ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କର ଆଣ୍ଟିବଡି ପ୍ରିଭେଲାନ୍ସ କମ୍ ଯୋଗୁ ଆଗକୁ ସଂଖ୍ୟା ବଢ଼ିପାରେ। ସଂକ୍ରମଣ କମ୍ କରିବା ପାଇଁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ହେବ ବୋଲି ଭୁବନେଶ୍ୱର ମହାନଗର ନଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
ସେ କହିଛନ୍ତି-“ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୬୦୦ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି। ଏବେ ସୁଦ୍ଧା ସେରୋ ସର୍ଭିଲାନ୍ସରେ ହାଇରିସ୍କ ଗ୍ରୁପ୍ଙ୍କର ଟେଷ୍ଟ କରାଯାଇ ନାହିଁ। ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ୍ ରେଜଲ୍ଟ ମିଳିସାରିଛି। ଭୁବନେଶ୍ୱରରେ ଆଣ୍ଟିବଡ଼ି ପ୍ରିଭେଲାନ୍ସ ୫.୧୫ ପ୍ରତିଶତ ରହିଛି। ଦେଖିବାକୁ ଗଲେ ଆଣ୍ଟିବଡ଼ି ପାଇଁ ୫.୧୫ ପ୍ରତିଶତ ପ୍ରିଭେଲାନ୍ସ ବହୁତ କମ୍। ଭୁବନେଶ୍ୱରର ସ୍ଥିତି ଭଲ ଅଛି, କିନ୍ତୁ ପ୍ରିଭେଲାନ୍ସ କମ୍ ଯୋଗୁ ରିସ୍କ ବଢିଛି। ଲୋକଙ୍କର ଆଣ୍ଟିବଡି ପ୍ରିଭେଲାନ୍ସ କମ ଯୋଗୁ ଆଗକୁ ସଂଖ୍ୟା ବଢ଼ିପାରେ। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ସଂକ୍ରମଣ କମ୍ କରିବା ପାଇଁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ହେବ, କୋଭିଡ ନିୟମ ମାନିବାକୁ ପଡ଼ିବ।”
ଆଜି ସୁଦ୍ଧା ଭୁବନେଶ୍ୱରରେ ୧୧୮୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୨୫୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୫୪୫ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।