ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁଳି ଶୁଳ୍କ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖା ଅଭିଯାନ ଆରମ୍ଭ ହୋଇଛି। ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏହି ଅଭିଯାନ। ଏଥିରେ ସଦସ୍ୟ ତଥା ସାଧାରଣ ଲୋକେ ଏକ ପୋଷ୍ଟକାର୍ଡରେ ବିଜୁଳି ଦର କମାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ଭୁବନେଶ୍ୱର ରେଡକ୍ରସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ବସ୍ତି ପ୍ରଭୃତି ଅଞ୍ଚଳକୁ ଏହା ପରିବ୍ୟାପ୍ତ କରାଯିବ ବୋଲି ଅଭିଯାନର ଉପଦେଷ୍ଟା ଶ୍ରୀକାନ୍ତ ଜେନା କହିଛନ୍ତି। ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଥିବା ବେଳେ ଦିଲ୍ଲୀରେ ଉତ୍ପାଦିତ ହେଉନାହିଁ। କିନ୍ତୁ ଦିଲ୍ଲୀରେ ଓଡ଼ିଶାଠାରୁ ବିଜୁଳି ବେଶ୍ କମ୍ ଦରରେ ଉପଲବ୍ଧ ହେଉଛି। ତେଣୁ ଓଡ଼ିଶା ସରକାରଙ୍କ ସଦ୍ବୁଦ୍ଧି ଉଦୟ ହେଉ ଓ ବିଜୁଳି ଦର କମ୍ କରନ୍ତୁ ବୋଲି ଅଭିଯାନର ସଦସ୍ୟମାନେ ଅପିଲ୍ କରିଛନ୍ତି। ଯେ ପର୍ଯ୍ୟନ୍ତ ଦର କମ୍ ନ ହୋଇଛି, ଏଭଳି କାମ ଜାରି ରହିବ ବୋଲି ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବର୍ଷା ପରେ ଦାଉ ସାଧୁଛନ୍ତି ହାତୀ, ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି
ଜମିରେ ପଶି ଚାଷୀର ବର୍ଷକର ପରିଶ୍ରମ ଉଜାଡି ଦେଉଛନ୍ତି ହାତୀ ପଲ। ସେପଟେ ମନ୍ତ୍ରୀ କହୁଛନ୍ତି ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ବନୀକରଣ କରାଯାଉଛି।
Crime
ଚା' ଖଟିରେ ଦାଦନ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଦୋସ୍ତି! ଡିଲ୍ ଚାଲିଥିବା ଅଭିଯୋଗ
ଭିଟାମାଟି ଛାଡ଼ି ଦାଦନ ଯାଉଥିଲେ ଅନେକ ଶ୍ରମିକ। ପାଖରେ ଥିବା ଚା ଦୋକାନରେ ଦାଦନ ସର୍ଦ୍ଦାର ସହ ଖଟି ଜମାଇଥିଲେ ପାଟଣାଗଡ଼ ଥାନାଧିକାରୀ। ଲୋକେ କହୁଛନ୍ତି ଚାଲିଥିଲା ଡିଲ୍।
Miscellaneous
ପୌର ପ୍ରଶାସକ ବଦଳିଲେ, ୧୭ ପୌରସଂସ୍ଥାରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ଦେବାଶୀଷ ସିଂଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇ ସେହି ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
Weather
ଖସୁଛି ପାରଦ, ବଢୁଛି ଶୀତ; କଲବଲ କରିବ ଘନ କୁହୁଡି!
ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହୋଇପାରେ।
Politics
ଚାଷୀଙ୍କ ଫସଲ କ୍ଷୟକ୍ଷତି ପାଇଁ ପ୍ରଶାସନିକ କଳକୁ ଦୋଷ ଦେଲେ ନବୀନ, ରାଜନୀତି ବି କଲେ
ବର୍ଷା ନେଇ ଚାଷୀଙ୍କୁ ଆଗୁଆ ସଚେତନ କରାଯାଇନଥିଲା ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ନବୀନ। ‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ଦାବି ପ୍ରସଙ୍ଗ ଉଠାଇ ବି କଲେ ରାଜନୀତି।