ଜାତୀୟ ମିଡିଆ ଦିଲ୍ଲୀ ମଧ୍ୟରେ ସୀମିତ, ଆଞ୍ଚଳିକ ମିଡିଆର ଭବିଷ୍ୟତ ଉଜ୍ଜ୍ୱଳ: ରାଜଦୀପ ସରଦେଶାଇ

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମଗୁଡ଼ିକ କେବଳ ଦିଲ୍ଲୀ ଓ ମୁମ୍ବାଇ ଭିତରେ ସୀମିତ ହୋଇ ରହିଯାଇଛନ୍ତି। ସେମାନେ କେବଳ ଦିଲ୍ଲୀ ଓ ମୁମ୍ବାଇରେ ଯାହା ଘଟୁଛି, ତାହାକୁ ପରିବେଷଣ କରୁଛନ୍ତି। ଦେଶର ଅନ୍ୟ ସ୍ଥାନରେ କ’ଣ ଘଟୁଛି, ତାହା ଉପରେ ଗୁରୁତ୍ୱ ଦେଉ ନାହାନ୍ତି। ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ କହିଛନ୍ତି ଏ କଥା। ଶନିବାର ଓଟିଭିର ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍ ୨୦୧୬’ରେ ଯୋଗ ଦେବା ଅବସରରେ ସେ ଏହି କଥା କହିଥିଲେ। ‘ଦ ସିଙ୍ଗଲ୍ ବିଗେଷ୍ଟ ନ୍ୟୁଜ୍ […]

rajdeep

rajdeep

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 01:41 PM IST

Sports

Latest News

rajdeepଭୁବନେଶ୍ୱର: ଜାତୀୟ ଗଣମାଧ୍ୟମଗୁଡ଼ିକ କେବଳ ଦିଲ୍ଲୀ ଓ ମୁମ୍ବାଇ ଭିତରେ ସୀମିତ ହୋଇ ରହିଯାଇଛନ୍ତି। ସେମାନେ କେବଳ ଦିଲ୍ଲୀ ଓ ମୁମ୍ବାଇରେ ଯାହା ଘଟୁଛି, ତାହାକୁ ପରିବେଷଣ କରୁଛନ୍ତି। ଦେଶର ଅନ୍ୟ ସ୍ଥାନରେ କ’ଣ ଘଟୁଛି, ତାହା ଉପରେ ଗୁରୁତ୍ୱ ଦେଉ ନାହାନ୍ତି। ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ କହିଛନ୍ତି ଏ କଥା। ଶନିବାର ଓଟିଭିର ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍ ୨୦୧୬’ରେ ଯୋଗ ଦେବା ଅବସରରେ ସେ ଏହି କଥା କହିଥିଲେ।

‘ଦ ସିଙ୍ଗଲ୍ ବିଗେଷ୍ଟ ନ୍ୟୁଜ୍ ଷ୍ଟାରୀ ଅଫ୍ ଟୁ ଥାଉଜେଣ୍ଡ ଫିପଟିନ୍ ଆଣ୍ଡ ଇଟ୍ସ ଇମ୍ପାକ୍ଟ’ ଶୀର୍ଷକ ଆଲୋଚନଚକ୍ରରେ ନିଜର ମତାମତ ରଖିବା ଅବସରରେ ରାଜଦୀପ କହିଥିଲେ, ଆସାମରେ ବନ୍ୟା ହେଲା। କୌଣସି ଜାତୀୟ ଗଣମାଧ୍ୟମ ସେଠାକୁ ଯାଇ ଖବର ପରିବେଷଣ କଲେ ନାହିଁ। କିନ୍ତୁ ଇନ୍ଦ୍ରାଣୀ ମୂଖାର୍ଜୀଙ୍କ ପରିବାର ଲୋକଙ୍କୁ ଖୋଜିବାକୁ ଆସାମ ପଳାଇଲା ଜାତୀୟ ମିଡିଆ। ଏପରିକି ଚେନ୍ନାଇକୁ ବି ଜାତୀୟ ମିଡିଆ ଗୁରୁତ୍ୱ ଦେଉନି। ସେଠାରେ ବନ୍ୟା ହେଲା ଖବର ପରିବେଷଣ ହେଲା ନାହିଁ। ବନ୍ୟା ଜଳ ମୁଣ୍ଡେ ଯାଏଁ ହେବା ପରେ ଚେତା ପଶିଲା। ନୋଏଡାରେ ଅଳ୍ପ ବର୍ଷା ହୋଇ ପାଣି ଜମି ଗଲେ ଦିନ ତମାମ ବ୍ରେକିଂ ନ୍ୟୁଜ୍ ଚାଲୁଛି, କିନ୍ତୁ ଚେନ୍ନାଇର ବନ୍ୟା ଖବର ପରିବେଷଣ କରାଯାଉ ନାହିଁ। ଦିଲ୍ଲୀର କନଟ୍ ପ୍ଲେସରେ ନିଆଁ ଲାଗିଗଲେ ଜାତୀୟ ଗଣମାଧ୍ୟମରେ ଖବର ହେବ, କିନ୍ତୁ ଓଡ଼ିଶାରେ ୫୦/୧୦୦ ଲୋକ ମରି ଗଲେ ଖବର ପରିବେଷଣ ହେବ ନାହିଁ। ଏହା କେଉଁ ଧରଣର ସାମ୍ବାଦିକତା ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜଦୀପ ଆହୁରି ମଧ୍ୟ କହିଥିଲେ, ଦିଲ୍ଲୀରେ ବସି ଜାତୀୟ ଗଣମାଧ୍ୟମଗୁଡ଼ିକ ଜାଣିପାରିବେ ନାହିଁ ଦେଶରେ କି ପ୍ରକାର ପରିବର୍ତ୍ତନ ଆସିଛି। ସେମାନଙ୍କ ପାଇଁ ଖବର ହେଉଛି ସଂସଦର ଉଭୟ ସଦନର ସଦସ୍ୟଙ୍କ ମଧ୍ୟରେ ସୀମିତ। ଏବେ ସେମାନେ ‘ଡୁଅର ଷ୍ଟେପ୍‘ ସାମ୍ବାଦିକତା କରୁଛନ୍ତି। ଯାହାକୁ ଘର ପାଖରେ ପାଇଲେ ତାକୁ ଧରି ନ୍ୟୁଜ୍ କରି ଦେଲେ। ସେଥିପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ବ୍ୟକ୍ତି ଅଧିକ ସମୟ ନ୍ୟୁଜରେ ରହୁଛନ୍ତି। ବିଜେଡିର ୨୦ ଓ ତୃଣମୂଳ କଂଗ୍ରେସର ୩୦ ସାଂସଦ ଥାଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଯେତିକି ଖବର ପ୍ରକାଶ ପାଉନି ତା’ଠାରୁ ଅଧିକ ଖବର ପ୍ରକାଶ ହେଉଛି ୪ ଜଣ ସାଂସଦ ଥିବା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ୍। ଏଣୁ ଖବର ନିର୍ଦ୍ଦିଷ୍ଟ କିଛି ଅଞ୍ଚଳ ଭିତରେ ସୀମିତ ନରହୁ।

ଆଞ୍ଚଳିକ ଗଣମାଧ୍ୟମଗୁଡ଼ିକର ଭବିଷ୍ୟତ ଖୁବ୍ ଉଜ୍ୱଳ ବୋଲି କହିଛନ୍ତି ରାଜଦୀପ ସରଦେଶାଇ। ସେ କହିଥିଲେ, ଜାତୀୟ ଗଣମାଧ୍ୟମଗୁଡ଼ିକର ଓଡ଼ିଶା ସଂପର୍କିତ କେତୋଟି ହେଡଲାଇନ୍ ପ୍ରକାଶ ପାଉଛି। ଯଦି ଜାତୀୟ ଗଣମାଧ୍ୟମଗୁଡ଼ିକ ଦିଲ୍ଲୀରୁ ଓଡ଼ିଶା ପହଞ୍ଚି ପାରୁ ନାହାନ୍ତି। ତେଣୁ ଓଡ଼ିଶା ଯାଇ ଦିଲ୍ଲୀରେ ପହଞ୍ଚି ଯାଉ। ଏମିତି କଲେ ଧାରା ବଦଳିବ।  ଆଗାମୀ ଦିନ ଆଞ୍ଚଳିକ ଗଣମାଧ୍ୟମଗୁଡ଼ିକର ହେବ।

ଦେଶର ଅସହିଷ୍ଣୁତ, ଲଳିତ ମୋଦି ନେଇ ସଂସଦର ମୌସୁମୀ ଅଧିବେଶନ ବରବାଦ ହୋଇଯିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ, ଦେଶରେ ଚାଷୀ ଆତ୍ମହତ୍ୟା ଓ ଅଚ୍ଛେ ଦିନ୍ ସଂପର୍କରେ ସେ ଆଲୋକପାତ କରି ଥିଲେ।  ସେ ମୋଦିଙ୍କ ଅଚ୍ଛେ ଦିନକୁ ସମାଲୋଚନା କରି କହି ଥିଲେ ଯେ ଛତିଶଗଡ଼ରେ ୩୦ଟି ପିଅନ ପୋଷ୍ଟ ପାଇଁ ୭୫ ହଜାର ଆବେଦନ ହୋଇଛି। ଏହା କେଉଁ ପ୍ରକାର ଅଚ୍ଛେଦିନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story