ଶିକ୍ଷାନୁଷ୍ଠାନରେ ହିଂସା- ଦଳୀୟ ରାଜନୀତିର ପରିଣାମ

ଦେବେନ୍ଦ୍ର ପୃଷ୍ଟି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ନିଃସନ୍ଦେହରେ ଭାରତବର୍ଷର ଏକ ଖ୍ୟାତିସଂପନ୍ନ ଶିକ୍ଷାନୁଷ୍ଠାନ। କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟର ସୁନାମ ରହିଛି। ୨୦୧୯ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅଭିଜିତ ବାନାର୍ଜୀ, ଭାରତର ବର୍ତ୍ତମାନର ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର, ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ବିଖ୍ୟାତ ସାମ୍ବାଦିକ ପି. ସାଇନାଥଙ୍କ ପରି ପ୍ରତିଷ୍ଠା ଅର୍ଜନ କରିଥିବା ବହୁ ବ୍ୟକ୍ତି ଏହି ଅନୁଷ୍ଠାନରୁ ପାଠ […]

jnu

jnu

Debendra Prusty
  • Published: Monday, 06 January 2020
  • Updated: 06 January 2020, 06:20 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ନିଃସନ୍ଦେହରେ ଭାରତବର୍ଷର ଏକ ଖ୍ୟାତିସଂପନ୍ନ ଶିକ୍ଷାନୁଷ୍ଠାନ। କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟର ସୁନାମ ରହିଛି। ୨୦୧୯ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅଭିଜିତ ବାନାର୍ଜୀ, ଭାରତର ବର୍ତ୍ତମାନର ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର, ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ବିଖ୍ୟାତ ସାମ୍ବାଦିକ ପି. ସାଇନାଥଙ୍କ ପରି ପ୍ରତିଷ୍ଠା ଅର୍ଜନ କରିଥିବା ବହୁ ବ୍ୟକ୍ତି ଏହି ଅନୁଷ୍ଠାନରୁ ପାଠ ପଢ଼ିଛନ୍ତି। ଏହି ଅନୁଷ୍ଠାନ ଭାରତୀୟ ପ୍ରାଶାସନିକ ସେବା, ଭାରତୀୟ ବିଦେଶ ସେବା, ଭାରତୀୟ ପୁଲିସ ସେବା ପରି ବହୁ କ୍ଷେତ୍ରକୁ ବହୁ ପ୍ରତିଭା ଯୋଗାଇଛି। ଅର୍ଥନୀତି, ବିଜ୍ଞାନ, ରାଜନୀତି, ସମାଜସେବା, ସାହିତ୍ୟ ଆଦି ଅନେକ କ୍ଷେତ୍ରରେ ଏହି ଅନୁଷ୍ଠାନରୁ ପାଠପଢ଼ିଥିବା ବହୁ ବ୍ୟକ୍ତି ଉଚ୍ଚ ସୋପାନକୁ ଉଠିଛନ୍ତି। ଭାରତୀୟ ଗଣତନ୍ତ୍ରରେ ଏହି ଅନୁଷ୍ଠାନ ଶିକ୍ଷା ଓ ବିତର୍କର ଏକ ପ୍ରମୁଖ କେନ୍ଦ୍ର ଭାବେ ଭୂମିକା ନିର୍ବାହ କରି