ପୂଜାକୁ ଫିକା କରିବନି ବର୍ଷା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାରଦୀୟ ଦୁର୍ଗାପୂଜା ସମୟରେ ପାଗ ଭଲ ରହିବ। ହେଲେ ଅପରାହ୍ଣ ବେଳକୁ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ବର୍ତ୍ତମାନ ଓଡ଼ିଶା ଉପରେ କିମ୍ୱା ଉତ୍ତର ବଙ୍ଗୋପସାଗର ପାଖରେ କୌଣସି ଘୂର୍ଣ୍ଣିବଳୟ ନାହିଁ। କେବଳ ୱେଷ୍ଟ ବେଙ୍ଗଲ ଓ ବାଙ୍ଗଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି। ତାର ପ୍ରଭାବ ଓଡ଼ିଶା ଉପରେ କିଛି ପଡ଼ିବ ନାହିଁ। […]

weather

weather

Jyoshna Pradhan
  • Published: Thursday, 03 October 2019
  • Updated: 03 October 2019, 11:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାରଦୀୟ ଦୁର୍ଗାପୂଜା ସମୟରେ ପାଗ ଭଲ ରହିବ। ହେଲେ ଅପରାହ୍ଣ ବେଳକୁ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ବର୍ତ୍ତମାନ ଓଡ଼ିଶା ଉପରେ କିମ୍ୱା ଉତ୍ତର ବଙ୍ଗୋପସାଗର ପାଖରେ କୌଣସି ଘୂର୍ଣ୍ଣିବଳୟ ନାହିଁ। କେବଳ ୱେଷ୍ଟ ବେଙ୍ଗଲ ଓ ବାଙ୍ଗଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି। ତାର ପ୍ରଭାବ ଓଡ଼ିଶା ଉପରେ କିଛି ପଡ଼ିବ ନାହିଁ। ବର୍ତ୍ତମାନ କେବଳ ସେଣ୍ଟ୍ରାଲ୍ ଓ ଦକ୍ଷିଣ ଓଡ଼ିଶାରେ ଆକାଶ ଆଶିଂକ ମେଘାଚ୍ଛନ୍ନ ରହିଛି। ପ୍ରାୟ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆକାଶ ପ୍ରାୟ ମେଘମୁକ୍ତ ରହିଛି। ତେବେ ଅପରାହ୍ଣରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବ। ହେଲେ  ଏହାର ପରିମାଣ ଅଳ୍ପ  ରହିବ। ପ୍ରବଳ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos