ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲିୟମ ଓ ପ୍ଲାଷ୍ଟିକ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ପେଟ୍ରୋକେମିକାଲ ଇନଭେଷ୍ଟରସ୍‌ କନକ୍ଲେଭ୍। ଏଥିରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ପୂର୍ବାଞ୍ଚଳ ରାଜ୍ୟ ଗୁଡିକର ବିକାଶ ଚାହାଁନ୍ତି ବୋଲି କହିଥିଲେ।</p> <p>ସେ କହିଥିଲେ- ପାରାଦୀପ ବିଶ୍ୱ ପାଇଁ ବିକାଶ ଉର୍ଜାର ପ୍ରବେଶ ପଥ ହେବ।</p> <p>ଏହି ଅବସରରେ ପୂର୍ବ ଭାରତରେ ପେଟ୍ରୋକେମିକାଲ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ନିବେଶକଙ୍କ ଅବଗତ କରିଥିଲେ ଧର୍ମେନ୍ଦ୍ର। ଯୁବ ଉଦ୍ୟୋଗୀମାନେ ସିଧାସଳଖ ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି।</p> <p>ରାଜ୍ୟରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କନ୍‌କ୍ଲେଭରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶରେ ଏକ ବିଶ୍ୱସ୍ତରୀୟ, ଉଜ୍ଜ୍ୱଳ ପେଟ୍ରୋକେମିକାଲ୍ସ କମ୍ପଲେକ୍ସ ନିର୍ମାଣ କରିବା ଦିଗରେ କେନ୍ଦ୍ର ସରକାର କରୁଥିବା ପ୍ରଚେଷ୍ଟାର ଏହି କନ୍‌କ୍ଲେଭ ଏକ ଅଂଶ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।