Advertisment

ଆଶ୍ରୟ ଦେଉନି ଆଶ୍ରାବାଡ଼ି, ବାର ଦୁଆରେ ବୃଦ୍ଧ ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୃଦ୍ଧ ଯେ ବ୍ୟାଧି ନୁହେଁ, ଏକ ଅବସ୍ଥା। ବୋଧହୁଏ ଏକଥା ବୁଝିବାକୁ ନାରାଜ ପକ୍ଷାଘାତରେ ଆକ୍ରାନ୍ତ ବୃନ୍ଦାବନଙ୍କ ପୁଅ-ବୋହୂ। ତା’ ହୋଇନଥିଲେ ଆଜି ଆଶ୍ରୟ ଟିକେ ପାଇଁ ବାର ଦୁଆରେ ଏମିତି ହୀନସ୍ତା ହେଉନଥାନ୍ତେ ଗଞ୍ଜାମ ବେଲଗୁଣ୍ଠା ବ୍ଳକ ରତନପୁରର ବୃନ୍ଦାବନ ଗୌଡ଼। ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ବୃନ୍ଦାବନ ପରିଣତ ବୟସରେ ଜନ୍ମକଲା ପୁଅ ଓ ବୋହୂଙ୍କ ଆଶ୍ରାବାଡ଼ି ହେବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ସେମାନେ ଆଜି ନିର୍ଦ୍ଦୟ। ମାଡ଼ ମାରି […]

author-image
Manoranjan Sial
ଅଦ୍ୟତନ ହୋଇଛି
ଆଶ୍ରୟ ଦେଉନି ଆଶ୍ରାବାଡ଼ି, ବାର ଦୁଆରେ ବୃଦ୍ଧ ବାପା

parents--not-got-proper-care-in-odisha

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୃଦ୍ଧ ଯେ ବ୍ୟାଧି ନୁହେଁ, ଏକ ଅବସ୍ଥା। ବୋଧହୁଏ ଏକଥା ବୁଝିବାକୁ ନାରାଜ ପକ୍ଷାଘାତରେ ଆକ୍ରାନ୍ତ ବୃନ୍ଦାବନଙ୍କ ପୁଅ-ବୋହୂ। ତା’ ହୋଇନଥିଲେ ଆଜି ଆଶ୍ରୟ ଟିକେ ପାଇଁ ବାର ଦୁଆରେ ଏମିତି ହୀନସ୍ତା ହେଉନଥାନ୍ତେ ଗଞ୍ଜାମ ବେଲଗୁଣ୍ଠା ବ୍ଳକ ରତନପୁରର ବୃନ୍ଦାବନ ଗୌଡ଼।

Advertisment

ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ବୃନ୍ଦାବନ ପରିଣତ ବୟସରେ ଜନ୍ମକଲା ପୁଅ ଓ ବୋହୂଙ୍କ ଆଶ୍ରାବାଡ଼ି ହେବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ସେମାନେ ଆଜି ନିର୍ଦ୍ଦୟ। ମାଡ଼ ମାରି ମୁଣ୍ଡ ଫଟାଇ ଘରୁ ତଡ଼ି ଦେଲେ। ଗାଁ ଲୋକେ ମେଡିକାଲରେ ଭର୍ତ୍ତି କରିବା ପରେ ବୃନ୍ଦାବନଙ୍କ ଜୀବନ ବଞ୍ଚି ଯାଇଛି। ଏବେ ସେ କଷ୍ଟେ ମଷ୍ଟେ ଉପଜିଲ୍ଲାପାଳଙ୍କୁ ଭେଟି ଥଇଥାନ କରିବାକୁ ଆକୁଳ ନିବେଦନ କରୁଛନ୍ତି। ଏମିତିକି ଗାଙ୍ଗପୁର ଥାନାରେ ଏତଲା ପରେ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

publive-imageବୃନ୍ଦାବନ କଥା ଭାତହାଣ୍ଡିରୁ ଗୋଟିଏ ଭଳି ଉଦାହରଣ। ସାରା ଦେଶରେ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି ବୟସ୍କଙ୍କୁ ଅବହେଳା। ଏ ଦିଗରେ କାର୍ଯ୍ୟରତ ବେସରକାରୀ ସଂଗଠନ ହେଲ୍‌ପ-ଏଜ୍-ଇଣ୍ଡିଆର ତଥ୍ୟ ଅନୁସାରେ ଏଥର ଜନଗଣନାରେ ଦେଶରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟୋଜ୍ୟଷ୍ଠଙ୍କ ସଂଖ୍ୟା ମୋଟ୍‌ ଲୋକ ସଂଖ୍ୟାର ୨୦ ପ୍ରତିଶତରେ ପହଞ୍ଚିବ। ଯାହାଙ୍କ ମଧ୍ୟରୁ ୨୯ ପ୍ରତିଶତ ସେବା ଶୁଶ୍ରୁଷା ନପାଇ ଘୋର ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି। ଆଉ ୩୫ ପ୍ରତିଶତ ବ୍ୟକ୍ତି ବାଧ୍ୟ ବାଧକତାରରେ ବୁଢ଼ା ବାପା-ମାଆଙ୍କ ସେବା କରୁଛନ୍ତି। ଏମିତିକି ୧୧ ପ୍ରତିଶତ ବୟସ୍କଙ୍କ ପେନ୍‌ସନ ରାଶିରେ ଘର ଲୋକ ଭାଗ ବସାଉଛନ୍ତି। ତଥାପି ସେମାନଙ୍କୁ ଅଣଦେଖା କରାଯାଉଥିବା ହେଲ୍‌ପ୍‌ ଏଜ୍‌ ଇଣ୍ଡିଆର ଓଡ଼ିଶା ମୁଖ୍ୟ ଭାରତୀ ଚକ୍ର କହିଛନ୍ତି।

Advertisment

ଆଧୁନିକ ଜୀବନଶୈଳୀ ସାଙ୍ଗକୁ ଅତ୍ୟଧିକ ମୋବାଇଲ ଓ ଇଣ୍ଟରନେଟ୍‌ରେ ସମୟ ଅତିବାହିତ କାରଣରୁ ବୟସ୍କଙ୍କୁ ଅଣଦେଖା ପ୍ରମୁଖ କାରଣ ସାଜିଛି। ତା’ଛଡ଼ା ନାତିନାତୁଣୀଙ୍କୁ ଦୂରେଇ ରଖାଯିବା ମଧ୍ୟ ସେମାନଙ୍କ ପାଇଁ ଗୁରୁତର ମାନସିକ ସମସ୍ୟା ସୃଷ୍ଟି କରୁଛି। ଏହାର ନିରାକରଣ ପାଇଁ ରାଜ୍ୟର ସ୍କୁଲ ପିଲାଙ୍କୁ ବୟୋଜ୍ୟଷ୍ଠ ଦିବସ ସମ୍ପର୍କରେ ଅବଗତ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରାଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର।