ଟ୍ୟୁସନ୍‌ରୁ ଫେରିବା ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଟ୍ୟୁସନ୍‌ରୁ ଖୁସି ମନରେ ଘରକୁ ଫେରୁଥିଲା ନାବାଳିକା। ହେଲେ ଅଧାବାଟରେ ସବୁ ବିଗିଡ଼ିଗଲା।  ନିଜ ଗାଁର ଜଣେ ଯୌନ ପିପାସୁ ହାବୁଡ଼ରେ ପଡ଼ିଗଲା । ଯୁବକଜଣକ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ନାବାଳିକାର ଚିତ୍କାର ଶୁଣି ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଥିବା ଜଣାଯାଇଛି।  ଏପରି ଘଟଣା ଆଜି ସକାଳେ  ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି। ନାବାଳିକାଜଣକ ଘରେ ପହଞ୍ଚି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପରିବାର ଲୋକେ […]

bhadrak

bhadrak

Jyoshna Pradhan
  • Published: Saturday, 12 October 2019
  • Updated: 12 October 2019, 03:03 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଟ୍ୟୁସନ୍‌ରୁ ଖୁସି ମନରେ ଘରକୁ ଫେରୁଥିଲା ନାବାଳିକା। ହେଲେ ଅଧାବାଟରେ ସବୁ ବିଗିଡ଼ିଗଲା।  ନିଜ ଗାଁର ଜଣେ ଯୌନ ପିପାସୁ ହାବୁଡ଼ରେ ପଡ଼ିଗଲା । ଯୁବକଜଣକ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ନାବାଳିକାର ଚିତ୍କାର ଶୁଣି ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଥିବା ଜଣାଯାଇଛି।  ଏପରି ଘଟଣା ଆଜି ସକାଳେ  ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି।

ନାବାଳିକାଜଣକ ଘରେ ପହଞ୍ଚି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପରିବାର ଲୋକେ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି l ଧାମନଗର ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି l

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos