ଓଡିଏମ୍‌ ସ୍କୁଲ ଆଗରେ ଧାରଣା ଦେଲେ ଅଭିଭାବକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଫି’ ପୈଠ କରିନପାରିବାରୁ ୧୧ ଜଣ ଛାତ୍ରଛାତ୍ରୀଙ୍କୁ ବାହାର କରିଦେଇଛି ଭୁବନେଶ୍ୱର ଓଡିଏମ୍‌ ସ୍କୁଲ କର୍ତ୍ତୃପକ୍ଷ। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ଶିଶୁ ସୁରକ୍ଷା ଓ ଶିକ୍ଷା ଅଧିକାର ଆଇନ୍‌କୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଛି ଓଡିଏମ୍‌ ଅଭିଭାବକ ସଂଘ। ପ୍ରତିବାଦ ସ୍ୱରୂପ ସ୍କୁଲ ମୁଖ୍ୟ ରାସ୍ତାରେ ଆମରଣ ଅନଶନ କରିଛନ୍ତି ଅଭିଭାବକ। ଗତକାଲିଠାରୁ ଏହି ଆନ୍ଦୋଳନ ଚାଲିଛି। ଆଜି ଅନଶନ ସ୍ଥଳରେ ଅସୁସ୍ଥ […]

odm-school-parents-strike-at-bhubaneswar

Manoranjan Sial
  • Published: Friday, 15 March 2019
  • Updated: 16 March 2019, 10:02 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଫି’ ପୈଠ କରିନପାରିବାରୁ ୧୧ ଜଣ ଛାତ୍ରଛାତ୍ରୀଙ୍କୁ ବାହାର କରିଦେଇଛି ଭୁବନେଶ୍ୱର ଓଡିଏମ୍‌ ସ୍କୁଲ କର୍ତ୍ତୃପକ୍ଷ। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏଠାରେ ଶିଶୁ ସୁରକ୍ଷା ଓ ଶିକ୍ଷା ଅଧିକାର ଆଇନ୍‌କୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଛି ଓଡିଏମ୍‌ ଅଭିଭାବକ ସଂଘ। ପ୍ରତିବାଦ ସ୍ୱରୂପ ସ୍କୁଲ ମୁଖ୍ୟ ରାସ୍ତାରେ ଆମରଣ ଅନଶନ କରିଛନ୍ତି ଅଭିଭାବକ।

ଗତକାଲିଠାରୁ ଏହି ଆନ୍ଦୋଳନ ଚାଲିଛି। ଆଜି ଅନଶନ ସ୍ଥଳରେ ଅସୁସ୍ଥ ହୋଇପଡିଛନ୍ତି ଅଭିଭାବକ। ଏନେଇ ଜାତୀୟ ଶିଶୁ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି ଅଭିଭାବକ ସଂଘ।

ରାଜ୍ୟ ଅଭିଭାବକ ସଂଘ କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ କହିଛନ୍ତି, “ଏହା ଶିକ୍ଷା ଅଧିକାର ଓ ଶିଶୁ ଅଧିକାର ଆଇନ୍‌ର ବିରୋଧାଚରଣ। ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କେହି ସ୍କୁଲରୁ ବାହାର ପରିପାରିବେ ନାହିଁ ବୋଲି ଆଇନ୍‌ ରହିଛି। ଘରୋଇ ସ୍କୁଲ ମଧ୍ୟ ଏହି ଆଇନ୍‌ ଭିତରେ ଆସୁଛି। ଯଦି ଏକ ଘରୋଇ ସ୍କୁଲରେ ପିଲା ଫି’ ଠିକ୍‌ ସମୟରେ ଦେଇନପାରେ, ତେବେ ସେ ଲେଟ୍‌ ଫି’ ଫାଇନ୍‌ ସହ ଦେଇପାରିବ।”

ଅଭିଭାବକ ପ୍ରଣତି ବସ୍ତିଆ କହିଛନ୍ତି, “ସେମାନେ ଚାହୁଁଛନ୍ତି, ଆମେ କିଛି ବି କହିବୁ ନି, ସ୍କୁଲ ଯାହା କହିବ ଆମେ ମାନି ନେବୁ। ଟଙ୍କା ହେଉ କି ଭଲ ଶିକ୍ଷା ହେଉ, ଅଥବା ସୁରକ୍ଷା କଥା ହେଉ, କୌଣସି ପ୍ରକାର ପ୍ରଶ୍ନ ଆମେ ପଚାରି ପାରିବୁନି। ବିନା ସର୍ତ୍ତରେ ଟିସି ପ୍ରତ୍ୟାହର କରି, ସମ୍ମାନର ସହ ପିଲାଙ୍କୁ ସ୍କୁଲ ଯିବାକୁ ଦେବେ। ଏହାସହ ଶିକ୍ଷୟିତ୍ରୀଙ୍କୁ ଅଭିଭାବକମାନେ ଖରାପ ବ୍ୟବହାର କରୁଥିବାର ଯେଉଁ ଅଭିଯୋଗ ଆଣିଛି ସ୍କୁଲ, ତାହାର ପ୍ରମାଣ ଦେବା ପରେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ।”

ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story