‘ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ନାଁରେ ଲୋକ ଠକିଛନ୍ତି’

ଯାଜପୁର(ଗୁଲାମ ଗସ୍‌): ‘କରୋନ’ର ମୁକାବିଲା ପାଇଁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ହୋମ୍‌ କ୍ୱରେଣ୍ଟାଇନ୍‌ ବା ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଯାଜପୁର ଜିଲ୍ଲାରେ କେତେକ ଲୋକ ନିୟମକୁ ଜଳାଞ୍ଜଳି ଦେଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ନାଁରେ ଠକିଛନ୍ତି। ଯେଉଁଥିପାଇଁ ‘କରୋନା’ ବ୍ୟାପୁଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଞ୍ଜନ ଦାସ। ଆଜି ୪ ‘କରୋନା’ ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳ ରଂଜନ ଦାସ କହିଛନ୍ତି-“ଆଜି ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତ ସିଧାସଳଖଳ […]

coronavirus

coronavirus

Manoranjan Sial
  • Published: Thursday, 23 April 2020
  • Updated: 23 April 2020, 06:59 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ‘କରୋନ’ର ମୁକାବିଲା ପାଇଁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ହୋମ୍‌ କ୍ୱରେଣ୍ଟାଇନ୍‌ ବା ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଯାଜପୁର ଜିଲ୍ଲାରେ କେତେକ ଲୋକ ନିୟମକୁ ଜଳାଞ୍ଜଳି ଦେଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ନାଁରେ ଠକିଛନ୍ତି। ଯେଉଁଥିପାଇଁ ‘କରୋନା’ ବ୍ୟାପୁଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଞ୍ଜନ ଦାସ।

ଆଜି ୪ ‘କରୋନା’ ପଜିଟିଭ ଚିହ୍ନଟ ପରେ ଜିଲ୍ଲାପାଳ ରଂଜନ ଦାସ କହିଛନ୍ତି-“ଆଜି ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତ ସିଧାସଳଖଳ କୋଲକାତା ଯାଇନାହାନ୍ତି କି ଆସିନାହାନ୍ତି। ସେମାନେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟ। ଗତ ୨୦ ତାରିଖରେ ଚିହ୍ନଟ ହୋଇଥିବା ‘କରୋନା’ଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କୁ ଅଣାଇ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ଗାଁକୁ ଆଗରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। ଏପରିକି ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ ପଠାଯାଉଛି। ଆକଳନ ଅନୁଯାୟୀ, ୨୯ ଓ ୩୦ ତାରିଖ ପରେ ପ୍ରାୟ ୭ଶହ ଲୋକ ଆସିଛନ୍ତି। ପଶ୍ଚିମବଙ୍ଗ ତଥା ବିଶେଷକରି କୋଲକାତାରୁ ୬/୭ଶହ ଲୋକ ଆସିଛନ୍ତି। ସରପଞ୍ଚମାନଙ୍କ ଜରିଆରେ ସେମାନଙ୍କ ଚିହ୍ନଟ କାର୍ଯ୍ୟ ସରିଛି। ସେମାନଙ୍କ ସାମ୍ପୁଲ ସଂଗ୍ରହ କରାଯାଇଛି।”

ସେ ଆହୁରି କହିଛନ୍ତି-“ହୋମ୍‌ କ୍ୱାରେଣ୍ଟାଇନ୍‌କୁ ନୋ କ୍ୱାରେଣ୍ଟାଇନ୍‌ କୁହାଯାଇପାରେ। ସେମାନେ ନିଜ ଘରେ ରହିଲେ। ଘରେ ସମସ୍ତଙ୍କ ସହିତ ମିଶିଲେ। ସେମାନେ ପୂର୍ଣ୍ଣ ସ୍ୱାଧୀନତା ଉପଭୋଗ କଲେ। ଏବେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟିନରେ ରଖାଯାଉଛି। ସେମାନଙ୍କ ସାମ୍ପଲ ନିଆଯାଇ ଟେଷ୍ଟ ପାଇଁ ପଠାଯାଉଛି।”

ଯାଜପୁର ଜିଲ୍ଲାରେ ଆଜି ସୁଦ୍ଧା ୧୨ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣେ ସୁସ୍ଥ ହୋଇଥିବା ବେଳେ ୧୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ଭିତରୁ ଅଧିକାଂଶ ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଜଣାପଡ଼ିଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos