ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ସେ କଟକ ସ୍ଥିତ ବିଜୁ ଜନ୍ମସ୍ଥାନ ଆନନ୍ଦ ଭବନକୁ ଜନାର୍ପିତ କରିଛନ୍ତି। ଆନନ୍ଦ ଭବନ ମ୍ୟୁଜିୟମକୁ ଲୋକାର୍ପିତ କରିବା ପରେ ରାଷ୍ଟ୍ରପତି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏଥିରେ ସେ କହିଥିଲେ ଯେ ଆନନ୍ଦ ଭବନରେ ଦେଶ ସ୍ୱାଧୀନ ନେଇ ଷ୍ଟ୍ରାଟେଜୀ ହେଉଥିଲା। ନାରୀ ସ୍ୱାଧୀନତା ନେଇ ବିଜୁ ବାବୁ ସର୍ବଦା ଚେଷ୍ଟିତ ଥିଲେ। ନିଜ ମାଟି କଳିଙ୍ଗ ପାଇଁ ବିଜୁ ବାବୁଙ୍କ ଜୀବନ ସମର୍ପିତ ଥିଲା। ସେ ଯାହା ବି କରିଥିଲେ ସବୁ କଳିଙ୍ଗ ନାଁରେ ନାମିତ ଥିଲା। ମୋରାରଜୀ ଦେଶାଇଙ୍କ ସରକାରରେ ବିଜୁ ଇସ୍ପାତ ମନ୍ତ୍ରୀ ଥିଲେ। ଲୋକେ ତାଙ୍କୁ ଇସ୍ପାତ ମନ୍ତ୍ରୀ ନୁହେଁ, ଇସ୍ପାତ ମଣିଷ କହୁଥିଲେ।</p> <p>ସେ ଆଉ କ’ଣ କହିଥିଲେ ଏହି ଭିଡ଼ିଓରୁ ଶୁଣନ୍ତୁ-</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।