ସର୍ବକ୍ଷମା ଯୋଜନାର ନିୟମ କୋହଳ କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ଲାଗି ସରକାର ସର୍ବକ୍ଷମା ଯୋଜନା ପ୍ରଣୟନ କରିଥିଲେ। ହେଲେ ଏହି ଯୋଜନାକୁ ଲୋକେ ଏବଂ ବେଆଇନ ନିର୍ମାଣକାରୀ ଗ୍ରହଣ କରୁନାହାନ୍ତି। ଯାହାକୁ ଲକ୍ଷ୍ୟ କରି ସରକାର ଥରକୁ ଥର ଯୋଜନାର ଅବଧି ବଢ଼ାଇବା ସହ ଜୋରିମାନା ରାଶି ହ୍ରାସ କରିଛନ୍ତି। ପୂର୍ବ ଥର ଅପେକ୍ଷା ଏଥର ନିୟମକୁ କୋହଳ କରିବା ସହ ଜରିମାନା ରାଶିକୁ ବେଶ୍ କମ୍ କରିଛନ୍ତି। ସରକାର ପୂର୍ବରୁ ଆପାର୍ଟମେଣ୍ଟ ଓ ହାଇରାଇଜ୍ […]

Land-scam-in-Bhubaneswar

Land-scam-in-Bhubaneswar

Manoranjan Sial
  • Published: Friday, 09 August 2019
  • Updated: 09 August 2019, 07:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ଲାଗି ସରକାର ସର୍ବକ୍ଷମା ଯୋଜନା ପ୍ରଣୟନ କରିଥିଲେ। ହେଲେ ଏହି ଯୋଜନାକୁ ଲୋକେ ଏବଂ ବେଆଇନ ନିର୍ମାଣକାରୀ ଗ୍ରହଣ କରୁନାହାନ୍ତି। ଯାହାକୁ ଲକ୍ଷ୍ୟ କରି ସରକାର ଥରକୁ ଥର ଯୋଜନାର ଅବଧି ବଢ଼ାଇବା ସହ ଜୋରିମାନା ରାଶି ହ୍ରାସ କରିଛନ୍ତି। ପୂର୍ବ ଥର ଅପେକ୍ଷା ଏଥର ନିୟମକୁ କୋହଳ କରିବା ସହ ଜରିମାନା ରାଶିକୁ ବେଶ୍ କମ୍ କରିଛନ୍ତି।

ସରକାର ପୂର୍ବରୁ ଆପାର୍ଟମେଣ୍ଟ ଓ ହାଇରାଇଜ୍ ବିଲ୍ଡିଂ ପାଇଁ ସେଟ୍‌ବ୍ୟାକ ଏରିଆ ୬ ମିଟର ଥିବା ବେଳେ ଏବେ ଏହାକୁ ୩ ମିଟରକୁ କମାଇ ଦେଇଛନ୍ତି। ପାର୍କିଂ ସ୍ଥାନ ଆବଶ୍ୟକତାର ୭୫ ପ୍ରତିଶତ ଥିଲେ, ସର୍ବକ୍ଷମା ମିଳୁଥିବା ବେଳେ ଏବେ ଏହାକୁ ୫୦ ପ୍ରତିଶତ କରାଯାଇଛି। ଛୋଟ ବାଣିଜ୍ୟିକ ନିର୍ମାଣ ପାଇଁ ପାର୍କିଂ ଆବଶ୍ୟକତାକୁ ସଂପୂର୍ଣ୍ଣ ଉଠାଇ ଦିଆଯାଇଛି। ପୂର୍ବରୁ ଆବାସିକ ଓ ବାଣିଜ୍ୟିକ ନିର୍ମାଣ ପାଇଁ ଭିନ୍ନ ଭିନ୍ନ ଦର ଥିବା ବେଳେ ନୂଆ ଯୋଜନାରେ ସମସ୍ତଙ୍କ ପାଇଁ ବର୍ଗ ମିଟର ପିଛା ୧୦ ହଜାର ଟଙ୍କା ଜୋରିମାନା ରଖାଯାଇଛି। ସେହିଭଳି ଫ୍ଲୋର ଏରିଆ ରେସିଓ (ଏଫ୍ଏଆର୍‌)ରେ ଜୋରିମାନା ରାଶି ପୂର୍ବରୁ ବର୍ଗ ମିଟର ପିଛା ଅଢ଼େଇ ଶହରୁ ଏକ ହଜାର ଟଙ୍କା ଥିବା ବେଳେ ଏବେ ଏହାକୁ ଅଢ଼େଇ ଶହ ଟଙ୍କାରୁ ୫ଶହ ଟଙ୍କାକୁ ହ୍ରାସ କରାଯାଇଛି।

୨୦୦୭-୦୮ରେ ବିଡିଏ ପ୍ରଥମେ ସର୍ବକ୍ଷମା ପାଇଁ ଦରଖାସ୍ତ ଆହ୍ୱାନ କରିଥିଲା। ସେହି ସମୟରେ ପ୍ରାୟ ୪ ହଜାର ଦରଖାସ୍ତ ଆସିଥିଲା। ପରେ ୨୦୧୮ ଜୁନ୍ ୨୦ ତାରିଖରେ ସରକାର ଆଉଥରେ ସର୍ବକ୍ଷମା ଯୋଜନା ଆଣିଥିଲେ। ଏଥିରେ ଭୁବନେଶ୍ୱର ସମେତ ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳକୁ ସାମିଲ କରାଯାଇଥିଲା। ସେହି ବର୍ଷ ଅର୍ଥାତ ୨୦୧୮ରେ ୧୩୩୫ଟି ପ୍ରସ୍ତାବ ଆସିଥିବା ବେଳେ ୨୦୧୯ରେ ଆସିଛି ୧୧୩୭ଟି। ତେବେ ଯୋଜନା ପ୍ରଣୟନ ପୂର୍ବରୁ ଯେଉଁମାନେ ଏଥିରେ ସାମିଲ ହେବେ, ସେମାନଙ୍କ ସହ ଆଲୋଚନା କରାଯାଇଥିଲେ ଏହା ଅଧିକ ଫଳପ୍ରଦ ହୋଇଥାଆନ୍ତା ବୋଲି ମତ ପ୍ରକାଶ ପାଇଛି।

ପ୍ରଥମେ ୬ ମାସ ପାଇଁ ହୋଇଥିବା ଯୋଜନାର କାର୍ଯ୍ୟକାଳକୁ ପର୍ଯ୍ୟାୟ କ୍ରମେ ତିନି ଥର ବଢ଼ାଯାଇଛି। ଏହାସତ୍ତ୍ୱେ ସରକାର ୩ ହଜାରରୁ କମ୍ ଦରଖାସ୍ତ ପାଇଛନ୍ତି। ଜୋରିମାନା ଅର୍ଥରାଶି ଅଧିକ ହୋଇଥିବାରୁ ସାଧାରଣ ଲୋକେ ଏହି ଯୋଜନାରେ ସାମିଲ ହେବାକୁ ମନ ବଳାଉ ନ ଥିବା ଉପଲବ୍ଧି କରିଥିଲେ। ସରକାର ଜୋରିମାନା ଅର୍ଥରାଶି କମ୍ କରାଯିବା ଦ୍ୱାରା ଅଧିକ ଲୋକ ଏଥିପ୍ରତି ଆକର୍ଷିତ ହେବେ ଓ ରାଜସ୍ୱ ଆଦାୟ ବଢ଼ିବ ବୋଲି ସରକାର ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story