ପାଟକୁରା: ବିଜେଡି ନେତାଙ୍କ ଦମ୍ଭ ଚୂରମାର, ବଢ଼ିଲା ମାତ୍ର ୧୦୭୮୯ଟି ଭୋଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ସତ୍ତେ୍ୱ ଭୋଟ୍ ବ୍ୟବଧାନରେ ଆଖିଦୃଶିଆ ବୃଦ୍ଧି ନହେବା ଦଳର ନିର୍ବାଚନ ପରିଚାଳନା କରୁଥିବା ହେଭିୱେଟ୍ ନେତାମାନଙ୍କର ଦମ୍ଭକୁ ଚୂରମାର କରିଦେଇଛି। ପାଟକୁରା ନିର୍ବାଚନମଣ୍ଡଳୀର ସମସ୍ତ ୫୧ଟି ପଞ୍ଚାୟତର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇ ମାସ ଧରି ପୂର୍ବ ପ୍ରସ୍ତୁତି, ସ୍ଥାନୀୟ ପ୍ରଶାସନକୁ ନିଜ ଢଙ୍ଗରେ ଉପଯୋଗ, ୧୫ଦିନ ଧରି ପୁଳାପୁଳା ମନ୍ତ୍ରୀ, ବିଧାୟକ ଓ ପ୍ରାୟ ୫୦୦ ଜଣ ରାଜ୍ୟସ୍ତରୀୟ ନେତା […]

patakura1

patakura1

Manoranjan Sial
  • Published: Wednesday, 24 July 2019
  • Updated: 24 July 2019, 08:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ସତ୍ତେ୍ୱ ଭୋଟ୍ ବ୍ୟବଧାନରେ ଆଖିଦୃଶିଆ ବୃଦ୍ଧି ନହେବା ଦଳର ନିର୍ବାଚନ ପରିଚାଳନା କରୁଥିବା ହେଭିୱେଟ୍ ନେତାମାନଙ୍କର ଦମ୍ଭକୁ ଚୂରମାର କରିଦେଇଛି।

ପାଟକୁରା ନିର୍ବାଚନମଣ୍ଡଳୀର ସମସ୍ତ ୫୧ଟି ପଞ୍ଚାୟତର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇ ମାସ ଧରି ପୂର୍ବ ପ୍ରସ୍ତୁତି, ସ୍ଥାନୀୟ ପ୍ରଶାସନକୁ ନିଜ ଢଙ୍ଗରେ ଉପଯୋଗ, ୧୫ଦିନ ଧରି ପୁଳାପୁଳା ମନ୍ତ୍ରୀ, ବିଧାୟକ ଓ ପ୍ରାୟ ୫୦୦ ଜଣ ରାଜ୍ୟସ୍ତରୀୟ ନେତା ପଞ୍ଚାୟତଗୁଡ଼ିକରେ ଡେରା ପକାଇବା, ସୁପ୍ରିମୋଙ୍କ ପଞ୍ଚାୟତୱାରି ରୋଡ୍ ଶୋ’ ଓ କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତେ୍ୱ ଗତ ଏପ୍ରିଲ ୨୯ ତାରିଖ ଲୋକସଭା ନିର୍ବାଚନରେ ପାଇଥିବା ଭୋଟ୍ ତୁଳନାରେ ବିଜେଡି ମାତ୍ର ୧୦୭୮୯ ଖଣ୍ଡ ଅଧିକ ଭୋଟ୍ ପାଇପାରିଛି। ଏପରିକି ବିଜେଡିର ଗଡ଼ କୁହାଯାଉଥିବା ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତରେ ଦଳକୁ ପୂର୍ବ ତୁଳନାରେ ମାତ୍ର ୪୪୦୦ ଖଣ୍ଡ ଅଧିକ ଭୋଟ୍ ମିଳିଛି। ତେବେ ବିଜୟ ମହାପାତ୍ରଙ୍କ ପୈତୃକ ଗାଁ ଗରଦପୁର ବ୍ଲକରେ ବିଜେଡି ନିଜର ସ୍ଥିତିକୁ ବେଶ୍ ସୁଦୃଢ଼ କରିଥିବାବେଳେ ମାର୍ଶାଘାଇ ବ୍ଲକରେ ନିଜର ସମ୍ମାନ ରଖିବାରେ ସକ୍ଷମ ହୋଇଛି।

ସୂଚନା ଅନୁସାରେ, ଆଜି ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତିରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୯୬୦୧୭ଟି ଭୋଟ୍ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୮୦୯୭ଟି ଓ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମାତ୍ର ୨୧୦୪ଟି ଭୋଟ୍ ପାଇଛନ୍ତି। ୨୦୧୯ ଏପ୍ରିଲ ୨୯ତାରିଖ ଲୋକସଭା ନିର୍ବାଚନରେ ପାଟକୁରା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ୮୫୨୨୮ଟି, ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ୭୮୯୦୫ଟି ଓ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ୮୦୮୦ଟି ଭୋଟ୍ ମିଳିଥିଲା।

ପାଟକୁରାର ଡେରାବିଶ ବ୍ଲକର ସମସ୍ତ ୨୬ଟି ପଞ୍ଚାୟତରୁ ବିଜେଡି ସାଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତିଙ୍କୁ ବିଜେପିର ଶ୍ରୀ ପଣ୍ଡାଙ୍କ ତୁଳନାରେ ଅଧିକ ୮୮୮୦ଟି ଭୋଟ୍ ମିଳିଥିଲା। କିନ୍ତୁ ଗରଦପୁରର ସମସ୍ତ ୧୮ ପଞ୍ଚାୟତରୁ ବିଜେଡି ପ୍ରାର୍ଥୀ ଶ୍ରୀ ମହାନ୍ତିଙ୍କୁ ବିଜେପିର ଶ୍ରୀ ପଣ୍ଡାଙ୍କ ତୁଳନାରେ ୧୭୮୦ଟି କମ୍ ଓ ମାର୍ଶାଘାଇର ୭ଟି ପଞ୍ଚାୟତରୁ ୬୭୪ଟି କମ୍ ଭୋଟ୍ ମିଳିଥିଲା। ଏହି ସମସ୍ତ ୫୧ଟି ପଞ୍ଚାୟତର ଭୋଟକୁ ମିଶାଇଲେ ବିଜେଡି ପ୍ରାର୍ଥୀ ଶ୍ରୀ ମହାନ୍ତି ପାଟକୁରା ନିର୍ବାଚନ ମଣ୍ଡଳୀରେ ଅଧିକ ୬୪୪୪ଟି ଭୋଟ୍ ପାଇଥିଲେ।

ତେବେ ଆଜି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡିର ଶ୍ରୀମତୀ ଅଗ୍ରୱାଲ ନିଜର ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠୁ ମାତ୍ର ୧୦୭୮୯ଟି ଅଧିକ ଭୋଟ୍ ମିଳିଛି। ପାଟକୁରା ନିର୍ବାଚନମଣ୍ଡଳୀରେ ଶ୍ରୀ ମହାନ୍ତିଙ୍କୁ ୮୫,୨୨୮ଟି ଭୋଟ୍ ମିଳିଥିବାବେଳେ ଶାସକ ଦଳ ନିଜର ସବୁ ତାକତ୍ ଲଗାଇବା ସତ୍ତ୍ୱେ ୨ମାସ ପରେ ଦଳୀୟ ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲଙ୍କୁ ୯୬୦୧୭ଟି ଭୋଟ୍ ମିଳିଥିଲା ।

ତେବେ ପ୍ରଶ୍ନ ଉଠୁଛି, ଡେରାବିଶ ବ୍ଲକରେ ବିଜେପିର ସାଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କ ତୁଳନାରେ ବିଜେଡି ପ୍ରାର୍ଥୀ ୮୮୮୦ ଅଧିକ ଭୋଟ୍ ପାଇଥିବା ବେଳେ ଏବେ ଏତେ ସବୁ କଳବଳକୌଶଳ ଲଗାଇ ବି ନିଜ ଗଡ଼ରେ ଆଶାତୀତ ସଫଳତା ପାଇଲା ନାହିଁ କାହିଁକି? ଦଳର ସମସ୍ତ ପ୍ରଭାବଶାଳୀ ନେତା ଯଥା ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ଦେବୀ ମିଶ୍ରଙ୍କଠୁ ଆରମ୍ଭ କରି ୮ରୁ ଅଧିକ ମନ୍ତ୍ରୀ, ୨୦ରୁ ଅଧିକ ବିଧାୟକ ଓ ୨୫୦ରୁ ଅଧିକ ନେତା ୧୫ଦିନରୁ ଅଧିକ ଦିନ ଡେରା ପକାଇଥିଲେ। ପ୍ରଶାସନ ଆଖିବୁଜି ସମର୍ଥନ ଦେଲା। ଭୋଟ୍ ପିଛା ୫ ହଜାର ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଦଳକୁ ଆଖି ଦୃଶିଆ ଭୋଟ୍ ମିଳିନି। ଏହା ହିଁ ବିଜେଡିର ଏହି ହେଭିୱେଟ୍ ନେତାମାନଙ୍କ ଦମ୍ଭକୁ ଚୂରମାର କରିଦେଇଛି।

ଅବଶ୍ୟ ଲୋକସଭା ନିର୍ବାଚନରେ ଗରଦପୁର ବ୍ଲକରେ ୧୭୮୦ ଭୋଟ୍ ପଛରେ ଥିବା ବିଜେଡି ଏଥର ବିଜେପିଠୁ ୨୬୫୦ ଅଧିକ ଭୋଟ୍ ପାଇଛି। ସେହିପରି ମାର୍ଶାଘାଇରେ ୬୭୪ ଖଣ୍ଡ ଭୋଟ୍ ପଛରେ ଥିବା ବିଜେଡି ପ୍ରାର୍ଥୀ କିନ୍ତୁ ଏଥର ବିଜେପି ତୁଳନାରେ ୧୩୫୦ଟି ଅଧିକ ଭୋଟ୍ ପାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସବୁ କଳବଳକୌଶଳ ଲଗାଇଥିଲେ ବି ବିଜେଡିର ଭୋଟ୍ ବ୍ୟବଧାନ ବୃଦ୍ଧି କରିବାରେ ଦଳ ସଫଳ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story