ଶ୍ରାବଣ ତିଥିରେ ମହାପ୍ରଭୁଙ୍କ ଚିତାଲାଗି ପର୍ବ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରାବଣ ଅମାବାସ୍ୟା ତିଥିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ଚିତାଲାଗି ପର୍ବ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ଦଇତାପତି ସେବାୟତ ଓ ପତିମହାପାତ୍ର ମହାପ୍ରଭୁଙ୍କ ମସ୍ତକରେ ହୀରା ନୀଳା ଓ ମାଣିକ୍ୟର ଦୁର୍ମୂଲ୍ୟ ଚିତା ପରିଧାନ କରାଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ବିରାଜମାନ କରିଥିଲେ। ଅଣସର ପିଣ୍ଡିରେ ଦଇତାପତିମାନେ ଶ୍ରୀଜୀଉଙ୍କର ଚିତାକୁ କାଢି ଦେଇଥିଲେ। ପରେ […]

puri1

puri1

Manoranjan Sial
  • Published: Thursday, 01 August 2019
  • Updated: 01 August 2019, 06:33 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରାବଣ ଅମାବାସ୍ୟା ତିଥିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ଚିତାଲାଗି ପର୍ବ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ଦଇତାପତି ସେବାୟତ ଓ ପତିମହାପାତ୍ର ମହାପ୍ରଭୁଙ୍କ ମସ୍ତକରେ ହୀରା ନୀଳା ଓ ମାଣିକ୍ୟର ଦୁର୍ମୂଲ୍ୟ ଚିତା ପରିଧାନ କରାଇଛନ୍ତି।

ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ବିରାଜମାନ କରିଥିଲେ। ଅଣସର ପିଣ୍ଡିରେ ଦଇତାପତିମାନେ ଶ୍ରୀଜୀଉଙ୍କର ଚିତାକୁ କାଢି ଦେଇଥିଲେ। ପରେ ଗୁଣ୍ଡିଚାଯାତ୍ରାରେ ଶ୍ରୀଜୀଉ ସୋଲ ଚିତା ପରିଧାନ କରି ନବଦିନାତ୍ମକ ଯାତ୍ରା କରିଥିଲେ। ଚିତାଲାଗି ପାଇଁ ପାଟରା ସେବାୟତମାନେ ବାସୁଙ୍ଗା ପାଟରେ ଜଗନ୍ନାଥଙ୍କ ପାଇଁ ହଳଦିଆ ରଙ୍ଗ, ବଳଭଦ୍ରଙ୍କ ପାଇଁ ନୀଳ, ଦେବୀ ସୁଭଦ୍ରାଙ୍କ ପାଇଁ ନାଲିର ଶ୍ରୀପଟ, ଶ୍ରୀପଟି ଓ ଶ୍ରୀପେଚ ତିଆରି କରିବା ପରେ ଆଜି ଦଇତାପତି ସେବାୟତ ଶ୍ରୀଜଗନ୍ନାଥଙ୍କୁ ହୀରାରେ ଖଚିତ ଚିତା, ବଡଭାଇ ବଳଭଦ୍ରଙ୍କୁ ନୀଳା, ଦେବୀ ସୁଭଦ୍ରାଙ୍କୁ ମାଣିକ୍ୟ ଖଚିତ ଚିତା ପରିଧାନ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos