ଅଦିନିଆ ବର୍ଷା ଉଜାଡ଼ି ଦେଲା କ୍ଷେତ: ଜମିରେ ଗଜା ହେଉଛି ପାଚିଲା ଧାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମରୁଡ଼ି ଓ ରୋଗପୋକ ପରେ ଏବେ ଲଘୁଚାପ ବର୍ଷା ଓଡ଼ିଶାର ଚାଷୀଙ୍କ ଉପରେ ଦାଉ ସାଜିଛି। ଲଘୁଚାପ ବର୍ଷା ଯୋଗୁଁ କ୍ଷେତରେ ନଷ୍ଟ ହେଉଛି ଧାନ ଫସଲ। କଟା ହୋଇ ବିଲରେ ପଡିଥିବା ଧାନ ଏବେ ପାଣିରେ ଭାସୁଛି।

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ବ୍ଲକର ୩୯ଟି ପଞ୍ଚାୟତରେ ୩୩ ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି।

ସେହିପରି ଅଦିନିଆ ବର୍ଷା ବଣାଇରେ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ଷାକୁ ଦେଖି ଚାଷୀମାନେ ଆଗୁଆ ଧାନ କାଟି ପକାଇଛନ୍ତି। ଏବେ ସମସ୍ତଙ୍କୁ ଗୋଟିଏ ଚିନ୍ତା ଘାରିଛି ବର୍ଷା ବର୍ଷକର ସବୁ ପରିଶ୍ରମକୁ ମାଟିରେ ମିଶାଇଦେବ।

ବାଲେଶ୍ୱର ଜିଲ୍ଲା କଥା ନକହିବା ଭଲ। ଦୁଇଦିନର ଲଗାଣ ବର୍ଷାରେ ଉଜୁଡି ଯାଇଛି ପାଚିଲା ଧାନ ଫସଲ। ଔପଦା ବ୍ଲକର ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଅଦିନିଆ ବର୍ଷାରେ ଜମିରେ ପାଚିଲା ଧାନ ଗଜା ହେବାକୁ ବସିଲାଣି।

ପୁରୀ ସଦର ବ୍ଲକର ଭାରତୀପୁର ମୌଜାରେ ମଧ୍ୟ ଫସଲ ବ୍ୟାପକ କ୍ଷତି ହୋଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଫଳରେ ଚାଷ ଗଭୀର ଭାବେ ପ୍ରଭାବିତ ହୋଇଛି।

Ordigital Desk
• Published: Thursday, 16 November 2017
• Updated: 16 November 2017, 07:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମରୁଡ଼ି ଓ ରୋଗପୋକ ପରେ ଏବେ ଲଘୁଚାପ ବର୍ଷା ଓଡ଼ିଶାର ଚାଷୀଙ୍କ ଉପରେ ଦାଉ ସାଜିଛି। ଲଘୁଚାପ ବର୍ଷା ଯୋଗୁଁ କ୍ଷେତରେ ନଷ୍ଟ ହେଉଛି ଧାନ ଫସଲ। କଟା ହୋଇ ବିଲରେ ପଡିଥିବା ଧାନ ଏବେ ପାଣିରେ ଭାସୁଛି।

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ବ୍ଲକର ୩୯ଟି ପଞ୍ଚାୟତରେ ୩୩ ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି।

ସେହିପରି ଅଦିନିଆ ବର୍ଷା ବଣାଇରେ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ଷାକୁ ଦେଖି ଚାଷୀମାନେ ଆଗୁଆ ଧାନ କାଟି ପକାଇଛନ୍ତି। ଏବେ ସମସ୍ତଙ୍କୁ ଗୋଟିଏ ଚିନ୍ତା ଘାରିଛି ବର୍ଷା ବର୍ଷକର ସବୁ ପରିଶ୍ରମକୁ ମାଟିରେ ମିଶାଇଦେବ।

ବାଲେଶ୍ୱର ଜିଲ୍ଲା କଥା ନକହିବା ଭଲ। ଦୁଇଦିନର ଲଗାଣ ବର୍ଷାରେ ଉଜୁଡି ଯାଇଛି ପାଚିଲା ଧାନ ଫସଲ। ଔପଦା ବ୍ଲକର ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଅଦିନିଆ ବର୍ଷାରେ ଜମିରେ ପାଚିଲା ଧାନ ଗଜା ହେବାକୁ ବସିଲାଣି।

ପୁରୀ ସଦର ବ୍ଲକର ଭାରତୀପୁର ମୌଜାରେ ମଧ୍ୟ ଫସଲ ବ୍ୟାପକ କ୍ଷତି ହୋଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଫଳରେ ଚାଷ ଗଭୀର ଭାବେ ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos