ରାଜଧାନୀ ଏକ୍ସପ୍ରେସ୍‌ ରହଣି ଦାବିରେ ରେଳରୋକ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ ରହଣି ଦାବିରେ ରେଳରୋକ ହୋଇଛି। ଆନ୍ଦୋଳନକାରୀମାନେ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ଏକ ଘଣ୍ଟା ପାଇଁ ଅଟକାଇଥିଲେ। ଏଥିରେ ଓକିଲ ସଂଘ ସହ ବହୁ ସଂଗଠନ ସାମିଲ ହୋଇଥିଲେ।

ସମ୍ବଲପୁର ରୁଟ୍‌ରେ ଚାଲିଥିବା ରାଜଧାନୀ ଏକ୍ସପ୍ରେସକୁ ଢେଙ୍କାନାଳ ଷ୍ଟେସନରେ ରହଣି ପାଇଁ ବାରମ୍ବାର ଦାବି ହେଉଛି।