‘ଓଟିଭି ବିରୋଧରେ ଲାଗିଥିବା ଦଫା ଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାହିଁକି ଗଣମାଧ୍ୟମର କଣ୍ଠରୋଧ ପାଇଁ ହେଉଛି ପ୍ରୟାସ? କେଉଁ ବାଟରେ ଯାଉଛି ଆଇନ? କିଏ ମୋଡ଼ିବାକୁ ଚାହୁଁଛି ଆଇନ୍‌ର ବାଟ? ରାଜ୍ୟରେ ଜାରି ହୋଇଛି କି ଅଘୋଷିତ ଜରୁରୀକାଳୀନ ସ୍ଥିତି? ଓଡ଼ିଶାର ୧ ନମ୍ୱର ନ୍ୟୁଜ ଚ୍ୟାନେଲ୍‌ ଓଟିଭି ବିରୋଧରେ ବ୍ୟବସ୍ଥାର ଆଚରଣ ଓ ଆକ୍ରୋଶ ହିଁ ଏସବୁ ପ୍ରଶ୍ନକୁ ସାମ୍ନାକୁ ଆଣୁଛି। ଓଟିଭି ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ପ୍ରସାରିତ ଅଡିଓ ଓ ଭିଡିଓକୁ ଓଟିଭି ଚ୍ୟାନେଲ୍‌ରେ ପ୍ରସାରିତ ହୋଇଛି ବୋଲି ଦର୍ଶାଇ କ୍ୟାପିଟାଲ୍ […]

otv

otv

Manoranjan Sial
  • Published: Sunday, 09 August 2020
  • Updated: 09 August 2020, 09:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାହିଁକି ଗଣମାଧ୍ୟମର କଣ୍ଠରୋଧ ପାଇଁ ହେଉଛି ପ୍ରୟାସ? କେଉଁ ବାଟରେ ଯାଉଛି ଆଇନ? କିଏ ମୋଡ଼ିବାକୁ ଚାହୁଁଛି ଆଇନ୍‌ର ବାଟ? ରାଜ୍ୟରେ ଜାରି ହୋଇଛି କି ଅଘୋଷିତ ଜରୁରୀକାଳୀନ ସ୍ଥିତି? ଓଡ଼ିଶାର ୧ ନମ୍ୱର ନ୍ୟୁଜ ଚ୍ୟାନେଲ୍‌ ଓଟିଭି ବିରୋଧରେ ବ୍ୟବସ୍ଥାର ଆଚରଣ ଓ ଆକ୍ରୋଶ ହିଁ ଏସବୁ ପ୍ରଶ୍ନକୁ ସାମ୍ନାକୁ ଆଣୁଛି।

ଓଟିଭି ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ପ୍ରସାରିତ ଅଡିଓ ଓ ଭିଡିଓକୁ ଓଟିଭି ଚ୍ୟାନେଲ୍‌ରେ ପ୍ରସାରିତ ହୋଇଛି ବୋଲି ଦର୍ଶାଇ କ୍ୟାପିଟାଲ୍ ଥାନାରେ ବିଏମ୍‌ସି ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଆଇପିସିର ୨୬୯/୨୭୦/୧୨୦/୫୦୫(ବି) ୩. ଇଡି. ଆକ୍ଟ/52 D.ଏମ୍‌ ଆକ୍ଟରେ ମାମଲା ରୁଜୁ କରିଛି। ଆଇନ୍‌ ବିଶାରଦଙ୍କ ମତରେ ଯଦି କେହି ରୋଗକୁ ସଂକ୍ରମିତ କରାଇବାରେ ସହାୟତା କରୁଥାଏ କିମ୍ବା ପ୍ରୋତ୍ସାହନ ଦେଉଥାଏ କିମ୍ବା ଦାୟୀ ହେଉଥାଏ ତା’ ବିରୋଧରେ ଆଇପିସିର ଦଫା ୨୬୯ ଓ ୨୭୦ ଲାଗିବା କଥା। କିନ୍ତୁ ଏକ୍ଷେତ୍ରରେ ଏସବୁ ଦଫା ଆଦୌ ଆପ୍ଲିକେବୁଲ୍‌ ନୁହେଁ। ଏହାକୁ ନେଇ କେଶ କିଭଳି ହେବ ବୋଲି ପ୍ରଶ୍ନ କରିଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରତ୍ନାକର ଦାସ।

ସବୁଠୁ ବଡ଼ କଥା ହେଉଛି, ମିଛ ଅଭିଯୋଗ ଓ ପୁଲିସକୁ ହାତବାରିଶୀ କରି ଓଟିଭିକୁ ପରୋକ୍ଷରେ ଧମକାଇବାର ଅପଚେଷ୍ଟା କରୁନାହିଁ ତ ବିଏମ୍‌ସି ? ବିଏମ୍‌ସି ପଠାଇଥିବା ନୋଟିସ୍ ଆଇନ ସମ୍ମତ ତ? କେବଳ ସେତିକି ନୁହେଁ, ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ ପାଇଁ ପ୍ରଶାସନିକ କଳ କେତେ ବ୍ୟଗ୍ର ହୋଇପାରେ ତାହା ମଧ୍ୟ ଜଳ ଜଳ ଦିଶିଯାଉଛି ଉଭୟ ବିଏମ୍‌ସି ଓ କମିଶନରେଟ୍‌ ପୁଲିସ୍‌ର କାର୍ଯ୍ୟକଳାପରୁ। କାରଣ ୭ ତାରିଖ ସଂଧ୍ୟାରେ କମିଶନରେଟ୍‌ ପୁଲିସ୍‌ରେ ଅଭିଯୋଗ ହେଉଛି, ସଙ୍ଗେ ସଙ୍ଗେ ତା’ ଉପରେ ମାମଲା ରୁଜୁ ହୋଇଯାଉଛି। ପୁଣି ମାତ୍ର କେଇ ଘଣ୍ଟା ଭିତରେ ଥାନାରେ ହାଜର ହେବାକୁ ରାତି ଅଧିଆ ନୋଟିସ୍‌ ଆସୁଛି। ଆଇନ ଅନୁଯାୟୀ ସିଆର୍‌ପିସିର ଧାରା ୧୬୦ରେ ଜଣକୁ ମାତ୍ର ୧୦ରୁ ୧୨ ଘଣ୍ଟା ସମୟ ଭିତରେ ତଦନ୍ତ ପାଇଁ ହାଜର ହେବାକୁ ପୁଲିସ୍ କହି ପାରିବ କି? ତାହା ପୁଣି କରୋନା ପାଇଁ ଜାରି ହୋଇଥିବା ଶଟ୍‌ଡାଉନ୍‌ ସମୟ ଭିତରେ?

ନୋଟିସ୍‌ କେବଳ ଓଟିଭି ପାଖରେ ସୀମିତ ରହୁନି। ଏକ ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ୍‌ରେ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରସାରଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପାଖକୁ ମଧ୍ୟ ଆସୁଛି। ଏପରିକି ଗୋଟିଏ ନୋଟିସକୁ ବାରମ୍ବାର ଦିଆଯିବା ସହ ଧର୍ତ୍ତବ୍ୟ ଅପରାଧୀଙ୍କୁ ବ୍ୟବହାର କଲା ଭଳି ରାତି ଅଧିଆ ନ୍ୟୁଜ୍‌ ଏଡିଟରଙ୍କ ଘରକୁ ଯାଇ ବି ପୁଲିସ୍‌ ନୋଟିସ ଲଗାଇବାକୁ ପଛାଉନି। ତେଣୁ ପ୍ରଶ୍ନ ଉଠୁଛି ଏସବୁ ପଛରେ ପୁଲିସ୍‌ ଉପରେ କିଛି ଅଲିଖିତ ନିର୍ଦ୍ଦେଶ ଓ କ୍ଷମତା କେନ୍ଦ୍ରରୁ ବଡ଼ ଚାପ କାମ କରୁନି ତ?

ଆଇନ୍ ବିଶାରଦଙ୍କ ମତରେ ପୁଲିସ୍‌ର ଏଭଳି ଆଚରଣ କେବଳ ଗଣମାଧ୍ୟମକୁ ଭୟଭୀତ କରାଇ ହଇରାଣ କରିବା ପାଇଁ ଉଦ୍ଦିଷ୍ଟ। ସରକାରୀ କାର୍ଯ୍ୟରେ ହଁ’ରେ ହଁ ନମିଳାଇବାର ପରିଣାମ। ଯାହା ଆଦୌ ଠିକ ନୁହେଁ।

ତେବେ ଏଠାରେ ଆମେ ପୁଣିଥରେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ, ଏକ ଦାୟିତ୍ୱବାନ ନ୍ୟୁଜ୍‌ ଚ୍ୟାନେଲ୍‌ ଭାବରେ ଓଟିଭି ସବୁବେଳେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇଆସିଛି। ଖବରକୁ ଅତିରଞ୍ଜିତ କରିବା କିମ୍ବା ମିଥ୍ୟା କି ଭୁଲ୍ ଖବର ପ୍ରସାରଣ କରି TRP ବଢ଼ାଇବା କେବେ ଉଦ୍ଦେଶ୍ୟ ନୁହେଁ। ଦୀର୍ଘ ବର୍ଷ ଧରି ଦର୍ଶକୀୟ ଆଦ୍ରୁତି ଏହା ପ୍ରମାଣିତ କରୁଛି। କୋଭିଡ୍ ସମୟରେ ସମସ୍ତ ସରକାରୀ ତଥ୍ୟ ଓ ସୂଚନାକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ସମସ୍ୟା ମଧ୍ୟ ବ୍ୟବସ୍ଥା ନିକଟରେ ପହଞ୍ଚାଇବାରୁ ଯେକୌଣସି ଗଣମାଧ୍ୟମର କର୍ତ୍ତବ୍ୟ। ଆମେ ଆମ ଦାୟିତ୍ୱ ଓ କର୍ତ୍ତବ୍ୟରୁ କେବେ ହେଲେ ବିଚ୍ୟୁତ ହୋଇନାହୁଁ କିମ୍ବା ହେବୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story