ଭୁବନେଶ୍ୱର: ନୂଆକରି ଗଠିତ ରଣପୁର ଏନଏସିରେ ଆସନ୍ତା ୫ ତାରିଖରେ ମତଦାନ ହେବ। ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଦଳୀୟ ନେତାମାନେ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଡୋର-ଟୁ-ଡୋର କ୍ୟମ୍ପେନିଂ ଚଳାଇଛନ୍ତି। ଆଜି ପ୍ରଚାର ସରୁଥିବାବେଳେ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, ଭୃଗୁ ବକ୍ସିପାତ୍ର, ସ୍ଥାନୀୟ ନେତ୍ରୀ ସୁରମାପାଢୀ, ରୁଦ୍ରମାଧବ ରାୟ ଓ ବ୍ରଜରାଜନଗର ବିଧାୟିକା ରାଧାରଣୀ ପଣ୍ଡା ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ। ଏଠାକୁ ଦଳୀୟ ହେବିୱେଟ ଆସିନଥିଲେ ମଧ୍ୟ ଯୁବନେତା ସତ୍ୟଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ପ୍ରଚାର ଚଲାଇଛନ୍ତି। ସେହିପରି ବିଜେଡି ତରଫରୁ ବିଧାୟକ ପ୍ରଭାତ ବିଶ୍ୱାଳ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରୟଣ ପ୍ରଧାନ ଘରଘର ବୁଲି ଭୋଟ ମାଗୁଛନ୍ତି। ବିକାଶର ନାରାଦେଇ ଦଳ ସପକ୍ଷରେ ଭୋଟ ଦେବା ପାଇଁ ଏମାନେ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ସଂରକ୍ଷଣ ନୀତିରେ ତ୍ରୁଟି ଯୋଗୁ ଏପ୍ରିଲ ୭ ତାରିଖରେ ଏଠାରେ ନିର୍ବାଚନ ହୋଇପାରିନଥିଲା। ରଣପୁର ଏନଏସିରେ ୯ହଜାର ୯ ଶହ ୬୯ ଭୋଟର ଥିବା ବେଳେ ୧୫ଟି ୱାର୍ଡ ପାଇଁ ନିର୍ବାଚନ ହେଉଛି। ନିର୍ବାଚନ ମୈଦାନରେ ୫୫ଜଣ ପ୍ରାର୍ଥୀ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ପାଣ୍ଡିଆନ ଚାହୁଁଛନ୍ତି କି ବିଜେଡି ବିଭାଜନ: ସୁଜାତାଙ୍କ ଏଣ୍ଟ୍ରି ପାଇଁ ‘ଡିଲ୍’ , ସସ୍ମିତ-ପ୍ରତାପ ମୋହରା
ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ଉତ୍ତରାଧିକାରୀ ଭାବେ ବିଜୁ ପଟ୍ଟନାୟକଙ୍କ ପରିବାରର କୌଣସି ସଦସ୍ୟ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ସୁଚିନ୍ତିତ ଢଙ୍ଗରେ ସୁଜାତାଙ୍କୁ ଆଗକୁ ଆଣିବାର ବ୍ୟବସ୍ଥା ହୋଇଛି । ନବେ ଦଶକରେ ନବୀନଙ୍କ ରାଜନୀତିକ ଏଂଟ୍ରି ପାଇଁ ଯେଭଳି ‘ଡିଲ୍’ ହୋଇଥିଲା ଅନୁରୂପ ‘ଡିଲ୍’ ସୁଜାତାଙ୍କ ରାଜନୀତିକ ଏଂଟ୍ରି ନିମନ୍ତେ କରାଯାଇଥିବା ଚର୍ଚ୍ଚା ।

Guest Column
କ୍ରମଶଃ ବୟସ୍କ ଭୁବନେଶ୍ଵର
୨୦୨୪ ମସିହାରେ ଭୁବନେଶ୍ୱର ମହାନଗର ଅଞ୍ଚଳର ଆନୁମାନିକ ଜନସଂଖ୍ୟା ପ୍ରାୟ ୧୨,୫୭,୦୦୦ ଥିଲା। ଏହି ତଥ୍ୟ ଆଧାରରେ, ଯଦି ଭୁବନେଶ୍ୱରରେ ବୟସ୍କ ଜନସଂଖ୍ୟା ରାଜ୍ୟ ଅନୁପାତ ସମାନ ଥାଏ (ପ୍ରାୟ ୧୩%), ତେବେ ଭୁବନେଶ୍ୱରର ବୃଦ୍ଧ ନାଗରିକଙ୍କ ସଂଖ୍ୟା ପ୍ରାୟ ୧,୬୩,୪୨୩ ହେବ ବୋଲି ଅନୁମାନ କରାଯାଏ। କେବଳ ଭୁବନେଶ୍ୱର ନୁହେଁ, ଅନେକ ସହର ଓ ଗ୍ରାମରେ ମଧ୍ୟ ଏହିପରି ସଙ୍କଟ ଦେଖା ଗଲାଣି।

Politics
ନବୀନଙ୍କୁ ଚେତାଇଲେ ନେତା: ଅପବାଦ ମୁଣ୍ଡାଇବାକୁ ପ୍ୟାରୀ-ପାଣ୍ଡିଆନ ନାହାନ୍ତି, ଏଣିକି ଆପଣ ହିଁ ଦାୟୀ
ୱାକଫ୍ ସଂଶୋଧନ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ଗୁରୁବାର ବିଜେଡିର ନାଟକୀୟ ଆଭିମୁଖ୍ୟକୁ ନେଇ ଦଳରେ ସୃଷ୍ଟି ହୋଇଥିବା ବିସ୍ଫୋରକ ପରିସ୍ଥିତି ମଧ୍ୟରେ ଶୁକ୍ରବାର ପୂର୍ବାହ୍ନରେ ଆଗଧାଡ଼ିର ଦଳୀୟ ନେତାମାନେ ନବୀନଙ୍କୁ ଭେଟି ସାଂଗଠନିକ ପରିଚାଳନା ଓ ଦଳର ଆଭିମୁଖ୍ୟକୁ ନେଇ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Politics
ଅସହାୟ ନବୀନ, ଆତ୍ମରକ୍ଷା ମୁଦ୍ରାରେ ପାଣ୍ଡିଆନ: ଭୁଶୁଡ଼ୁଛି ବିଜେଡି, ଆକ୍ରୋଶରେ ନେତା-କର୍ମୀ
ରାଜ୍ୟରେ ବିଜେପି କ୍ଷମତାରେ ଥିବାବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ଯେଉଁ ଢଙ୍ଗରେ ରାଜ୍ୟସଭାରେ ଆତ୍ମସମର୍ପଣ କରିଛି ତାହା ଦଳର ଅସହାୟତାର ପ୍ରମାଣ ଦେଇଛି ।

Crime
ପୁଲିସ ବିଭାଗରେ ଟେଣ୍ଡର ଅନିୟମିତତା: ସିଏଜିଙ୍କ ଆପତ୍ତି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ, ୬କୋଟି ଟଙ୍କା କ୍ଷତି
ରାଜ୍ୟରେ ସିସିଟିଏନଏସ( କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ) ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ରାଜ୍ୟ ପୁଲିସର ‘ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ’(ଏସସିଆରବି) ୨୦୨୧ ନଭେମ୍ବର ମାସରେ ଡାକିଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ନେଇ ସିଏଜି ଆପତ୍ତି ଉଠାଇଛନ୍ତି ।