ରାଉରକେଲା(ଓଡ଼ିଶା ରିପୋର୍ଟର): ପୁଲିସ୍ ପୋଷାକ ପ୍ରତି ଥିଲା ଅହେତୁକ ଦୁର୍ବଳତା। ହେଲେ ପାଠ ପଢ଼ି ଚାକିରି କରିବା ବଦଳରେ ସଟକର୍ଟ ମାରିବାକୁ ଭାବିଥିଲେ ଯୁବକ। ଏପରିକି ୨ ଷ୍ଟାର ଥିବା ପୁଲିସ୍ ପୋଷାକ ପିନ୍ଧି ବଜାରରେ ବାଇକ୍ ଧରି ବୁଲୁଥିଲେ। ଶେଷରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ପହଞ୍ଚି ନକଲି ସବ୍ଇନ୍ସପେକ୍ଟରଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ରାଉରକେଲାରେ ଘଟିଛି। ଗିରଫ ଯୁବକ ହେଉଛନ୍ତି ୨୧ ବର୍ଷୀୟ ଅଶୋକ କୁମାର ଜେନା।
ସୂଚନାଯୋଗ୍ୟ, ସବ୍ଇନ୍ସପେକ୍ଟର ୟୁନିଫର୍ମ ପିନ୍ଧି ଗତକାଲି ଅଶୋକ ୧୮ ନମ୍ବର ମାର୍କେଟରେ ବାଇକ୍ ଧରି ବୁଲୁଥିଲେ। ତାଙ୍କ ହାବଭାବକୁ ନେଇ ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ଅଶୋକଙ୍କୁ ପଚରାଉଚରା କରିବାରୁ ସେ ପୁଲିସ୍ ବିଭାଗରେ ଚାକିରି କରି ନ ଥିବା ବେଳେ ନିଜ ସଉକ ପାଇଁ ୟୁନିଫର୍ମ ପିନ୍ଧି ବୁଲୁଥିବା କହିଥିଲେ। ଏହାପରେ ପୁଲିସ୍ ତାଙ୍କୁ ବାନ୍ଧି ଥାନାକୁ ଆଣି ପଚରାଉଚରା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।