ଏମିତି ଆମ ଅଙ୍ଗନବାଡ଼ି: ବାହାରୁ ଚକାଚକ୍‌, ଭିତରେ ଗଳୁଛି ପାଣି

କେନ୍ଦୁଝର (ପ୍ରଣୟ ପାଣି): କାନ୍ଥରେ ଅଙ୍କା ଯାଇଛି ରଙ୍ଗ ବେରଙ୍ଗର ଚିତ୍ର। ଥରେ ଯିଏ ଦେଖିବ,  ଆଖି ଲାଗିଯିବ। ବାହାରୁ ଚକାଚକ୍‌ ଦେଖାଯାଉଥିବା ଏହି ଅଙ୍ଗନବାଡ଼ି କେନ୍ଦ୍ରର ଭିତର କଥା ନକହିବା ଭଲ। କେନ୍ଦ୍ର ଭିତରେ ବସିବାକୁ ହେଲେ ଛତା ମୁଣ୍ଡାଇବାକୁ ପଡୁଛି। କାରଣ ଛତରୁ ବର୍ଷା ପାଣି ଗଳି ଚଟାଣରେ ଲହିଡି ମାରୁଛି। ଦୟନୀୟ ସ୍ଥିତିରେ ପିଲାମାନେ ଠେଲାଠେଲି ହୋଇ ଗୋଟିଏ କୋଣରେ ବସୁଛନ୍ତି। ଏପରି ଚିତ୍ର ଆସିଛି କେନ୍ଦୁଝର ଟାଉନ୍‌ରୁ। କେନ୍ଦୁଝର ସହର ୪ […]

Anganwadi Centre

Anganwadi Centre

Manoranjan Sial
  • Published: Wednesday, 10 August 2022
  • Updated: 10 August 2022, 05:17 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କାନ୍ଥରେ ଅଙ୍କା ଯାଇଛି ରଙ୍ଗ ବେରଙ୍ଗର ଚିତ୍ର। ଥରେ ଯିଏ ଦେଖିବ,  ଆଖି ଲାଗିଯିବ। ବାହାରୁ ଚକାଚକ୍‌ ଦେଖାଯାଉଥିବା ଏହି ଅଙ୍ଗନବାଡ଼ି କେନ୍ଦ୍ରର ଭିତର କଥା ନକହିବା ଭଲ। କେନ୍ଦ୍ର ଭିତରେ ବସିବାକୁ ହେଲେ ଛତା ମୁଣ୍ଡାଇବାକୁ ପଡୁଛି। କାରଣ ଛତରୁ ବର୍ଷା ପାଣି ଗଳି ଚଟାଣରେ ଲହିଡି ମାରୁଛି। ଦୟନୀୟ ସ୍ଥିତିରେ ପିଲାମାନେ ଠେଲାଠେଲି ହୋଇ ଗୋଟିଏ କୋଣରେ ବସୁଛନ୍ତି। ଏପରି ଚିତ୍ର ଆସିଛି କେନ୍ଦୁଝର ଟାଉନ୍‌ରୁ।

କେନ୍ଦୁଝର ସହର ୪ ନିମ୍ବର ୱ୍ୟାର୍ଡର ମଦନମୋହନପୁର ପାଟଣାରେ ରହିଛି ଅଙ୍ଗନବାଡି କେନ୍ଦ୍ର। ଏହି କେନ୍ଦ୍ରର ଛାତରୁ ପ୍ଳାଷ୍ଟର ଖସି ଯାଇଛି। ଛାତର ରଡ୍‌ ଦେଖାଯାଉଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳି ଚଟାଣ ଓଦା ହୋଇଯାଉଛି। ପୂରା କୋଠରୀରେ ବର୍ଷା ପାଣିରେ ଭିଜୁ ଥିବା ବେଳେ ଗୋଟିଏ କୋଣ ସାମାନ୍ୟ ଶୁଖିଲା ରହିଛି। ସେହିଠାରେ ସବୁ ପିଲାଙ୍କୁ ଠେଲାପେଲା ହୋଇ ବସିବାକୁ ପଡ଼ୁଛି। ଏହି କେନ୍ଦ୍ରରେ ରୋଷେଇ ଘର ନଥିବାରୁ ରୋଷେୟା ନିଜ ଘରେ ରୋଷେଇ କରି କେନ୍ଦ୍ରକୁ ଆଣି ପିଲାମାନଙ୍କୁ ଖାଦ୍ୟ ଦେଉଛନ୍ତି।

ଅଙ୍ଗନବାଡ଼ି କେନ୍ଦ୍ରର କାନ୍ଥକୁ ଲାଗି ରହିଛି ଗୋଟିଏ ବିରାଟକାୟ ଜାମୁ ଗଛ। ବର୍ଷା ସମୟରେ ପବନ ଦେଲେ ଗଛଟି କେନ୍ଦ୍ରର ଛାତରେ ପିଟି ହେଉଛି। ସତେ ଯେମିତି ଲାଗୁଛି ଯେ କୌଣସି ସମୟରେ ଛାତ ଭୁଶୁଡ଼ି ପଡ଼ିବ କି? ଯେଉଁଥିପାଇଁ ଅନେକ ଅଭିଭାବକ ନିଜ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ପଠାଇବାକୁ ନିରାପଦ ମଣୁନାହାନ୍ତି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଅଙ୍ଗନବାଡ଼ି ଦିଦି ରେବତୀ ନାଏକ କହିଛନ୍ତି, “ଅଙ୍ଗନବାଡ଼ି ଛାତରୁ ପାଣି ଗଳିବା ନେଇ ଦୁଇ ବର୍ଷ ତଳେ ମ୍ୟୁନିସିପାଲିଟିରେ ଜଣାଇଥିଲି। ଏଥିସହ ପୂର୍ବରୁ ଥିବା କାଉନ୍‌ସିଲରଙ୍କ ମଧ୍ୟ କହିଥିଲି। ହେଲେ କେହି କିଛି ପଦକ୍ଷେପ ନେଲେନି। ଯାହା ହେଲେ ମଧ୍ୟ ସେମିତି ପିଲାମାନଙ୍କୁ ପାଠ ପଢ଼ାଇବାକୁ ପଡୁଛି।”

ଗାଁର ରବିନ୍ଦ୍ର ପଣ୍ଡା କହିଛନ୍ତି, ଅଙ୍ଗନବାଡ଼ି କେନ୍ଦ୍ରଟି ବିପଦଶଙ୍କୁ ଅବସ୍ଥାରେ ରହିଛି। ଛତରୁ ପାଣି ଗଳୁଛି। ଲାଗୁଛି ଛତ କେତେବେଳେ ଖସି ପଡ଼ିବ। ଏନେଇ ଅଭିଯୋଗ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର କର୍ମୀଙ୍କୁ କହିଥିଲେ। ଦୁଇ ବର୍ଷ ତଳେ ଏନେଇ ଅଭିଯୋଗ କରିଥିବା ଅଙ୍ଗନବାଡ଼ି କର୍ମୀ କହିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଛାତର ମରାମତି କରାଯାଉ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story