ଆସିଛି। କିନ୍ତୁ କିଛି ବର୍ଷ ହେଲା ଏହି ଅନୁଷ୍ଠାନରେ ଛାତ୍ର ଅସ୍ଥିରତା ଲାଗି ରହିଛି। ବାମ ଓ ଦକ୍ଷିଣପନ୍ଥୀ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିବା ସହିତ ଅନେକ ସମୟରେ ଛାତ୍ର ଅଶାନ୍ତି ହିଂସାର ରୂପ ଗ୍ରହଣ କରିଛି। ଏହା ଏହି ଅନୁଷ୍ଠାନର ଶୈକ୍ଷିକ ବାତାବରଣକୁ କଳୁଷିତ କରିବା ସହିତ ବିଶ୍ୱବିଦ୍ୟାଳୟର ସୁନାମରେ ଆଞ୍ଚ ଆଣିଛି।

ଅନେକ ଜାତୀୟ ପ୍ରସଙ୍ଗରେ ଜେଏନୟୁ ଛାତ୍ରଛାତ୍ରୀମାନଙ୍କର ମୁକ୍ତ ମତ ପ୍ରଦାନ ଓ ସରକାରଙ୍କ ଭୂମିକାକୁ ସମାଲୋଚନା ଆଦି ଯୋଗୁଁ ଏହି ଅନୁଷ୍ଠାନକୁ ସହରୀ ନକ୍ସଲଙ୍କ ଏନ୍ତୁଡ଼ିଶାଳ ବୋଲି କିଛି ରାଜନୀତିକ ଗୋଷ୍ଠୀ ସମାଲୋଚନା କରୁଛନ୍ତି। ଏହି ଅନୁଷ୍ଠାନ ରାଷ୍ଟ୍ର-ବିରୋଧୀ ଶକ୍ତିଙ୍କ ତାଲିମ କେନ୍ଦ୍ର ବୋଲି ମଧ୍ୟ କୁହାଯାଉଛି। ସେହିପରି କେତେକ ଗୋଷ୍ଠୀ ଜେଏନୟୁର ମୁକ୍ତ ଚିନ୍ତନ ଓ ଗଣତନ୍ତ୍ରରେ ମୁକ୍ତ ମତ ଦେବାର ସଂସ୍କୃତିକୁ ଲୋପ କରିବାର ଚକ୍ରାନ୍ତ କରୁଛନ୍ତି ବୋଲି ମଧ୍ୟ ଅନ୍ୟ କିଛି ଛାତ୍ରଗୋଷ୍ଠୀ ଅଭିଯୋଗ କରୁଛନ୍ତି। ଏହି ପରିସ୍ଥିତିରେ ୨୦୨୦ ଜାନୁଆରୀ ୫ ତାରିଖ ସନ୍ଧ୍ୟାରେ ଏହି ବିଶ୍ୱବିଦ୍ୟାଳୟରେ ଘଟିଥିବା ଗୁଣ୍ଡାରାଜ ଏହି ଅନୁଷ୍ଠାନର ମର୍ଯ୍ୟାଦା ଉପରେ ଆଞ୍ଚ ଆଣିଛି। ଏହା ମଧ୍ୟ ବିଶ୍ୱବିଦ୍ୟାଳୟ ପରିଚାଳନା ଓ ଭାରତୀୟ ରାଜନୀତିର ଦୁର୍ବଳ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ଗୁଣ୍ଡାରାଜ ନେଇ ବହୁ ପକ୍ଷ ବହୁ ପ୍ରକାର ମତ ଦେଉଛନ୍ତି। ଗୋଟିଏ ଗୋଷ୍ଠୀ ଏହା ପଛରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମ୍ଭୂତ ତଥା ଭାରତୀୟ ଜନତା ପାର୍ଟିର ଛାତ୍ର ଶାଖା ଭାବେ ପରିଚିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଭୂମିକା ରହିଛି ବୋଲି ଅଭିଯୋଗ କରୁଥିବାବେଳେ ଅନ୍ୟ ଗୋଷ୍ଠୀ ଏହା ବାମପନ୍ଥୀ ତଥା ରାଷ୍ଟ୍ର-ବିରୋଧୀ ତତ୍ତ୍ୱଙ୍କ କାମ ବୋଲି ଦାବି କରୁଛି। ଏସବୁ ଅଭିଯୋଗ ଓ ପ୍ରତ୍ୟାଭିଯୋଗ ଭିତରେ ଜବାହରଲଲାଲ ନେହରୁ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରଦୂଷିତ ହୋଇଛି। ଶୀତ ସେମିଷ୍ଟାର ପାଇଁ ଏବେ ଛାତ୍ରଛାତ୍ରୀମାନଙ୍କର ନାମ ପଞ୍ଜୀକରଣ ଚାଲିଥିବାବେଳେ ଏପରି ହିଂସା ପରୀକ୍ଷା ପରିଚାଳନା ନେଇ ସଂଶୟ ସୃଷ୍ଟି କରିଛି।

ଏହି ହିଂସାର ତଦନ୍ତ କରିବା ପାଇଁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଶାଖାକୁ ଦାୟିତ୍ୱ ଦିଆଯାଇଛି। ଏହି ତଦନ୍ତ ପାଇଁ ବିଭିନ୍ନ ମହଲରୁ ବିଭିନ୍ନ ପ୍ରଶ୍ନ ଉତ୍ଥାପିତ ହୋଇଛି। କଡ଼ା ନିରାପତ୍ତା ବଳୟ ଭିତରେ ଥିବା ଏବଂ ପ୍ରତି ଗେଟ୍‌ରେ ସୁରକ୍ଷା କର୍ମୀ ମୁତୟନ ରହିଥିବାବେଳେ ମୁହଁ ଲୁଚେଇଥିବା କିଛି ଦୁର୍ବୃତ୍ତ ଜେଏନୟୁ ପରିସର ଭିତରେ କିପରି ପ୍ରବେଶ କଲେ ତାହା ଯେମିତି ଏକ ପ୍ରଶ୍ନ ଠିକ ସେହିପରି ଯଦି ବି ଏହି ଅନୁଷ୍ଠାନର କୌଣସି ଛାତ୍ରଗୋଷ୍ଠୀ ଏହି ହିଂସାକାଣ୍ଡ ଭିଆଇଛନ୍ତି ବୋଲି ବିଶ୍ୱାସ କରାଯାଏ ତେବେ ସେମାନେ ଏତେ ଠେଙ୍ଗାବାଡ଼ି, ଲୁହାଛଡ଼ ଓ ମାର୍ତ୍ତଲ ଆଦି କେଉଁଠୁ ଓ କିପରି ଆଣିଲେ ତାହା ମଧ୍ୟ ଏକ ପ୍ରଶ୍ନ। ଏଠାରେ ଅନେକ ମାସ ଧରି ଛାତ୍ର ଅଶାନ୍ତି ଓ ଅରାଜକତା ଲାଗି ରହିଥିଲେ ବି କେନ୍ଦ୍ର ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାହିଁକି ପରିସ୍ଥିତିରେ ସୁଧାର ଆଣିବାରେ ବିଫଳ ହୋଇଛନ୍ତି ତାହା ଯେପରି ଏକ ପ୍ରଶ୍ନ ଭାରତ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଏହି ଅନୁଷ୍ଠାନରେ ବାହ୍ୟ ଶକ୍ତି କିପରି ପ୍ରଭାବ ବିସ୍ତାର କରୁଛନ୍ତି, ଯଦି ବି ସେପରି ହେଉଥାଏ, ତାହା ମଧ୍ୟ ଏକ ପ୍ରଶ୍ନ। ତେବେ, କେଉଁ ଦୁର୍ବୃତ୍ତମାନେ ମୁହଁ ଲୁଚେଇ ଏପରି ଗୁଣ୍ଡାରାଜ କରିଛନ୍ତି ଯେଉଁଥିରେ ଜଣେ ପ୍ରାଧ୍ୟାପିକାଙ୍କ ସମେତ ଅନ୍ୟୁତ ୩୭ ଜଣ ରକ୍ତାକ୍ତ ହୋଇଛନ୍ତି, ତାହା ନିରପେକ୍ଷ ପୁଲିସ ତଦନ୍ତରୁ ଜଣାପଡ଼ିବ ବୋଲି ଆଶା କରାଯାଉଛି। କିନ୍ତୁ କେବଳ ଏହି ଘଟଣାର ଦୋଷୀଙ୍କୁ ଧରି ନ୍ୟାୟିକ ପ୍ରକ୍ରିୟାରେ ଦଣ୍ଡିତ କଲେ ଯେ ଜେଏନୟୁରେ ଲାଗି ରହିଥିବା ଉତ୍କଟ ଓ ଉଦ୍ଭଟ ରାଜନୀତିକ ବିବାଦର ଅବସାନ ଘଟିବ ତାହା ଆଶା କରାଯାଏ ନାହିଁ। ସେଥିପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସମେତ ଭାରତ ସରକାରଙ୍କୁ ବିଶ୍ୱବିଦ୍ୟାଳୟ ପରିଚାଳନା ଢାଞ୍ଚା ଓ ନୀତିରେ ଅନେକ ସଂସ୍କାର ଆଣିବାକୁ ପଡ଼ିବ। ଜେଏନୟୁରେ ଘଟିଚାଲିଥିବା ବିଭିନ୍ନ ଘଟଣା ପରେ ବହୁ କେନ୍ଦ୍ରମନ୍ତ୍ରୀ ବାରମ୍ବାର ମତ ଦେଇଛନ୍ତି ଯେ ବିଶ୍ୱବିଦ୍ୟାଳୟକୁ ଛାତ୍ର ରାଜନୀତିରୁ ଅଲଗା କରାଯାଉ। ଏହା ଏକ ଭଲ ପ୍ରସ୍ତାବ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବ କିଏ? କୌଣସି ବିଶ୍ୱବିଦ୍ୟାଳୟ ଚାହିଁଲେ ତାହା ସମ୍ଭବ କି? ଭାରତବର୍ଷର ଅନ୍ୟ ସମସ୍ତ ବିଶ୍ୱବିଦ୍ୟାଳୟରେ ଯଦି ଛାତ୍ର ରାଜନୀତି ଚାଲିଥିବ ତାହାର ପ୍ରଭାବରୁ କେବଳ ଜେଏନୟୁ ମୁକ୍ତ ରହିପାରିବ କି? ଭାରତବର୍ଷର ସମସ୍ତ ବିଶ୍ୱବିଦ୍ୟାଳୟରୁ ଛାତ୍ର ରାଜନୀତି ହଟେଇବାକୁ ଚାହିଁଲେ ଭାରତ ସରକାରଙ୍କୁ ସେ ନେଇ ଆଇନ ପ୍ରଣୟନ କରିବାକୁ ପଡ଼ିବ। ନହେଲେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସେଭଳି ଦିଶା ନିର୍ଦ୍ଦେଶ କରିବା ଦରକାର। ମାତ୍ର, ଦୀର୍ଘ କେଇ ଦଶନ୍ଧି ଧରି ଛାତ୍ର ସଂସଦ ନିର୍ବାଚନ ନାଁରେ ଚାଲି ଆସିଥିବା ରାଜନୀତିକୁ ଏତେ ଶୀଘ୍ର ଓ ସହଜରେ ଭାରତ ସରକାର ବନ୍ଦ କରିପାରିବେ ବୋଲି ତୁରନ୍ତ ଆଶା କରାଯାଇ ପାରିବ ନାହିଁ।

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚାଲିଥିବା ଛାତ୍ର ରାଜନୀତି ଅନେକ ଦୃଷ୍ଟିରୁ ମଧ୍ୟ ଭାରତୀୟ ଗଣତନ୍ତ୍ର ପାଇଁ ସକାରାତ୍ମକ। ଏହାକୁ ସଂପୂର୍ଣ୍ଣ ବନ୍ଦ କରିବା ବୁଦ୍ଧିମାନର କାର୍ଯ୍ୟ ନହୋଇପାରେ। ତେବେ ଛାତ୍ର ରାଜନୀତିରେ ନାଁରେ ଚାଲିଥିବା ଦଳୀୟ ରାଜନୀତିକୁ ଭାରତ ସରକାର ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବନ୍ଦ କରିପାରିବେ। ବିଶ୍ୱବିଦ୍ୟାଳୟ ବା ଏହି କାରଣରୁ ଦେଶର କୌଣସି ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଛାତ୍ର ସଂସଦ ପାଇଁ ନିୟମିତ ନିର୍ବାଚନ ଅନୁଷ୍ଠିତ ହେବା ଖରାପ କଥା ନୁହେଁ। ଏହା ମଧ୍ୟ ରାଷ୍ଟ୍ର ବିରୋଧୀ ନୁହେଁ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦେଶର ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱ ସମସ୍ତ ସାବାଳକଙ୍କୁ ଭୋଟଦାନର ଅଧିକାର ପ୍ରଦାନ କରିବା ପରଠାରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ରାଜନୀତିକରଣ ହୋଇସାରିଛି। ଏହା ଏକ ବିଡ଼ମ୍ବନାର କଥା ଯେ ଯେଉଁ ଦେଶରେ ୧୮ ବୟସର ପୁଅ ପିଲାଙ୍କୁ ବିବାହ ଅନୁମତି ନଦେବା ପାଇଁ ଆଇନ ରହିଛି ଏବଂ ଯେଉଁ ଦେଶର ଅଧିକାଂଶ ଶିକ୍ଷିତ ବାପମା’ ଏଇ ବୟସରେ ପିଲା ସଂସାର ଗଢ଼ିବା ପାଇଁ ଯୋଗ୍ୟ ନୁହେଁ ବୋଲି ଦୃଢ଼ ବିଶ୍ୱାସ ରଖିଥାନ୍ତି ସେହି ଦେଶରେ ଏଇ ବୟସର ପିଲାମାନଙ୍କୁ ସରକାର ଗଢ଼ିବାର ଅଧିକାର ଦିଆଯାଇଛି। ଭାରତରେ ପୁଅ ପିଲାଙ୍କ ପାଇଁ ବିବାହ ବୟସ ହେଉଛି ସର୍ବ ନିମ୍ନ ୨୧ ବର୍ଷ। ଏହି ବୟସ ପୂର୍ବରୁ ନିଜ ପରିବାର ଗଢ଼ିବା ଆଇନ ଅନୁସାରେ ଦୋଷାବହ। ଅଥଚ ଏହି ବୟସରେ ସରକାର ଗଢ଼ିବା ଆଇନସିଦ୍ଧ। ଏ ବିସଙ୍ଗତି ଉପରେ ଅଧିକ ଚର୍ଚ୍ଚା ଓ ଆଲୋଚନାର ଅବକାଶ ରହିଛି। ତାହା ଏହି ଆଲେଖ୍ୟର ବିଷୟବସ୍ତୁ ନୁହେଁ। ତେବେ ସେ ଯାହା ହେଉ, ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକର ଛାତ୍ର ସମାଜ ଅନୁଷ୍ଠାନର ସୁପରିଚାଳନା, ଛାତ୍ରଛାତ୍ରୀମାନଙ୍କର ଅଭାବ ଅସୁବିଧା ଦୂର କରିବା, ଶୈକ୍ଷିକ ଭିତ୍ତିଭୂମି ସୁଦୃଢ଼ କରିବା, ଶୈକ୍ଷିକ ବାତାବରଣକୁ ସକାରାତ୍ମକ କରିବା ଆଦି କ୍ଷେତ୍ରରେ ସଂପୃକ୍ତ ହେବା କିଛି ଖରାପ କଥା ନୁହେଁ। ସେଥିପାଇଁ ଛାତ୍ର ସଂସଦ ନିର୍ବାଚନ ଜରୁରୀ। କିନ୍ତୁ ଏହି ନିର୍ବାଚନରେ ବିଭିନ୍ନ ରାଜନୀତିକ ଦଳର ପକ୍ଷଭୁକ୍ତ ଛାତ୍ର ଗୋଷ୍ଠୀ ସଂପୃକ୍ତ ହେଉଥିବାରୁ ଓ କଲେଜ୍‌ ଓ ୟୁନିଭର୍ସିଟି ନିର୍ବାଚନରେ ଜିତିବା ରାଜନୀତିକ ଦଳରଗୁଡ଼ିକର ଶକ୍ତି ଓ ଗର୍ବ ପ୍ରଦର୍ଶନ କରିବାର ଅବସରରେ ପରିଣତ ହୋଇଥିବାରୁ ଏସବୁ ନିର୍ବାଚନ ଆଉ ସ୍ୱଚ୍ଛ ଓ ଦଳୀୟ ରାଜନୀତି ମୁକ୍ତ ରହିପାରି ନାହିଁ। ବିଶ୍ୱବିଦ୍ୟାଳୟ ଏବଂ ଏହି କାରଣରୁ ମହାବିଦ୍ୟାଳୟଗୁଡ଼ିକୁ ଦଳୀୟ ରାଜନୀତିରୁ ମୁକ୍ତ କରିବାକୁ ହେଲେ ବିଭିନ୍ନ ଦଳର ଛାତ୍ର ଶାଖାକୁ ସେହି ନିର୍ବାଚନରୁ ନିଷିଦ୍ଧ କରିବାକୁ ପଡ଼ିବ। ସଂପୃକ୍ତ କଲେଜ ଓ ୟୁନିଭର୍ସିଟିଗୁଡ଼ିକର ସ୍ୱାଧୀନ ଓ ଅସଂଲଗ୍ନ ଛାତ୍ରଛାତ୍ରୀ ଗୋଷ୍ଠୀଙ୍କୁ କେବଳ ନିର୍ବାଚନରେ ପ୍ରାର୍ଥୀ ହେବାର ସୁଯୋଗ ଦିଆଗଲେ କ୍ରମେ କ୍ରମେ ଶିକ୍ଷାନୁଷ୍ଠାନରେ ଦଳୀୟ ହସ୍ତକ୍ଷେପ ହ୍ରାସ ପାଇବ। ନହେଲେ, ଏହା ସମ୍ଭବ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story