କୋଭିଡ୍‌ ମୃତ୍ୟୁ ଲୁଚାଉଛନ୍ତି କି ସରକାର? ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଜାଣିବା ପାଇଁ ଏକ ସ୍ୱତନ୍ତ୍ର ଅଡିଟ୍ କରାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ସ୍ୱତନ୍ତ୍ର ଅଡିଟ୍ ସହ ଗ୍ରାମାଞ୍ଚଳରେ ରାପିଡ୍ ଟେଷ୍ଟ ଓ ଟିକାକରଣ ପକ୍ରିୟାକୁ ତ୍ୱରାନିତ କରାଇବାକୁ ଆବେଦନରେ ଦର୍ଶାଯାଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଦାୟର ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁକୁ ନେଇ […]

Orissa High Court

Orissa High Court

Ranjit Kumar Jena
  • Published: Friday, 18 June 2021
  • Updated: 18 June 2021, 07:02 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଜାଣିବା ପାଇଁ ଏକ ସ୍ୱତନ୍ତ୍ର ଅଡିଟ୍ କରାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ସ୍ୱତନ୍ତ୍ର ଅଡିଟ୍ ସହ ଗ୍ରାମାଞ୍ଚଳରେ ରାପିଡ୍ ଟେଷ୍ଟ ଓ ଟିକାକରଣ ପକ୍ରିୟାକୁ ତ୍ୱରାନିତ କରାଇବାକୁ ଆବେଦନରେ ଦର୍ଶାଯାଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଦାୟର ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ରାଜ୍ୟରେ କରୋନାଜନିତ ମୃତ୍ୟୁକୁ ନେଇ ସରକାର ତଥ୍ୟ ଲୁଚାଉଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ମୃତ୍ୟୁ ସଂଖ୍ୟା ନେଇ ବିଭିନ୍ନ ଜିଲ୍ଲା ଚିକିତ୍ସାଧିକାରୀଙ୍କ ରିପୋର୍ଟ ସହ ସ୍ୱାସ୍ଥ୍ୟ ବିଭାଗର ପୋର୍ଟାଲର ତଥ୍ୟରେ ତାଳମେଳ ରହୁନାହିଁ।

କୋଭିଡରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ତଥ୍ୟ ନ ରହିଲେ ସେଭଳି ପରିବାରକୁ ଥଇଥାନ କରିବା ସମ୍ଭବ ହେବ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ଏହାଛଡା କେତେକ ସହରାଞ୍ଚଳ ଓ ସଦର ମହକୁମା ଛାଡ଼ିଦେଲେ ଗ୍ରାମାଞ୍ଚଳରେ ପ୍ରର୍ଯ୍ୟାପ୍ତ ପରିମାଣରେ ରାପିଡ ଟେଷ୍ଟ ଓ ଟିକାକରଣ ହୋଇପାରୁନାହିଁ। ଏ ସବୁକୁ ଦୃଷ୍ଟିରେ ରଖି ମୃତ୍ୟୁ ସମ୍ପର୍କରେ ସଠିକ ତଥ୍ୟ ପ୍ରକାଶ କରିବା ସହ ଗ୍ରାମାଞ୍ଚଳରେ ଟିକାକରଣକୁ ଗୁରୁତ୍ୱ ଦେବାକୁ ଆବେଦନରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୭୨ ଜଣ କ୍ୱାରେଣ୍ଟାଇନ୍‌ ଥିଲେ। ବାକି ୧୬୩୪ଟି ହେଉଛି ଲୋକାଲ୍ କେସ୍। ସେହିପରି ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଆଉ ୩୭ ଜଣ ଜୀବନ ହାରିଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos