ଷ୍ଟ୍ରେଚରରେ ୪ କିମି ବୁହା ହେଲେ ପ୍ରସୂତି

ମାଲକାନଗିରି(ଜିତେନ୍ଦ୍ର ବେଉରା): ରାସ୍ତା ଖରାପ ଯୋଗୁ ଗାଁକୁ ଆସି ପାରିଲା ନାହିଁ ଆମ୍ୱୁଲାନ୍ସ। ୪ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ କାନ୍ଦୁଗୁଡ଼ା ଗାଁରେ। ଗତକାଲି ବିଳମ୍ୱିତ ରାତିରେ ଗାଁର ରାମେ ମାଢ଼ିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେବେ ତାଙ୍କୁ ଡାକ୍ତରଖାନା ନେବା ପାଇ ତାଙ୍କ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁର ରାସ୍ତା ଖରାପ ଥିବାରୁ ଆମ୍ୱୁଲାନ୍ସ ଗାଁକୁ ଆସି […]

malkangiri

malkangiri

Jyoshna Pradhan
  • Published: Monday, 18 November 2019
  • Updated: 18 November 2019, 10:10 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ରାସ୍ତା ଖରାପ ଯୋଗୁ ଗାଁକୁ ଆସି ପାରିଲା ନାହିଁ ଆମ୍ୱୁଲାନ୍ସ। ୪ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ କାନ୍ଦୁଗୁଡ଼ା ଗାଁରେ।

ଗତକାଲି ବିଳମ୍ୱିତ ରାତିରେ ଗାଁର ରାମେ ମାଢ଼ିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେବେ ତାଙ୍କୁ ଡାକ୍ତରଖାନା ନେବା ପାଇ ତାଙ୍କ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁର ରାସ୍ତା ଖରାପ ଥିବାରୁ ଆମ୍ୱୁଲାନ୍ସ ଗାଁକୁ ଆସି ପାରି ନଥିଲା। ଯାହାଫଳରେ ଆମ୍ୱୁଲାନ୍ସ କମାରଗୁଡ଼ାରେ ହିଁ ଅଟକି ରହିଥିଲା। ଏହାପରେ ପ୍ରସୂତିଙ୍କୁ ତାଙ୍କ ପରିବାର ଲୋକେ, ଆମ୍ୱୁଲାନ୍ସ କର୍ମଚାରୀ ଓ ଆଶାକର୍ମୀମାନେ  ୪ କିଲୋମିଟର ଷ୍ଟ୍ରେଚରରେ ବୋହି ଆମ୍ୱୁଲାନ୍ସ ପାଖକୁ ନେଇଥିଲେ। ପ୍ରସୂତିଙ୍କୁ କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos