ଉନ୍ମୋଚିତ ହେଲା ସରୋଜ ବଳଙ୍କ ଅଫ୍ବିଟ୍ ଗୀତ ସିଡି ‘ଆଚ୍ଛା ହଉ’
ଭୁବନେଶ୍ୱର: କଳାକାର ଟ୍ରଷ୍ଟ୍ ପକ୍ଷରୁ ଏକ ନିଆରା ସଙ୍ଗୀତ କାର୍ଯ୍ୟକ୍ରମ ସ୍ଥାନୀୟ କେଶରୀ ହୋଟେଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟ୍ରଷ୍ଟର ପ୍ରଥମ କଳାକୃତି ଭାବେ ଅଫବିଟ୍ ସଙ୍ଗୀତ ଆଲ୍ବମ୍ ‘ଆଚ୍ଛା ହଉ’ବିଶିଷ୍ଟ ଗୀତିକାର ତଥା ଲେଖକ ଦେବଦାସ ଛୋଟରାୟଙ୍କ ଦ୍ୱାରା ଶ୍ରୋତାର୍ପିତ ହୋଇଥିଲା। ଯୁବ ଲେଖକ ସରୋଜ ବଳଙ୍କ ଗୀତ ଓ ସଙ୍ଗୀତ ସଂଯୋଜନାରେ ପ୍ରସ୍ତୁତ ଏହି ଆଲ୍ବମ୍ରେ ସୌରଭ ନାୟକ, ଅସୀମା ପଣ୍ଡା , ରବି ନାରାୟଣ ଏବଂ ନିବେଦିତା ଜେନା ଗୋଟିଏ ଗୋଟିଏ ଗୀତ ଗାଇଥିବା ବେଳେ ନିଜେ ସରୋଜ ବଳ ୪ଟି ଗୀତ ଗାଇଛନ୍ତି। ଗୀତ ଗୁଡିକ ନିତିଦିନିଆ ଜୀବନର ଘଟଣାକୁ ନେଇ ରଚିତ ହୋଇଛି। ଏଥିପାଇଁ ଗୀତ ଗୁଡ଼ିକ ନିଆରା ହୋଇଛି।
ଯୁବ କଥାକାର ନେତାଜୀ ଅଭିନନ୍ଦନଙ୍କ ଦ୍ୱାରା ସଂଚାଳିତ ଏହି କାର୍ଯ୍ୟକ୍ରମରେ ‘ଆଚ୍ଛା ହଉ’ ଆଲ୍ବମ୍ର ନିର୍ମାଣକାଳୀନ ଏକ ବୃତ୍ତଚିତ୍ର ପଦର୍ଶିତ ହୋଇଥିଲା। ପରେ ପରେ ଉପସ୍ଥିତ ଶିଳ୍ପୀ ମାନଙ୍କ ଦ୍ୱାରା କେତୋଟି ସଙ୍ଗୀତ ପରିବେଶିତ ହୋଇଥିଲା। ମଝିରେ ମଝିରେ ଦର୍ଶକଙ୍କ ଗ୍ୟାଲେରୀରେ ଥିବା ବିଶିଷ୍ଟ କବି ଲେଖକ ଓ ଗୀତିକାର ମଞ୍ଚକୁ ଯାଇ ଗୀତ ସଂପର୍କରେ ନିଜର ମତ ରଖିଥିଲେ। ଉତ୍ସବର ଶେଷ ଭାଗରେ ଆଲ୍ବମ୍ର ଗୋଟିଏ ଗୀତ ଲୋକଗୀତକୁ ନେଇ ବୃନ୍ଦନୃତ୍ୟର ସଂଯୋଜନା କରିଥିଲେ ଯୁବ ନୃତ୍ୟୁଗୁରୁ ପ୍ରିୟାଂଶୁ ପ୍ରିୟଦେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।