ଫେକ୍‌ ପ୍ଳେସ୍‌ମେଣ୍ଟ୍‌ ମାମଲା: ରାଜକୁମାରଙ୍କୁ ରିମାଣ୍ଡରେ ନେବାକୁ ପୋଲିସର ଆବେଦନ

ଭୁବନେଶ୍ୱର: ଜାଲ ନିଯୁକ୍ତି ଅଭିଯୋଗ ମାମଲାରେ ଗିରଫ ଆଇଟିଇଆର ପ୍ଲେସ୍‌ମେଣ୍ଟ ଡିନ୍ ରାଜକୁମାର ହୋତାଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ୍। ରାଜକୁମାରଙ୍କୁ ପୋଲିସ୍‌ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି।

ଗତକାଲି ITER କଲେଜ ପ୍ଲେସମେଣ୍ଟ ଡିନ୍‌ ରାଜକୁମାର ହୋତାଙ୍କୁ ଗିରଫ କରିଥିଲା। କମିଶନରେଟ୍ ପୋଲିସ୍  ତାଙ୍କ ବିରୋଧରେ ଜାଲିଆତି ଓ ଜାଲ ପ୍ରମାଣପତ୍ର ଭଳି ସଙ୍ଗୀନ ଅଭିଯୋଗ ରହିଛି।