ହ୍ୱାଟ୍‌ସ ଆପରେ ଆରମ୍ଭ ହେଲା କୋଭିଡ୍‌ ହେଲ୍ପ ଡେସ୍କ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ହ୍ୱାଟ୍‌ସ  ଆପ୍ କୋଭିଡ୍ ହେଲପ୍ ଡେସ୍କ। ଯେଉଁଥିରେ ଲୋକଙ୍କୁ ରାଜ୍ୟରେ କରୋନା ସମ୍ପର୍କୀତ ସମସ୍ତ ତଥ୍ୟ ମିଳିପାରିବ। ଏହାବ୍ୟତୀତ ଏଥିରେ ଦେଶର ଅନ୍ୟ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବି ତଥ୍ୟ ଉପଲବ୍ଧ ରହିଛି । ଏଥିନିମନ୍ତେ ଇଛୁକ ଲୋକେ statedashboard.odisha.gov.inକୁ ଯାଇ ସମସ୍ତ ତଥ୍ୟ ହାସଲ କରିପାରିବେ।ଯଦି, ଆପଣ ଏହି ତଥ୍ୟକୁ ହ୍ୱାଟ୍‌ସ  ଆପରେ  ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ବ୍ୟବସ୍ଥା ବି ରହିଛି। ହ୍ୱାଟ୍ସଆପ୍ […]

g909-1

g909-1

Tapaswini Nayak
  • Published: Wednesday, 22 April 2020
  • Updated: 22 April 2020, 01:14 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ହ୍ୱାଟ୍‌ସ  ଆପ୍ କୋଭିଡ୍ ହେଲପ୍ ଡେସ୍କ। ଯେଉଁଥିରେ ଲୋକଙ୍କୁ ରାଜ୍ୟରେ କରୋନା ସମ୍ପର୍କୀତ ସମସ୍ତ ତଥ୍ୟ ମିଳିପାରିବ। ଏହାବ୍ୟତୀତ ଏଥିରେ ଦେଶର ଅନ୍ୟ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବି ତଥ୍ୟ ଉପଲବ୍ଧ ରହିଛି ।

ଏଥିନିମନ୍ତେ ଇଛୁକ ଲୋକେ statedashboard.odisha.gov.inକୁ ଯାଇ ସମସ୍ତ ତଥ୍ୟ ହାସଲ କରିପାରିବେ।ଯଦି, ଆପଣ ଏହି ତଥ୍ୟକୁ ହ୍ୱାଟ୍‌ସ  ଆପରେ  ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ବ୍ୟବସ୍ଥା ବି ରହିଛି।

ହ୍ୱାଟ୍ସଆପ୍ optionକୁ କ୍ଲିକ୍ କରିବା ପରେ ଏହା ଆପଣଙ୍କ ହ୍ୱାଟ୍ସ ଆପ୍ ସହ ସଂଯୋଗ ହେବ।  ଆପଣ HI ପଠାଇବା ପରେ ପରବର୍ତ୍ତୀ ତଥ୍ୟ ଆପଣଙ୍କୁ ମିଳିବ। ଏହାବ୍ୟତୀତ ସିଧାସଳଖ ୯୩୩୭୯ ୨୯୦୦୦ରେ HI ପଠାଇବା ପରେ ମଧ୍ୟ ଆପଣଙ୍କୁ ଏନେଇ ସବୁ ତଥ୍ୟ ମିଳିପାରିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସବିଶେଷ ତଥ୍ୟ ଦେଇଛନ୍ତି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଓ ଏହାସହ କଣ୍ଟେନମେଣ୍ଟ, କ୍ୱାରେଣ୍ଟିନ୍ ବ୍ୟବସ୍ଥା ସମ୍ପର୍କରେ ବି ତଥ୍ୟ ଏଥିରୁ ମିଳିପାରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos