ମନ୍ଦିର ପଛପଟେ ମିଳିଲା ଯୁବକ ଓ ଯୁବତୀଙ୍କ ମୃତଦେହ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଏକ ମନ୍ଦିରର ପଛପଟେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ ହେଉଛନ୍ତି ପଦ୍ମନାଭପୁର ପଞ୍ଚାୟତ ଅନ୍ତର୍ଗତ ଚୈତନ୍ୟପୁର ଗାଁର କେ ଲକ୍ଷ୍ମୀ ରେଡ୍ଡୀ ଓ ଯୁବକ ଜଣକ ହେଉଛନ୍ତି ଝରିପଦର ଗ୍ରାମର ଦିବାନା ରେଡ୍ଡୀ। […]

POLICE-RECOVERS-BODIES-OF-SUSPECTED-LOVERS-FROM-BEHIND-A-TEMPLE

POLICE-RECOVERS-BODIES-OF-SUSPECTED-LOVERS-FROM-BEHIND-A-TEMPLE

Manoranjan Sial
  • Published: Saturday, 20 July 2019
  • Updated: 20 July 2019, 09:23 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଏକ ମନ୍ଦିରର ପଛପଟେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଯୁବତୀ ଜଣକ ହେଉଛନ୍ତି ପଦ୍ମନାଭପୁର ପଞ୍ଚାୟତ ଅନ୍ତର୍ଗତ ଚୈତନ୍ୟପୁର ଗାଁର କେ ଲକ୍ଷ୍ମୀ ରେଡ୍ଡୀ ଓ ଯୁବକ ଜଣକ ହେଉଛନ୍ତି ଝରିପଦର ଗ୍ରାମର ଦିବାନା ରେଡ୍ଡୀ। ଏମାନେ ଗତକାଲିଠାରୁ ଘରୁ କୁଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ।

ଆଜି ସନ୍ଧ୍ୟା ବେଳେ କଲ୍ୟାଣପୁର ତୋଟା କାଶୀ ବିଶ୍ୱନାଥ ମନ୍ଦିର ପଛପଟେ ଉଭୟଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏମାନେ ପ୍ରେମୀ ଯୁଗଳ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos