ଲମତାପୁଟ (ଜଗତ ଜୀବନ କଚମି): କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଓ ଲମତାପୁଟ ପୁଲିସ୍ର ମିଳିତ ପାଟ୍ରୋଲିଂ ବେଳେ ବଡ଼ସଗର ଅଞ୍ଚଳରୁ ଗୋଟିଏ ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ଜବତ କରାଯାଇଛି। ଏହି ଗାଡ଼ିରେ ପ୍ରାୟ ୪୦୦ କେଜି ଗଞ୍ଜେଇ ଯାଉଥିଲା ବୋଲି ସୂଚନା ମିଳିଛି। ଏହି ଘଟଣାରେ ପୁଲିସ୍ ୩ ଜଣକୁ ଅଟକ ରଖିଛି। ଗତକାଲି ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍ ସଗର ଅଞ୍ଚଳରେ ସବୁ ଗାଡ଼ି ଯାଞ୍ଚ କରିଥିଲା। ଏହି ସମୟରେ ଗୋଟିଏ ପିକ୍ଅପ୍ ଭ୍ୟାନ୍ରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା। ଏହି ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଏକ୍ସକର୍ଟ କରି ନେଇ ଯାଉଥିବା ଏକ ବୋଲେରକୁ ମଧ୍ୟ ପୁଲିସ୍ ଜବତ କରିଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଲମତାପୁଟ ଫାଣ୍ଡି ଅଧିକାରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ନୂଆବର୍ଷରୁ ନୂଆ ବ୍ୟବସ୍ଥା; ବାରିକେଡରେ ଯାଇ ଦର୍ଶନ କରିବେ ଶ୍ରଦ୍ଧାଳୁ
ଓବିସିସି ଦ୍ୱାରା ଡାଇଗ୍ରାମ କରାଯାଇଥିବା ରାଂପ୍ ବ୍ୟବସ୍ଥା ନୂଆବର୍ଷ ପୂର୍ବରୁ ନିର୍ମାଣ ଶେଷ କରାଯିବ। ଯଦିଓ ନୂଆ ଦର୍ଶନ ବ୍ୟବସ୍ଥାର ପୂର୍ଣ୍ଣ ଚିତ୍ର ଆସିନାହିଁ, ତେବେ ସୂଚନା ଅନୁସାରେ ୬ ଲେନ୍ ବିଶିଷ୍ଟ ବ୍ୟାରିକେଡ୍ ନିର୍ମାଣ ହେବ।
Crime
ଲକ୍ଷାଧିକ ଟଙ୍କା ହଡ଼ପ; ଗରିବଙ୍କ ଝାଳ ବୁହା ଧନ ନେଇଗଲେ ପୋଷ୍ଟ ମାଷ୍ଟର!
ଠକାମୀରେ ଶିକାର ହୋଇଥିବା ଜମାକାରୀମାନେ ଆଜି ଲାଞ୍ଜିବର୍ଣ୍ଣା ଉପ-ଡାକଘର ଯାଇଥିଲେ। ସେତେବେଳେ ଡାକଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଛି କିଛି ଦିନ ହେଲା ସଂପୃକ୍ତ ପୋଷ୍ଟ ମାଷ୍ଟର ଡାକଘରେ ତାଲା ପକାଇ ଆସୁନାହାନ୍ତି।
Accident
ବାଇକ୍କୁ ପଛରୁ ପିଟିଲା ଟ୍ରକ୍; ମା’ପୁଅ ମୃତ, ବାପା ଗୁରୁତର
ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର।
Crime
କୋଡ଼ିଙ୍ଗା ତହସିଲଦାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ
ଘଟଣା ଘଟିବାର ୬ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଛନ୍ତି କୋଡ଼ିଙ୍ଗା ତହସିଲଦାର।
Politics
ଦେଶର ରାଜଧାନୀରେ ହଙ୍ଗାମା; ରାଜ୍ୟ ରାଜଧାନୀରେ ଗର୍ଜନ
ରାହୁଲ ଗାନ୍ଧିଙ୍କ ଆକ୍ରମଣକୁ ବିରୋଧ କରି ବିଜେପି ଓ ଅମିତ ଶାହଙ୍କ ବୟାନକୁ ନିନ୍ଦା କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି।