ଭୁବନେଶ୍ୱରରେ ରହୁଥିବା କଶ୍ମୀର ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଠିବା ପରେ ଭୁବନେଶ୍ୱରରେ ରହୁଥିବା କାଶ୍ମୀର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱରରେ ୩ଟି ପ୍ରତିଷ୍ଠାନର ୩୦ରୁ ଅଧିକ ଛାତ୍ର ଓ ସହକାରୀ ପ୍ରାଧ୍ୟାପକ ଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ, ସେଥିପାଇଁ ସମ୍ପୃକ୍ତ ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କୁହାଯାଇଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଠିବା ପରେ ପଡ଼ୋଶୀ ପାକିସ୍ତାନର ମୁଣ୍ଡ କାମ କରୁନାହିଁ। ଅନ୍ତର୍ଜାତୀୟ ଫୋରମରେ କାଶ୍ମୀର […]

article

article

Manoranjan Sial
  • Published: Friday, 09 August 2019
  • Updated: 09 August 2019, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଠିବା ପରେ ଭୁବନେଶ୍ୱରରେ ରହୁଥିବା କାଶ୍ମୀର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱରରେ ୩ଟି ପ୍ରତିଷ୍ଠାନର ୩୦ରୁ ଅଧିକ ଛାତ୍ର ଓ ସହକାରୀ ପ୍ରାଧ୍ୟାପକ ଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ, ସେଥିପାଇଁ ସମ୍ପୃକ୍ତ ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କୁହାଯାଇଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଠିବା ପରେ ପଡ଼ୋଶୀ ପାକିସ୍ତାନର ମୁଣ୍ଡ କାମ କରୁନାହିଁ। ଅନ୍ତର୍ଜାତୀୟ ଫୋରମରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପାକିସ୍ତାନ ପ୍ରୟାସ କରିଥିଲା। ସେଥିରେ ତାଙ୍କୁ ଶକ୍ତ ଧକ୍କା ଲାଗିଛି। ଜାତିସଂଘଠାରୁ ଆରମ୍ଭ କରି ପରମମିତ୍ର ଚୀନ ଓ ପୂର୍ବତନ ବନ୍ଧୁ ଆମେରିକା କେହି ମଧ୍ୟ ଇସଲାମାବାଦର ହଁରେ ହଁ ମିଳାଇବାକୁ ରାଜି ହୋଇନାହାନ୍ତି।

କୂଟନୈତିକ ସଂପର୍କ ହ୍ରାସ, ବାୟୁସୀମାା କଟକଣା, ସମଝୌତା ଏକ୍ସପ୍ରେସ ପରେ କରାଚିରୁ ଯୋଧପୁର ଚାଲୁଥିବା ଥର୍ ଏକ୍ସପ୍ରେସକୁ ରଦ୍ଦ କରିଛି ପାକିସ୍ତାନ। ଅନ୍ୟପକ୍ଷରେ ପାକିସ୍ତାନର ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିବା ସହ ପୁନର୍ବିଚାର ଲାଗି ପରାମର୍ଶ ଦେଇଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos