ପାଣି ପାଇଁ ତାତିଲେ ଲୋକେ

ଆଠଗଡ଼(ନୀଳକଣ୍ଠ ଦୋରା): ବର୍ଷା ଦିନରେ ପିଇବା ପାଣି ପାଇଁ ସଂଘର୍ଷ। ମୁନ୍ଦାଏ ପିଇବା ପାଣି ପାଇଁ ତାତିଲେ ଲୋକେ। ପାଣି ପାଇପ୍‌ ଫାଟି ଯିବାରୁ ତିନି ଦିନ ହେବ ଗାଁକୁ ପାଣି ଆସୁନାହିଁ।  ଏଥିରେ ଅତିଷ୍ଠ ହୋଇ ଗରା ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ। ଆଜି କନ୍ତୋଲ ଗାଁ ଲୋକେ ଗରା ବାଲ୍‌ଟି ଧରି ପରୁଣା କଟକ-ସମ୍ୱଲପୁର ରାସ୍ତାରେ ଟାୟର ଜାଳି ରାସ୍ତାରୋକ କରିଥିଲେ। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।  ଗାଁରେ ପାନୀୟ ସମସ୍ୟା […]

road-block

road-block

Jyoshna Pradhan
  • Published: Saturday, 24 August 2019
  • Updated: 24 August 2019, 03:02 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ବର୍ଷା ଦିନରେ ପିଇବା ପାଣି ପାଇଁ ସଂଘର୍ଷ। ମୁନ୍ଦାଏ ପିଇବା ପାଣି ପାଇଁ ତାତିଲେ ଲୋକେ। ପାଣି ପାଇପ୍‌ ଫାଟି ଯିବାରୁ ତିନି ଦିନ ହେବ ଗାଁକୁ ପାଣି ଆସୁନାହିଁ।  ଏଥିରେ ଅତିଷ୍ଠ ହୋଇ ଗରା ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ।

ଆଜି କନ୍ତୋଲ ଗାଁ ଲୋକେ ଗରା ବାଲ୍‌ଟି ଧରି ପରୁଣା କଟକ-ସମ୍ୱଲପୁର ରାସ୍ତାରେ ଟାୟର ଜାଳି ରାସ୍ତାରୋକ କରିଥିଲେ। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।  ଗାଁରେ ପାନୀୟ ସମସ୍ୟା ନେଇ ଗାଁ ଲୋକେ ବାରମ୍ୱାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନଥିଲା। ତେଣୁ ଗାଁ ଲୋକେ ଆଜି ରାସ୍ତାରୋକ କରିଥିଲେ।

ତେବେ ଘଟଣାସ୍ଥଳରେ ଆଠଗଡ଼ର ଅତିରିକ୍ତ ଉପଜିଲ୍ଲାପାଳ ପହଞ୍ଚି ଖୁବଶୀଘ୍ର ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ଏନେଇ ଗାଁ ଲୋକେ କହିଛନ୍ତି,“ଆଜିକୁ ତିନି ଦିନ ହେବ ପାଣି ଆସୁନି। ଗାଁରେ ରାସ୍ତା କାମ ଚାଲିଥିବା ବେଳେ ପାଇପ୍‌ ଲାଇନ୍‌କୁ କାଟି ଦିଆଯାଇଛି। ଯଦ୍ୱାରା ପାଣି ଆସୁନାହିଁ।  ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଆମ କଥା ଯଦି ପ୍ରଶାସନ ନଶୁଣିଲେ ଆମେ ଆନ୍ଦୋଳନ ଜାରି ରଖିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos