଼ିଶାର ସ୍ଥାନ ନବମ। ସେହିପରି ରାଜ୍ୟର ୧୦ ରୁ ୧୯ ବର୍ଷୀୟ କିଶୋର କିଶୋରୀଙ୍କ ମଧ୍ୟରୁ ୩.୯ ପ୍ରତିଶତଙ୍କ ରକ୍ତରେ ହାଇ କୋଲେଷ୍ଟେରଲ୍ ପରିଲକ୍ଷିତ ହୋଇଛି। ଏଥିରେ ମଧ୍ୟ ଓଡ଼ିଶା ଟପ୍ ଟେନ୍‌ରେ ରହିଛି। କେବଳ ଏତିକି ନୁହେଁ ସେମାନଙ୍କ ରକ୍ତରେ କ୍ଷତିକାରକ କୋଲେଷ୍ଟେରଲ ମାତ୍ରା ଅଧିକ ଥିବା ବେଳେ, ଅଧିକ ଲିପୋପ୍ରୋଟିନ୍ ଯୁକ୍ତ ଲାଭଦାୟକ କୋଲେଷ୍ଟେରଲ୍ ସ୍ୱଳ୍ପ ମାତ୍ରାରେ ଥିବା ଜଣାପଡ଼ିଛି। ୧୦୦ରୁ ପ୍ରାୟ ୧୯ଟି ଶିଶୁ ଓ କିଶୋରଙ୍କ ଠାରେ ଡାଇବେଟିସ୍‌ର ପୂର୍ବ ଲକ୍ଷଣ ଦେଖିବାକୁ ମିଳିଛି। ୫ରୁ ୧୯ ବର୍ଷୀୟଙ୍କ ମଧ୍ୟରେ ୧୯.୨ ପ୍ରତିଶତ, ପ୍ରାକ୍-ମଧୁମେହରେ ପୀଡ଼ିତ ଥିବା ବେଳେ ୧୦ରୁ ୧୯ ବର୍ଷୀୟଙ୍କଠାରେ ଏହାର ହାର ୧୮.୯ ପ୍ରତିଶତ ରହିଛି।

ତେବେ ପ୍ରଶ୍ନ ଉଠୁଛି, କାହିଁକି ଓଡ଼ିଶାର ଶିଶୁ ଏତେ ହୃଦରୋଗ ପ୍ରବଣ? ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଏହା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ପାରମ୍ପରିକ ଖାଦ୍ୟଶସ୍ୟ ପରିବର୍ତ୍ତେ ଇନ୍‌ଷ୍ଟାଣ୍ଟ୍ ନୁଡୁଲ୍ ଓ ଫାଷ୍ଟଫୁଡ୍ ଖାଇବାର ବଦଭ୍ୟାସ ପିଲାଙ୍କୁ ଠେଲି ଦେଉଛି ଏଭଳି ପ୍ରାଣଘାତୀ ବିପଦ ଘେରକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos