ରଥଯାତ୍ରା ପାଇଁ ଚଳଚଞ୍ଚଳ ରଘୁରାଜପୁର

ପୁରୀ: ସାରା ବିଶ୍ୱରେ କଳା ଐତିହ୍ୟର ଗାଁ ଭାବରେ ପରିଚିତ ଲାଭ କରିଛି ପୁରୀ ଜିଲ୍ଲାର ରଘୁରାଜପୁର। ଏହି ଗାଁର ପ୍ରତି ଘରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାରର କଳାକୃତି ତିଆରି କରାଯାଏ। ସକାଳ ଠୁ ସନ୍ଧ୍ୟା ଯାଏଁ ଗାଁର ଉଭୟ ପୁରୁଷ ଓ ମହିଳା ନିଜ ହାତର ସ୍ପର୍ଶରେ ଜୀବନ୍ତ କରୁଛନ୍ତି ଅନେକ କଳାକୃତି।

ragurajpur

ragurajpur

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 05:29 AM IST

Sports

Latest News

ପୁରୀ: ସାରା ବିଶ୍ୱରେ କଳା ଐତିହ୍ୟର ଗାଁ ଭାବରେ ପରିଚିତ ଲାଭ କରିଛି ପୁରୀ ଜିଲ୍ଲାର ରଘୁରାଜପୁର। ଏହି ଗାଁର ପ୍ରତି ଘରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାରର କଳାକୃତି ତିଆରି କରାଯାଏ। ସକାଳ ଠୁ ସନ୍ଧ୍ୟା ଯାଏଁ ଗାଁର ଉଭୟ ପୁରୁଷ ଓ ମହିଳା ନିଜ ହାତର ସ୍ପର୍ଶରେ ଜୀବନ୍ତ କରୁଛନ୍ତି ଅନେକ କଳାକୃତି।ragurajpur

ହେଲେ ଚଳିତବର୍ଷ ନବକଳେବର ରଥଯାତ୍ରା ପାଇଁ ଗାଁ ଲୋକେ ଅନେକ ସୌଖୁନୀ ସାମଗ୍ରୀ ତିଆରିରେ ବ୍ୟସ୍ତ ଥିବା ଶିଳ୍ପୀ ରେଣୁକା ସ୍ୱାଇଁ କହିଛନ୍ତି । କାଠ, ପଥର,କାଗଜ, ମାଟି,ଗୋବର,ନଡିଆ,ତାଳପତ୍ର, ଗୁଆ ଓ ବୋତଲ ଆଦି ଜିନିଷ ବ୍ୟବହାର କରି ଗଛ,ଫୁଲ, ଫଳ,ପଶୁ ,ପକ୍ଷୀ,ହାତୀ ମୁଖା ଓ ପଟ୍ଟଚିତ୍ର ସହିତ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଅଙ୍କାଯାଇଥାଏ। ଏହାବ୍ୟତୀତ ନବକଳେବର ପାଇଁ ସାରା ଦେଶରେ ରହିଥିବା ଜଗନ୍ନାଥ ମନ୍ଦିରରେ ୩ ଠାକୁରଙ୍କ ନୂତନ ମୂର୍ତ୍ତି ସ୍ଥାପନ ହେଉଥିବାରୁ  ଗାଁର କିଛି ଶିଳ୍ପୀ ମୂର୍ତ୍ତି ନିର୍ମାଣ କାମରେ ମଧ୍ୟ ଲାଗିଛନ୍ତି। ଏହି କାମ କରି ଆନନ୍ଦ ମିଳୁଥିବା ଶିଳ୍ପୀମାନେ କହିଛନ୍ତି।

ନବକଳେବର ରଥଯାତ୍ରାରେ ଏଥର ବହୁ ପର୍ଯ୍ୟଟକ ଆସିବାକୁ ଥିବାରୁ ଭଲ ଦି ପଇସା ରୋଜଗାର ହେବ ବୋଲି ଆଶା ରଖିଛନ୍ତି ଗାଁର ଶିଳ୍ପୀ ସଖୀ ସ୍ୱାଇଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos