ଫେରିଲେ ଶ୍ରଦ୍ଧାଞ୍ଜଳି ଓ ଚାରି ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଭୁକମ୍ପ ପରେ କାଠମାଣ୍ଠୁରେ ଫସି ରହିଥିବା ଭାରତୀୟ ବାଳିକା ଫୁଟବଲ ଦଳ ଆଜି ଅପରାହ୍ଣରେ ନୁଆଦିଲ୍ଲୀ ଫେରି ଆସିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୪ ଓଡ଼ିଆ ଖେଳାଳି ଓ କୋଚ ତଥା ଆର୍ନ୍ତଜାତିକ ଖେଳାଳି ଶ୍ରଦ୍ଧାଞ୍ଜଳି ସମାନ୍ତରାୟ। ସେମାନେ ଅପରାହ୍ଣ ୪ଟା ୫୫ରେ ଆସି ନୂଆଦିଲ୍ଲୀ ବିମାନବନ୍ଦରରେ ଓହ୍ଳାଇ ଥିଲେ। କାଠମାଣ୍ଡୁରେ ଭୂମିକମ୍ପରୁ ବର୍ତ୍ତିଥିବା ୧୪ ବର୍ଷରୁ କମ୍ ଜାତୀୟ ମହିଳା ଫୁଟବଲ ଦଳର ଖେଳାଳିଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବକୁ ପ୍ରାଥମିକତା ଦିଆଯିବ ବୋଲି ଟ୍ୱିଟ […]

India Under14 Girls

India Under14 Girls

Rakesh Mallick
  • Published: Sunday, 26 April 2015
  • Updated: 26 April 2015, 11:48 AM IST

Sports

Latest News

ଭୁବନେଶ୍ୱର: ଭୁକମ୍ପ ପରେ କାଠମାଣ୍ଠୁରେ ଫସି ରହିଥିବା ଭାରତୀୟ ବାଳିକା ଫୁଟବଲ ଦଳ ଆଜି ଅପରାହ୍ଣରେ ନୁଆଦିଲ୍ଲୀ ଫେରି ଆସିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୪ ଓଡ଼ିଆ ଖେଳାଳି ଓ କୋଚ ତଥା ଆର୍ନ୍ତଜାତିକ ଖେଳାଳି ଶ୍ରଦ୍ଧାଞ୍ଜଳି ସମାନ୍ତରାୟ। ସେମାନେ ଅପରାହ୍ଣ ୪ଟା ୫୫ରେ ଆସି ନୂଆଦିଲ୍ଲୀ ବିମାନବନ୍ଦରରେ ଓହ୍ଳାଇ ଥିଲେ। କାଠମାଣ୍ଡୁରେ ଭୂମିକମ୍ପରୁ ବର୍ତ୍ତିଥିବା ୧୪ ବର୍ଷରୁ କମ୍ ଜାତୀୟ ମହିଳା ଫୁଟବଲ ଦଳର ଖେଳାଳିଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବକୁ ପ୍ରାଥମିକତା ଦିଆଯିବ ବୋଲି ଟ୍ୱିଟ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ସୂଚନା ଦେଇଥିଲେ। ଏହି ଖେଳାଳିମାନେ ଏହି ଅଘଟଣରୁ ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ। ଭୂମିକମ୍ପ ହେଉଥିବା ଜାଣିବା ପରେ ଖେଳାଳିଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଓ ସୁସ୍ଥ ଥିବା ଟିମ୍ ଅଫିସିଆଲଙ୍କ ସୁତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos