ବାକି ଟଙ୍କା ପାଇଁ ବିଜେପି ଯୁବନେତାଙ୍କୁ ମାରି ଦେଲେ ତାଙ୍କ ଘନିଷ୍ଠ ବନ୍ଧୁ! ପୁଲିସ୍‌ କଥାକୁ ବିଶ୍ୱାସ କରୁନି ପରିବାର

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବିଜେପି ଯୁବନେତା ଲୋକନାଥ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ୍ ଏହି ଘଟଣାରେ ଲୋକନାଥ ପ୍ରଧାନଙ୍କ ଘନିଷ୍ଠ ବନ୍ଧୁ ଲିଙ୍ଗରାଜ ବଗର୍ତ୍ତୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ହେଲେ ଜ୍ୟୋତିର୍ମୟ ଦଳାଇ ଓ ସତ୍ୟନାରାୟଣ ପ୍ରଧାନ। ଗତ ୨୪ ତାରିଖରେ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖମନମୁଣ୍ଡା ପଞ୍ଚାୟତର ସିଆଲଝୁଲି ଗାଁର ବିଜେପି ନେତା ଲୋକନାଥ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ପୁଲିସ୍‌ର ସୂଚନା ଅନୁସାରେ […]

bjp

bjp

Jitendra Garnayak
  • Published: Wednesday, 29 July 2020
  • Updated: 29 July 2020, 02:59 PM IST

Sports

Latest News

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବିଜେପି ଯୁବନେତା ଲୋକନାଥ ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ୍ ଏହି ଘଟଣାରେ ଲୋକନାଥ ପ୍ରଧାନଙ୍କ ଘନିଷ୍ଠ ବନ୍ଧୁ ଲିଙ୍ଗରାଜ ବଗର୍ତ୍ତୀଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ହେଲେ ଜ୍ୟୋତିର୍ମୟ ଦଳାଇ ଓ ସତ୍ୟନାରାୟଣ ପ୍ରଧାନ।

ଗତ ୨୪ ତାରିଖରେ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖମନମୁଣ୍ଡା ପଞ୍ଚାୟତର ସିଆଲଝୁଲି ଗାଁର ବିଜେପି ନେତା ଲୋକନାଥ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ପୁଲିସ୍‌ର ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନ ବେଳେ ଲୋକନାଥ ପ୍ରଧାନ ସମିତି ସଭ୍ୟ ଭାବରେ ଖମନମୁଣ୍ଡା ପଞ୍ଚାୟତରୁ ନିର୍ବାଚନ ଲଢ଼ିଥିଲେ। ସେଥିପାଇଁ ସେ ତାଙ୍କ ଘନିଷ୍ଠ ସାଙ୍ଗ ଲିଙ୍ଗରାଜ ବଗର୍ତ୍ତୀଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ। ଲିଙ୍ଗରାଜଙ୍କ ବି ସିଆଲଝୁଲି ଗାଁର। ତେବେ ଲୋକନାଥ ନିର୍ବାଚନରେ ପରାଜିତ ହେବା ପରେ ଲିଙ୍ଗରାଜଙ୍କୁ ଧାର ନେଇଥିବା ଟଙ୍କା ଫେରାଇ ନଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଲିଙ୍ଗରାଜ ତାଙ୍କ ଦୁଇ ସାଙ୍ଗ ଜ୍ୟୋତିର୍ମୟ ଦଳାଇ ଓ ସତ୍ୟନାରାୟଣ ପ୍ରଧାନ (ଆମ୍ବଗାଁର)ଙ୍କ ସହ ଲୋକନାଥଙ୍କୁ ଜୀବନରେ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ।

ଯୋଜନା ମୁତାବକ ୨୪ ତାରିଖ ସନ୍ଧ୍ୟାରେ ଭୋଜି କରିବା ବାହାନାରେ ଲୋକନାଥଙ୍କୁ ଫୋନ୍ କରି ଡାକି ଥିଲେ ଲିଙ୍ଗରାଜ। ସେମାନେ ପ୍ରଥମେ ଆମ୍ବଗାଁରେ ଭୋଜି କରିଥିଲେ। ତା’ପରେ ସେଠାରୁ ନାଳ ପାଖକୁ ଯାଇଥିଲେ ଓ ସେଠାରେ ଲୋକନାଥଙ୍କୁ ହତ୍ୟା କରିଥିଲେ। ପୁଲିସ୍ ନାଳ ଖଣ୍ଡିରୁ ଏକ ଖଣ୍ଡା ଏବଂ କଟୁରୀ ଜବତ କରିଥିଲା ଓ ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

ଅପରପକ୍ଷେ ମୃତ ଲୋକନାଥଙ୍କ ବାପା ଜଗଦୀଶ ପ୍ରଧାନ ଏବଂ ସ୍ତ୍ରୀ ରୋହିଣୀ ପ୍ରଧାନ ପୁଲିସ୍ ଦେଇଥିବା ତଥ୍ୟକୁ ଗ୍ରହଣ କରିପାରି ନାହାନ୍ତି। ଟଙ୍କା ଦିଆନିଆକୁ ନେଇ କେବେ ବି ଲୋକନାଥଙ୍କୁ ହତ୍ୟା କରାଯାଇନାହିଁ ବୋଲି ସେମାନେ କହିଛନ୍ତି। ଏହା ଏକ ସୁପରିକଳ୍ପିତ ରାଜନୈତିକ ହତ୍ୟାକାଣ୍ଡ ବୋଲି ସେମାନେ କହିଛନ୍ତି। ଲୋକନାଥଙ୍କ ବାପା ଏବଂ ସ୍ତ୍ରୀଙ୍କ କହିବା ଅନୁସାରେ ସେ ସବୁ କଥା ପରିବାର ଲୋକଙ୍କୁ କୁହନ୍ତି। ଯଦି ସେ ଅଭିଯୁକ୍ତଙ୍କ ଠାରୁ ଟଙ୍କା ଆଣିଥିଲେ ଘରେ ନିଶ୍ଚୟ କହିଥା’ନ୍ତେ ବୋଲି ସେମାନେ କହିଛନ୍ତି।

ଗତକାଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ ଏକ ଟିମ୍ ମୃତ ଲୋକନାଥ ପ୍ରଧାନଙ୍କ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଏହା ସହ ସେମାନେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଥିଲେ। ଏହି ହତ୍ୟାକାଣ୍ଡରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଓ କଣ୍ଟାମାଲ ବିଧାୟକଙ୍କ ପୁଅ ସମ୍ପୃକ୍ତ ଅଛନ୍ତି ବୋଲି ସେମାନେ ଅଭିଯୋଗ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଅନ୍ୟପକ୍ଷରେ ଏ ଘଟଣା ନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିନାହିଁ।

ବୌଦ୍ଧ ଏସ୍‌ପି କହିଛନ୍ତି, ଏ ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଆଉ କେହି ଏଥିରେ ସଂପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story