ବାରିପଦା(ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ୱର ଜାତୀୟ ରାଜପଥର ବୈଶିଙ୍ଗା ବଜାର ନିକଟରେ ଏକ ସ୍କୁଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ଘର ବୈଶିଙ୍ଗା ଥାନା ଅନ୍ତର୍ଗତ ବାଲିଚିତର ଗାଁରେ। ମୃତକଙ୍କ ନାଁ କାଳିଆ ବାସ୍କେ। ଆହତଦ୍ୱୟ ହେଲେ ତପନ ଟୁଡୁ ଓ ଲାଦର ସିଂ।
ଗତକାଲି ବିଳମ୍ୱିତ ରାତିରେ ଏହି ତିନି ଜଣ ଯୁବକ ସ୍କୁଟିରେ ବାଲେଶ୍ୱର ଆଡୁ ଦ୍ରୁତ ଗତିରେ ବୈଶିଙ୍ଗା ଅଭିମୁଖେ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ଏକ ପୁଲିସ୍ ଟିମ୍ ଦେଖିଥିଲା।
ଆଜି ଭୋର ସେମାନେ ରାସ୍ତା ତଳେ ପଡ଼ିଥିବା ଦେଖି ପୁଲିସ୍ ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଦୁଇ ଗୁରୁତରଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଏମାନେ ସମସ୍ତେ ନୂଆ ସ୍କୁଟି ଧରି କୁଆଡ଼େ ଯାଉଥିଲେ, ତାହା ସ୍ପଷ୍ଟ ହୋଇପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।
Science & Environment
ଲୁଚକାଳି ଖେଳୁଛି ଜିନ୍ନତ; ବନ ବିଭାଗ ନାକେଦମ
ବାଘୁଣୀ ଜିନ୍ନତକୁ ଟ୍ରାକ କରିବା ପାଇଁ ଲାଗିଛନ୍ତି ଦୁଇ ରାଜ୍ୟର ୩ଟି ଟିମ୍।
Crime
ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ; ୨୫ ଲକ୍ଷ ଥିଲା ପୁରସ୍କାର ରାଶି
ପ୍ରଭାକରଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
Miscellaneous
ଜଙ୍ଗଲରେ ଥିଲା ୬୨ ଫୁଟ ଉଚ୍ଚ ସହିଦ ସ୍ତମ୍ଭ, ମାଟିରେ ମିଶାଇଲେ ଯବାନ
ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ରହିଥିବା ସବୁଠାରୁ ବିଶାଳ ସହିଦ ସ୍ତମ୍ଭ ମାଟିରେ ମିଶିଲା। ଉକ୍ତ ସ୍ତମ୍ଭକୁ ଧ୍ୱସଂ କରିଛନ୍ତି ଡିଆରଜି ଯବାନ ।
Miscellaneous
ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍
ଖୁବ୍ ଶୀଘ୍ର ଗ୍ରୀନ ହାଇଡ୍ରୋଜେନ୍ ବସ୍ ରାଜ୍ୟରେ ଗଡିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଗ୍ରୀନ ହାଇଡ୍ରୋଜେନ ବସ୍ ଗଡ଼ିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ।