ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଅନ୍ତର୍ଘାତୀ କାର୍ଯ୍ୟ ହୋଇଛି। ଆଜି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଏହା ସ୍ୱୀକାର କରିଛନ୍ତି ।
ସେ କହିଛନ୍ତି,“ସ୍ଥଳ ବିଶେଷରେ ଏହି ଅନ୍ତର୍ଘାତୀ କାର୍ଯ୍ୟ ହୋଇଛି। ନିଜ ପତିଆରା ଦେଖାଇବା ବାକୁ ଯାଇ କିଛି ଲୋକ ଅନ୍ତର୍ଘାତୀ କାମ କରିଛନ୍ତି।”
ସେ ଆହୁରି କହିଛନ୍ତି,“ସରପଞ୍ଚ ସଭ୍ୟ ପାଇଁ ୧୦ରୁ ୨୦ ଜଣ ଠିଆ ହେବାରୁ ଅସୁବିଧା ହୋଇଥିଲା। ସ୍ଥାନୀୟ କର୍ମୀ ଜିଲ୍ଲା ପରିଷଦ ଉପରେ ଧ୍ୟାନ ଦେଇ ପାରିଲେ ନାହିଁ।”
୪ଜଣ ଅମଲା ବିଜେଡିର ନିର୍ବାଚନ ପରିଚାଳନା କରୁଥିବା ବିଜେପିର ଅଭିଯୋଗକୁ ମନ୍ତ୍ରୀ ଦାମୋଦର ରାଉତଙ୍କ ସମର୍ଥନ ନେଇ ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି,“ଦାମ ବାବୁ ଜଣେ ଅଭିଜ୍ଞ ଲୋକ,ସେ ପରାମର୍ଶ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ଚାଲିଛି। ନିର୍ବାଚନରେ କୌଣସି ଅମଲାଙ୍କ ସଂପୃକ୍ତି ନାହିଁ।”
ଅନ୍ୟପକ୍ଷରେ ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି,“ବିଜେଡି ନେତା ଓ ମନ୍ତ୍ରୀ ମାନସିକ ସନ୍ତୁଳନ ହରାଇଛନ୍ତି। ସେଥିପାଇଁ ସେମାନେ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛନ୍ତି”’
ସେ ଆହୁରି କହିଛନ୍ତି,“ଆମେ ଗରିବଙ୍କ ପାଇଁ ଲଢ଼ୁଛୁ,ତାଙ୍କ ପାଇଁ କାମ କରୁଛୁ। ୨୦୧୯ରେ ଓଡ଼ିଶାରେ ବିଜେପି ସରକାର ଆସିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।