ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ: ଉପରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆୟୋଜିତ ‘ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇଛନ୍ତି। ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ କହି ଉପରାଷ୍ଟ୍ରପତି ନିଜର ଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି, “ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ। ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ କବିତା ନୁହେଁ ସାହିତ୍ୟ, କଳା, ସଙ୍ଗୀତ ଏବଂ ନୃତ୍ୟ ଶାନ୍ତି ଓ ଖୁସି ଆଣିଥାଏ।” ଏହା ସହ ଜାତିର ପିତା ମହାତ୍ମା ଗାନ୍ଧିଙ୍କ […]

vice-presdient

vice-presdient

Jyoshna Pradhan
  • Published: Sunday, 06 October 2019
  • Updated: 06 October 2019, 01:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆୟୋଜିତ ‘ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇଛନ୍ତି। ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ କହି ଉପରାଷ୍ଟ୍ରପତି ନିଜର ଭାଷଣ ଆରମ୍ଭ କରିଥିଲେ।

ସେ କହିଛନ୍ତି, “ସମାଜରେ ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ। ସମସ୍ତଙ୍କୁ ଏକତାରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ କବିତା ନୁହେଁ ସାହିତ୍ୟ, କଳା, ସଙ୍ଗୀତ ଏବଂ ନୃତ୍ୟ ଶାନ୍ତି ଓ ଖୁସି ଆଣିଥାଏ।”

ଏହା ସହ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ମୃତିଚାରଣ କରି ନାଇଡୁ କହିଛନ୍ତି, “ଗାନ୍ଧି ସତ୍ୟ ଓ ଅହିଂସାର ଦୂତ ଥିଲେ। ଆଜିର ସମୟ ପାଇଁ ଏହା ନିତାନ୍ତ ଆବଶ୍ୟକ। ଭାରତର ସଂସ୍କୃତି ଓ ପରମ୍ପରା ବସୁଧୈବ କୁଟୁମ୍ବକମରେ ବିଶ୍ୱାସ ରଖେ। ସମଗ୍ର ବିଶ୍ୱ ଗୋଟିଏ ପରିବାର। ଦିନେ ଭାରତ ବିଶ୍ୱଗୁରୁ ଥିଲା। ବିଦେଶରୁ ଆସି ଛାତ୍ରଛାତ୍ରୀମାନେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ଭାରତ କେବେ ବି କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ। କାରଣ ଭାରତ କେବେ ବି ହିଂସାରେ ବିଶ୍ୱାସ ରଖିନାହିଁ ବରଂ ପ୍ରଗତିରେ ବିଶ୍ୱାସ କରି ଆସିଛି।”

‘ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଯୋଗଦେବା ପରେ ରାଜଭବନରେ ବିଶ୍ରାମ ନେଇଛନ୍ତି। ଅପରାହ୍ଣ ୩ଟାରେ ସେ କଟକ ଯାଇ ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ  ସନ୍ଧ୍ୟା ୫ଟା ୫୦ରେ ଭୁବନେଶ୍ୱର ହୋଇ ଦିଲ୍ଲୀ ଫେରିଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos