ସମ୍ବଲପୁରୀ, ହୋ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଲାଗି କେନ୍ଦ୍ରକୁ ପୁଣି ପ୍ରସ୍ତାବ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ସମ୍ୱଲପୁରୀ ବା କୋଶଳୀ ଭାଷା ଓ ହୋ ଭାଷାକୁ ସାମ୍ୱିଧାନିକ ସ୍ୱୀକୃତି ଦେବା ପାଇଁ କେନ୍ଦ୍ରକୁ ପୁଣିଥରେ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି। ସମ୍ୱଲପୁରୀ ବା କୋଶଳୀ ଭାଷା ୭୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମାତୃଭାଷା ହୋଇଥିବାରୁ ଏବଂ ପଶ୍ଚିମଓଡ଼ିଶାରେ ଏହା ବହୁ ଶତାବ୍ଦୀ ଧରି ପ୍ରଚଳିତ ହୋଇଆସୁଥିବାରୁ ଏହା ସାମ୍ୱିଧାନିକ ଭାଷା ଭାବେ ସ୍ୱୀକୃତି ପାଇବା ପାଇଁ […]

Arun-Sahoo

Arun-Sahoo

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 02:53 AM IST

Sports

Latest News

cm litterଭୁବନେଶ୍ୱର: ସମ୍ୱଲପୁରୀ ବା କୋଶଳୀ ଭାଷା ଓ ହୋ ଭାଷାକୁ ସାମ୍ୱିଧାନିକ ସ୍ୱୀକୃତି ଦେବା ପାଇଁ କେନ୍ଦ୍ରକୁ ପୁଣିଥରେ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି। ସମ୍ୱଲପୁରୀ ବା କୋଶଳୀ ଭାଷା ୭୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମାତୃଭାଷା ହୋଇଥିବାରୁ ଏବଂ ପଶ୍ଚିମଓଡ଼ିଶାରେ ଏହା ବହୁ ଶତାବ୍ଦୀ ଧରି ପ୍ରଚଳିତ ହୋଇଆସୁଥିବାରୁ ଏହା ସାମ୍ୱିଧାନିକ ଭାଷା ଭାବେ ସ୍ୱୀକୃତି ପାଇବା ପାଇଁ ଯୋଗ୍ୟ ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଛନ୍ତି। ସେହିପରି ଓଡ଼ିଶା-ଝାରଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳର ୧୦ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀ ଲୋକେ ହୋ ଭାଷାରେ କଥା ହେଉଛନ୍ତି । ତେଣୁ ଏହା ମଧ୍ୟ ସାମ୍ବିଧାନିକ ସ୍ୱୀକୃତି ପାଇବାକୁ ଯୋଗ୍ୟ ବୋଲି ସେ ଲେଖିଛନ୍ତି। ଏହି ଦୁଇଟି ଭାଷାର ସାମ୍ୱିଧାନିକ ସ୍ୱୀକୃତି ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି । ୨୦୧୪ ମାର୍ଚ୍ଚରେ ଏ ନେଇ ଏକ ବିସ୍ତୃତ ପ୍ରସ୍ତାବ କେନ୍ଦ୍ରକୁ ଦିଆଯାଇଥିଲା ବୋଲି ଚିଠିରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos